କରୋନା ପାଇଁ ସହାୟତାର ହାତ ବଢ଼ାଇଲେ ମାଷ୍ଟର୍ ବ୍ଲାଷ୍ଟର୍‌

ମୁମ୍ବାଇ: କରୋନା ଭାଇରସ୍ ବିରୋଧରେ ସାରା ବିଶ୍ୱ ଲଢ଼ୁଛି। ଏହି ମହାମାରୀ ପାଇଁ ଅନେକ ସେଲିବ୍ରିଟି ସହାୟତାର ହାତ ବଢ଼ାଇଛନ୍ତି। ଏବେ ଏଥିରେ ସାମିଲ୍ ହୋଇଛନ୍ତି ମାଷ୍ଟର୍ ବ୍ଲାଷ୍ଟର୍ ସଚିନ ତେନ୍ଦୁଲକର। ସଚିନ କୋଭିଡ୍‌-୧୯ ବିରୋଧରେ ଲଢ଼ିବା ପାଇଁ ମୋଟ ୫୦ଲକ୍ଷ ଟଙ୍କା ଦାନ କରିଛନ୍ତି। ପିଟିଆଇ ପକ୍ଷରୁ ଜଣେ ବ୍ୟକ୍ତି ନିଜ ଗୁପ୍ତ ରଖି କହିଛନ୍ତି, ସଚିନ କରୋନା ବିରୋଧରେ ଲଢ଼େଇ ପାଇଁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ୍ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୨୫ଲକ୍ଷ ଟଙ୍କା […]

sachin

sachin

Ranjit Kumar Jena
  • Published: Friday, 27 March 2020
  • Updated: 27 March 2020, 04:20 PM IST

Sports

Latest News

ମୁମ୍ବାଇ: କରୋନା ଭାଇରସ୍ ବିରୋଧରେ ସାରା ବିଶ୍ୱ ଲଢ଼ୁଛି। ଏହି ମହାମାରୀ ପାଇଁ ଅନେକ ସେଲିବ୍ରିଟି ସହାୟତାର ହାତ ବଢ଼ାଇଛନ୍ତି। ଏବେ ଏଥିରେ ସାମିଲ୍ ହୋଇଛନ୍ତି ମାଷ୍ଟର୍ ବ୍ଲାଷ୍ଟର୍ ସଚିନ ତେନ୍ଦୁଲକର। ସଚିନ କୋଭିଡ୍‌-୧୯ ବିରୋଧରେ ଲଢ଼ିବା ପାଇଁ ମୋଟ ୫୦ଲକ୍ଷ ଟଙ୍କା ଦାନ କରିଛନ୍ତି। ପିଟିଆଇ ପକ୍ଷରୁ ଜଣେ ବ୍ୟକ୍ତି ନିଜ ଗୁପ୍ତ ରଖି କହିଛନ୍ତି, ସଚିନ କରୋନା ବିରୋଧରେ ଲଢ଼େଇ ପାଇଁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ୍ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୨୫ଲକ୍ଷ ଟଙ୍କା ଲେଖାଏ ଯୋଗଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

୪୬ ବର୍ଷୀୟ ସଚିନ ଚ୍ୟାରିଟି କାମରେ ସଂଶ୍ଳିଷ୍ଟ ଅଛନ୍ତି। ଭାରତରେ ଯେବେବି କୌଣସି ସମସ୍ୟା ଆସିଛି, ସଚିନ ସର୍ବଦା ଜନସାଧାରଣଙ୍କ ସହାୟତା ପାଇଁ ଆଗକୁ ଆସିଛନ୍ତି, କିନ୍ତୁ ସେ କେବେବି ସାର୍ବଜନିକ ଭାବେ ଏସବୁ କାମ କରନ୍ତି ନାହିଁ। ସଚିନଙ୍କ ପୂର୍ବରୁ ଆଉ କିଛି କ୍ରୀଡ଼ାବିତ୍ ଏବଂ କ୍ରିକେଟର୍ ମଧ୍ୟ କରୋନା ବିରୋଧରେ ସହାୟତା କରିଛନ୍ତି।

ପୂର୍ବତନ କ୍ରିକେଟର୍ ତଥା ଓପନିଂ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର ୫୦ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଥିବା ବେଳେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏକ ଚାଉଳ କମ୍ପାନୀ ସହ ମିଶି ୫୦ଲକ୍ଷ ଟଙ୍କାର ସହ ଚାଉଳ ଗରିବମାନଙ୍କୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ରେସଲର୍ ବଜରଙ୍ଗ ପୁନିଆ ନିଜର ୬ମାସ ଦରମା ଦାନ କରିବାକୁ ଘୋଷଣା କରିଥିବା ବେଳେ ତାରକା ମହିଳା ଶଟଲର୍ ପିଭି ସିନ୍ଧୁ ୧୦ଲକ୍ଷ ଟଙ୍କା, ସ୍ପ୍ରିଣ୍ଟର୍ ହିମା ଦାସ ମଧ୍ୟ କିଛି ନା କିଛି ଯୋଗଦାନ କରିଛନ୍ତି।

ଅନ୍ୟ କ୍ରିକେଟରଙ୍କ ମଧ୍ୟରେ ପଠାନ୍ ବ୍ରଦର୍ସ ଯଥା ଇରଫାନ୍ ଓ ୟୁସୁଫ୍ ବରୋଦା ପୁଲିସ୍ ଓ ସ୍ୱାସ୍ଥ୍ୟ ବିଭାଗକୁ ୪ହଜାର ମାସ୍କ ଦାନ କରିଥିବା ବେଳେ ମହେନ୍ଦ୍ର ସିଂ ଧୋନି ଏକ ଏନଜିଓ ଜରିଆରେ ୧ଲକ୍ଷ ଟଙ୍କାର ଯୋଗଦାନ କରିଛନ୍ତି। ସୂଚନାଯୋଗ୍ୟ, କରୋନା ଭାଇରସ୍ ଏବେ ସାରା ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହାର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳିଛି। ଭାରତରେ ନିୟମିତ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ପ୍ରତିଦିନ ମୃତ୍ୟ ସଂଖ୍ୟାରେ ମଧ୍ୟ ବୃଦ୍ଧି ହୋଇଛି। ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ରୁ ଅଧିକ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୨୦ଜଣ ମୃତ୍ୟୁବରଣ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos