ଭାଇରାଲ୍ ହେଉଛି ପନ୍ତଙ୍କ ସ୍ପାଇଡରମ୍ୟାନ୍ ଗୀତ
ବ୍ରିସବେନ୍: ଭାରତୀୟ କ୍ରିକେଟ୍ ଟିମର ଯୁବ ୱିକେଟକିପର ଋଷଭ ପନ୍ତ ୱିକେଟ ପଛରେ କିଛି ନା କିଛି କହି ଚାଲିଥାନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ମଧ୍ୟ ୱିକେଟ୍ ପଛରେ ତାଙ୍କର ଲଗାତର କଥା କହିବା ଖୁବ୍ ଚର୍ଚ୍ଚା ସାଉଁଣ୍ଟିଛି। ଏବେ ବ୍ରିସବେନ୍ ଟେଷ୍ଟରେ ପନ୍ତ କିଛି ଏମିତି କାମ କରିଥିବା ନଜର ଆସିଛି। ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଓ ଅନ୍ତିମ ଟେଷ୍ଟର ଚତୁର୍ଥ ଦିବସରେ ୱିକେଟ୍ ପଛରେ ପନ୍ତୁ କିଛି ନା କିଛି କହୁଥିବାର ଜଣାପଡ଼ିଛି। ଏଥର ପନ୍ତଙ୍କୁ ୱିକେଟ୍ ପଛରେ ଗୀତ ଗାଉଥିବାର ଶୁଣିବାକୁ ମିଳିଛି। ପନ୍ତ ଯେଉଁ ଗୀତ ଗାଉଥିଲେ, ତାକୁ ଶୁଣି ଫ୍ୟାନ୍ ନିଜ ହସକୁ ରୋକିପାରିନାହାନ୍ତି।
#AUSvsIND
Rishabh Pant singing spiderman spiderman tune churaya mere dil ka chen.. behind the stumps.
Watch till end 😂#AUSvsIND pic.twitter.com/AKI4nDlLD7— i.AkshayChhajed (@iakshaychhajed) January 18, 2021
ୱାଶିଂଟନ୍ ସୁନ୍ଦରଙ୍କ ଓଭରରେ ଯେତେବେଳେ କାମେରନ୍ ଗ୍ରୀନ୍ ଓ ଟିମ୍ ପେନ୍ ବ୍ୟାଟିଂ କରୁଥିଲେ, ସେହି ସମୟରେ ପନ୍ତ ୱିକେଟ୍ ପଛରେ ’ସ୍ପାଇଡରମ୍ୟାନ୍ ସ୍ପାଇଡରମ୍ୟାନ୍’ ଗୀତ ଗାଉଥିବା ଶୁଣିବାକୁ ମିଳିଛି। ସୋଶାଲ ମିଡିଆରେ ପନ୍ତଙ୍କ ଏହି ଭିଡିଓ ଖୁବ୍ ଭାଇରାଲ୍ ହୋଇଛି ଏବଂ ଫ୍ୟାନ୍ ମଧ୍ୟକୁ ଏହାକୁ ଖୁବ୍ ପସନ୍ତ କରୁଛନ୍ତି।
ଏହା ପୂର୍ବରୁ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସରେ ପନ୍ତ ୯୭ ରନ୍ର ଇନିଂସ୍ ଖେଳିଥିଲେ। ସେହି ଟେଷ୍ଟରେ ଅଷ୍ଟ୍ରେଲିଆ ୱିକେଟକିପର ଓ କ୍ୟାପଟେ ଟିମ୍ ପେନ୍ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଲଗାତର ସ୍ଲେଜ୍ କରୁଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।