କ୍ଲାର୍କଙ୍କ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ତାଲିକାରେ ଦୁଇ ଭାରତୀୟ

ବ୍ରିସବେନ୍‌: ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ମାଇକେଲ୍ କ୍ଲାର୍କ ବିଶ୍ୱର ସାତଜଣ ମହାନ୍ ବ୍ୟାଟ୍ସମ୍ୟାନଙ୍କ ଚୟନ କରିଛନ୍ତି। କ୍ଲାର୍କ ସେହି ବ୍ୟାଟ୍ସମ୍ୟାନଙ୍କୁ ଚୟନ କରିଛନ୍ତି, ଯାହାଙ୍କ ବିରୋଧରେ ସେ ଅନ୍ତର୍ଜାତୀୟ ଖେଳିଛନ୍ତି। କ୍ଲାର୍କଙ୍କ ଏହି ତାଲିକାରେ ଭାରତର ଦୁଇଜଣ ବ୍ୟାଟ୍ସମ୍ୟାନ୍ ସ୍ଥାନ ପାଇଛନ୍ତି। ବିଗ୍ ସ୍ପୋର୍ଟ୍ସ ବ୍ରେକଫାଷ୍ଟକୁ ଦେଇଥିବା ସାକ୍ଷାତକାରରେ ବିଶ୍ୱର ସାତଜଣ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସଚିନ ତେନ୍ଦୁଲକର ଓ ବିରାଟ୍ କୋହଲିଙ୍କୁ ସାମିଲ୍ କରିଛନ୍ତି। ସଚିନ ଓ ବିରାଟଙ୍କ ବ୍ୟତୀତ କ୍ଲାର୍କଙ୍କ ଏହି ତାଲିକାରେ ୱେଷ୍ଟଇଣ୍ଡିଜର […]

sachin-and-kohli

sachin-and-kohli

Ranjit Kumar Jena
  • Published: Wednesday, 08 April 2020
  • Updated: 08 April 2020, 07:10 PM IST

Sports

Latest News

ବ୍ରିସବେନ୍‌: ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ମାଇକେଲ୍ କ୍ଲାର୍କ ବିଶ୍ୱର ସାତଜଣ ମହାନ୍ ବ୍ୟାଟ୍ସମ୍ୟାନଙ୍କ ଚୟନ କରିଛନ୍ତି। କ୍ଲାର୍କ ସେହି ବ୍ୟାଟ୍ସମ୍ୟାନଙ୍କୁ ଚୟନ କରିଛନ୍ତି, ଯାହାଙ୍କ ବିରୋଧରେ ସେ ଅନ୍ତର୍ଜାତୀୟ ଖେଳିଛନ୍ତି। କ୍ଲାର୍କଙ୍କ ଏହି ତାଲିକାରେ ଭାରତର ଦୁଇଜଣ ବ୍ୟାଟ୍ସମ୍ୟାନ୍ ସ୍ଥାନ ପାଇଛନ୍ତି। ବିଗ୍ ସ୍ପୋର୍ଟ୍ସ ବ୍ରେକଫାଷ୍ଟକୁ ଦେଇଥିବା ସାକ୍ଷାତକାରରେ ବିଶ୍ୱର ସାତଜଣ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସଚିନ ତେନ୍ଦୁଲକର ଓ ବିରାଟ୍ କୋହଲିଙ୍କୁ ସାମିଲ୍ କରିଛନ୍ତି।

ସଚିନ ଓ ବିରାଟଙ୍କ ବ୍ୟତୀତ କ୍ଲାର୍କଙ୍କ ଏହି ତାଲିକାରେ ୱେଷ୍ଟଇଣ୍ଡିଜର ବ୍ରାଏନ୍ ଲାରା, ଦକ୍ଷିଣ ଆଫ୍ରିକାର ଏବି ଡି'ଭିଲିୟର୍ସ, ଜ୍ୟାକ୍ କାଲିସ୍‌, ଅଷ୍ଟ୍ରେଲିଆର ରିକି ପଣ୍ଟିଂ ଓ ଶ୍ରୀଲଙ୍କାର କୁମାର ସାଙ୍ଗାକାରା ସ୍ଥାନ ପାଇଛନ୍ତି। ତେବେ କ୍ଲାର୍କଙ୍କ ଏହି ତାଲିକାରେ ବିଶ୍ୱର ଏକ ନମ୍ବର ଟେଷ୍ଟ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥଙ୍କୁ ସ୍ଥାନ ମିଳିନାହିଁ, ଯାହା ସମସ୍ତଙ୍କୁ ଚକିତ କରିଛି। ବର୍ତ୍ତମାନ ସମୟରେ କୋହଲି ଓ ସ୍ମିଥ୍ ହିଁ ବିଶ୍ୱର ଦୁଇ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌, କାରଣ ଦୁହିଁଙ୍କ ମଧ୍ୟରେ ସର୍ବଦା କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳୁଛି।

ସ୍ମିଥ୍ ଏବେ ଟେଷ୍ଟ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନରେ ରହିଥିବା ବେଳେ କୋହଲି ଦ୍ୱିତୀୟରେ ରହିଛନ୍ତି। ତେବେ ସୀମିତ ଓଭର୍ (ଦିନିକିଆ ଓ ଟି-୨୦) ରାଙ୍କିଙ୍ଗରେ ସ୍ମିଥ୍ ଟପ୍‌-୧୦ରେ ସାମିଲ୍ ନାହାନ୍ତି। ଏହା ତୁଳନାରେ ବିରାଟ୍ କୋହଲି ଦିନିକିଆ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଟି-୨୦ରେ ଟପ୍‌-୧୦ରେ ସାମିଲ୍ ଅଛନ୍ତି। କ୍ଲାର୍କ ସଚିନଙ୍କ ସମ୍ବନ୍ଧରେ କହିଛନ୍ତି, ମୋ ମତରେ ଟେକନିକରେ ସଚିନ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍।

ଟେକନିକ୍ ମାମଲାରେ ସଚିନଙ୍କ କୌଣସି ଦୁର୍ବଳତା ନାହିଁ। ସେହିପରି ବିରାଟ୍ କୋହଲି ତିନୋଟି ଯାକ ଫର୍ମାଟରେ ଜବରଦସ୍ତ ବ୍ୟାଟ୍ସମ୍ୟାନ୍। ତାଙ୍କର ଦିନିକିଆ ଓ ଟି-୨୦ ରେକର୍ଡ ଅଦ୍ଭୁତ ରହିଛି। ଏହାସହ ସେ ଟେଷ୍ଟରେ ମଧ୍ୟ ନିଜର ଦବଦବା ବଜାୟ ରଖିଛନ୍ତି। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଭାରତ ପକ୍ଷରୁ ୨୦୦ ଟେଷ୍ଟ ଓ ୪୬୩ ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ଏହାଛଡ଼ା ସେ ବିଶ୍ୱର ପ୍ରଥମ କ୍ରିକେଟର୍ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ ଶତକ ମାରିଛନ୍ତି। ସେହିପରି କୋହଲି ଦିନିକିଆରେ ୧୦ହଜାରରୁ ଊର୍ଦ୍ଧ୍ୱ ରନ୍ କରିଛନ୍ତି।

୨୦୧୫ରେ ଅଷ୍ଟ୍ରେଲିଆକୁ ବିଶ୍ୱ ବିଜେତା କରାଇଥିବା କ୍ଲାର୍କ ନିଜ ଦେଶ ପାଇଁ ୧୧୫ ଟେଷ୍ଟ, ୨୪୫ ଦିନିକିଆ ଏବଂ ୩୪ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ୩୯ ବର୍ଷୀୟ କ୍ଲାର୍କ ଟେଷ୍ଟରେ ୮୬୪୩ ରନ୍ କରିଛନ୍ତି, ଯେଉଁଥିରେ ୨୮ ଶତକ ସାମିଲ୍ ଅଛି। ସେହିପରି ସେ ଦିନିକିଆରେ ୮ ଶତକ ସହ ୭୯୮୧ ରନ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story