ଧୋନିଙ୍କୁ ପଛରେ ପକାଇ ଏକାଧିକ ରେକର୍ଡ କଲେ ରୋହିତ

ଅହମଦାବାଦ: ଟିମ୍‌ ଇଣ୍ଡିଆର କାମଚଳା ଅଧିନାୟକ ରୋହିତ ଶର୍ମା ବାଂଲାଦେଶ ବିପକ୍ଷରେ ବିସ୍ଫୋରକ ଇନିଂସ୍‌ ଖେଳିଛନ୍ତି। ବାଂଲାଦେଶ ଦେଇଥିବା ୧୫୪ ରନ୍‌ ଟାର୍ଗେଟରୁ ରୋହିତ ଏକାକୀ ୪୩ଟି ବଲରେ ୮୫ ରନ୍‌ର ଇନିଂସ ଖେଳିଥିଲେ। ଏହି ଇନିଂସ୍‌ ବଳରେ ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଟି-୨୦ ଜିତି ସିରିଜ୍‌ରେ କମବ୍ୟାକ କରିଛି। ରୋହିତ ତାଙ୍କ ୮୫ ରନ୍‌ର ଇନିଂସ୍‌ରେ ୬ଟି ଛକା ଓ ୬ଟି ଚୌକା ମାରିଥିଲେ। ତେବେ ଦ୍ୱିତୀୟ ଟି-୨୦ରେ ରୋହିତ ଶର୍ମା ୬ଟି ଛକା ମାରିବା […]

qcx

qcx

Hemant Lenka
  • Published: Friday, 08 November 2019
  • Updated: 08 November 2019, 06:13 PM IST

Sports

Latest News

ଅହମଦାବାଦ: ଟିମ୍‌ ଇଣ୍ଡିଆର କାମଚଳା ଅଧିନାୟକ ରୋହିତ ଶର୍ମା ବାଂଲାଦେଶ ବିପକ୍ଷରେ ବିସ୍ଫୋରକ ଇନିଂସ୍‌ ଖେଳିଛନ୍ତି। ବାଂଲାଦେଶ ଦେଇଥିବା ୧୫୪ ରନ୍‌ ଟାର୍ଗେଟରୁ ରୋହିତ ଏକାକୀ ୪୩ଟି ବଲରେ ୮୫ ରନ୍‌ର ଇନିଂସ ଖେଳିଥିଲେ। ଏହି ଇନିଂସ୍‌ ବଳରେ ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଟି-୨୦ ଜିତି ସିରିଜ୍‌ରେ କମବ୍ୟାକ କରିଛି।

ରୋହିତ ତାଙ୍କ ୮୫ ରନ୍‌ର ଇନିଂସ୍‌ରେ ୬ଟି ଛକା ଓ ୬ଟି ଚୌକା ମାରିଥିଲେ। ତେବେ ଦ୍ୱିତୀୟ ଟି-୨୦ରେ ରୋହିତ ଶର୍ମା ୬ଟି ଛକା ମାରିବା ପରେ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇ ଦେଇଛନ୍ତି। ସେ ଟି-୨୦ରେ ଭାରତର ଅଧିନାୟକ ହିସାବରେ ସର୍ବାଧିକ ଛକା ମାରିବାର ରେକର୍ଡ ନିଜ ନାଁରେ କରିଛନ୍ତି। ରୋହିତ ୧୭ଟି ଇନିଂସ୍‌ରେ ଟିମ୍‌ ଇଣ୍ଡିଆର କମାଣ ସମ୍ଭାଳିଥିବା ବେଳେ ୩୭ଟି ଛକା ମାରିଛନ୍ତି। ଏହା ପୂର୍ବରୁ ଧୋନି ୬୨ଟି ଇନିଂସରେ ୩୪ଟି ଛକା ମାରି ସର୍ବାଧିକ ଛକା ମାରିବାର ରେକର୍ଡ ନିଜ ନାଁରେ କରିଥିଲେ।

ଏହି ତାଲିକାରେ ବିରାଟ କୋହଲି ୨୬ଟି ଇନିଂସ୍‌ରେ ୨୬ଟି ଛକା ମାରି ତୃତୀୟ ସ୍ଥାନରେ ରହିଛନ୍ତି।

ଅନ୍ୟପକ୍ଷରେ ରୋହିତ ୨୦୧୯ରେ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସର୍ବାଧିକ ଛକା ମାରିବାର ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି। ରୋହିତ ଏଯାଏ ରୋହିତ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୬୬ଟି ଛକା ମାରିଛନ୍ତି। ରୋହିତ ୨୦୧୭ ଓ ୨୦୧୮ରେ ମଧ୍ୟ ସର୍ବାଧିକ ଛକା ମାରିବାର ରେକର୍ଡ ନିଜ ନାଁରେ କରିଥିଲେ। ସେ ୨୦୧୭ରେ ୬୫ଟି ଛକା ମାରିଥିବା ବେଳେ ୨୦୧୮ରେ ୭୪ଟି ଛକା ମାରିଥିଲେ।

ରୋହିତ ଗତକାଲି ମ୍ୟାଚ୍‌ରେ ନିଜ ଟି-୨୦ କ୍ୟାରିୟରର ୧୮ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ନିଜର ୫ ଟି-୨୦ ଶତକରୁ ବଞ୍ଚିତ ହୋଇଥିବା ରୋହିତ ଗତକାଲିର ୮୫ ରନ୍‌ର ଇନିଂସ୍‌ ପରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି। ଭାରତର ନେତୃତ୍ୱ ନେବା ବେଳେ ରୋହିତ ୬ଥର ଅର୍ଦ୍ଧଶତକ ହାସଲ କରିଥିବା ବେଳେ ବିରାଟ ମଧ୍ୟ ସମାନ ସଂଖ୍ୟକ ଅର୍ଦ୍ଧଶତକ ହାସଲ କରିଛନ୍ତି।

ରୋହିତ-ଶିଖର ଧୱନଙ୍କ ସହ ମିଶି ଟି-୨୦ କ୍ରିକେଟରେ ନୂଆ ରେକର୍ଡ କରିଛନ୍ତି। ସେ ଶିଖରଙ୍କ ସହ ମିଶି ପ୍ରଥମ ୱିକେଟ୍‌ ପାଇଁ ସର୍ବାଧିକ ୧୦୦ରୁ ଅଧିକ ରନ୍‌ ସଂଗ୍ରହ କରିବାର ରେକର୍ଡ କରିଛନ୍ତି। ପୂର୍ବରୁ ରୋହିତ-ଧୱନ ଯୋଡ଼ି ୩ଥର ୧୦୦ରୁ ଅଧିକ ରନ୍‌ର ଭାଗିଦାରୀ କରିଥିଲେ। ଏମାନଙ୍କ ସହ ଶେନ ୱାଟସନ୍‌-ଡାଭିଡ୍‌ ୱାର୍ଣ୍ଣର, ମାର୍ଟିନ ଗପ୍ଟିଲ-କେନ୍‌ ୱିଲିୟମସନ ଓ ଗପ୍ଟିଲ-କଲିନ ମନରୋ ମଧ୍ୟ ସମାନ ସଂଖ୍ୟକ ଶତକୀୟ ଭାଗିଦାରୀ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story