ଟେଷ୍ଟ ଦଳକୁ ଫେରିବାକୁ ରୋହିତଙ୍କ ଉଦ୍ୟମ

ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ଆସନ୍ତାକାଲି ଘୋଷଣା ହୋଇପାରେ ଭାରତୀୟ ଦଳ। ଆସନ୍ତାକାଲି ଚୟନକର୍ତ୍ତା କମିଟିର ମୁଖ୍ୟ ସନ୍ଦୀପ ପାଟିଲ ଦଳ ଚୟନ କରିବାରର ଆଶା ରହିଛି। ଦଳକୁ ଫେରିବାକୁ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଉଦ୍ୟମ କରୁଛନ୍ତି ବ୍ୟାଟ୍ସମ୍ୟାନ ରୋହିତ ଶର୍ମା। ଟେଷ୍ଟରେ ଲଗାତାର ଖରାପ ଫର୍ମ ଓ ନିମ୍ନ ଟେଷ୍ଟ ରେକର୍ଡ ଯୋଗୁଁ ଦଳରୁ ବାଦ୍‌ ପଡିଥିବା ରୋହିତ ଫେରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଦିନିକିଆରେ ଭଲ ପ୍ରଦର୍ଶନ କରିଥିବାରୁ ଅଧିନାୟକ […]

rohit

rohit

Rakesh Mallick
  • Published: Sunday, 11 September 2016
  • Updated: 11 September 2016, 05:54 PM IST

Sports

Latest News

ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ଆସନ୍ତାକାଲି ଘୋଷଣା ହୋଇପାରେ ଭାରତୀୟ ଦଳ। ଆସନ୍ତାକାଲି ଚୟନକର୍ତ୍ତା କମିଟିର ମୁଖ୍ୟ ସନ୍ଦୀପ ପାଟିଲ ଦଳ ଚୟନ କରିବାରର ଆଶା ରହିଛି। ଦଳକୁ ଫେରିବାକୁ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଉଦ୍ୟମ କରୁଛନ୍ତି ବ୍ୟାଟ୍ସମ୍ୟାନ ରୋହିତ ଶର୍ମା।

ଟେଷ୍ଟରେ ଲଗାତାର ଖରାପ ଫର୍ମ ଓ ନିମ୍ନ ଟେଷ୍ଟ ରେକର୍ଡ ଯୋଗୁଁ ଦଳରୁ ବାଦ୍‌ ପଡିଥିବା ରୋହିତ ଫେରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଦିନିକିଆରେ ଭଲ ପ୍ରଦର୍ଶନ କରିଥିବାରୁ ଅଧିନାୟକ ବିରାଟ କୋହିଲ ତାଙ୍କ ଉପରେ ଆସ୍ଥା ପ୍ରକଟ କରିବେ ବୋଲି ରୋହିତ ଆଶା ରଖିଛନ୍ତି। ଟେଷ୍ଟ ଦଳରେ ସୁଯୋଗ ମିଳିଲେ ନିଜକୁ ପ୍ରମାଣିତ କରି ପାରିବେ ବୋଲି ସେ କହିଛନ୍ତି।

ମୁମ୍ବାଇର ଏହି ଖେଳାଳି ଜଣକ ଦିନିକିଆରେ ବ୍ୟକ୍ତିଗତ ସର୍ବାଧିକ ରନ୍‌ କରିଥିବା ବେଳେ ଟେଷ୍ଟରେ ସେହିପରି କିଛି କରିବାକୁ ଆଶା ପୋଷଣ କରିଛନ୍ତି।

ସେ ୧୮ଟି ଟେଷ୍ଟରୁ ୩୧ଟି ଇନିଂସ ଖେଳି ୯୪୬ ରନ୍‌ କରିଛନ୍ତି। ସେଥିରେ ୧୭୭ ସର୍ବାଧିକ ସ୍କୋର ରହିଛି। ସେ ୨ଟି ଶତକ ଓ ୫ଟି ଅର୍ଦ୍ଧଶତକ ମାରିଛନ୍ତି। ତାଙ୍କର ଆଭରେଜ୍‌ ୩୨.୬୨ ଥିବା ବେଳେ ଷ୍ଟ୍ରାଇକ୍‌ ରେଟ୍‌ ୫୨.୧୫ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos