ସଚୀନଙ୍କ ବୃତ୍ତଚିତ୍ରର ସୁଟିଂ ଆରମ୍ଭ

ମୁମ୍ବାଇ: ଭାରତରତ୍ନ ସଚୀନ ତେନ୍ଦୁଲକରଙ୍କ ଉପରେ ନିର୍ମାଣ ହେଉଛି ଏକ ବୃତ୍ତଚିତ୍ର। ଆଉ ଇତି ମଧ୍ୟରେ ଏହାର ସୁଟିଂ ବି ଆରମ୍ଭ ହୋଇଯାଇଛି। ଉପରେ ସଚୀନଙ୍କର ଯେଉଁ ଫଟୋଟି ଆପଣମାନେ ଦେଖୁଛନ୍ତି, ତାହା ହେଉଛି ଏହି ବୃତ୍ତଚିତ୍ରର ଫାଷ୍ଟ୍ ଲୁକ୍। ଏଯାଏଁ ଏହି ବୃତ୍ତଚିତ୍ରର ନାମକରଣ ହୋଇନାହିଁ। ଏହି ବୃତ୍ତଚିତ୍ର ସୁଟିଂ ପାଇଁ ସଚୀନ ତାଙ୍କ ବାସଭବନକୁ ଫିଲ୍ମ କ୍ରିୟୁ ମେମ୍ବରଙ୍କ ପାଇଁ ଖୋଲି ଦେଇଛନ୍ତି। ଖାଲି ସେତିକି ନୁହେଁ, ଏ ବୃତ୍ତଚିତ୍ର ନେଇ ଉତ୍ସାହିତ ସଚୀନ […]

Sachin

Sachin

Rakesh Mallick
  • Published: Thursday, 23 April 2015
  • Updated: 23 April 2015, 10:51 AM IST

Sports

Latest News

ମୁମ୍ବାଇ: ଭାରତରତ୍ନ ସଚୀନ ତେନ୍ଦୁଲକରଙ୍କ ଉପରେ ନିର୍ମାଣ ହେଉଛି ଏକ ବୃତ୍ତଚିତ୍ର। ଆଉ ଇତି ମଧ୍ୟରେ ଏହାର ସୁଟିଂ ବି ଆରମ୍ଭ ହୋଇଯାଇଛି। ଉପରେ ସଚୀନଙ୍କର ଯେଉଁ ଫଟୋଟି ଆପଣମାନେ ଦେଖୁଛନ୍ତି, ତାହା ହେଉଛି ଏହି ବୃତ୍ତଚିତ୍ରର ଫାଷ୍ଟ୍ ଲୁକ୍। ଏଯାଏଁ ଏହି ବୃତ୍ତଚିତ୍ରର ନାମକରଣ ହୋଇନାହିଁ। ଏହି ବୃତ୍ତଚିତ୍ର ସୁଟିଂ ପାଇଁ ସଚୀନ ତାଙ୍କ ବାସଭବନକୁ ଫିଲ୍ମ କ୍ରିୟୁ ମେମ୍ବରଙ୍କ ପାଇଁ ଖୋଲି ଦେଇଛନ୍ତି। ଖାଲି ସେତିକି ନୁହେଁ, ଏ ବୃତ୍ତଚିତ୍ର ନେଇ ଉତ୍ସାହିତ ସଚୀନ ତାଙ୍କର କ୍ରିକେଟ କିଟ୍ ଓ ସଂଗ୍ରହ କରିଥିବା ସମସ୍ତ ବ୍ୟାଟଗୁଡ଼ିକୁ ଗୋଟି ଗୋଟି କରି ଦେଖାଇ ଦେଉଛନ୍ତି। ଏହି ବୃତ୍ତଚିତ୍ରରେ ସଚୀନଙ୍କୁ ବି ଦେଖିବାକୁ ମିଳିବ । ତା’ସହିତ ଯୁବ ସଚୀନ ଭୂମିକାରେ ଜଣେ ଅଭିନେତାଙ୍କୁ ନିଆଯାଇଛି। ଏହା ବ୍ୟତୀତ ସଚିନଙ୍କ ବିଭିନ୍ନ ମ୍ୟାଚର ଦୃଶ୍ୟକୁ ବି ଏହି ବୃତ୍ତଚିତ୍ରରେ ପ୍ରଦର୍ଶୀତ କରାଯିବ। ତେବେ ଏହା ସଚୀନଙ୍କ ଜୀବନୀ ହେବ ନାହିଁ ବୋଲି ବୃତ୍ତଚିତ୍ରର ପ୍ରଯୋଜକ କହିଛନ୍ତି। ସୁଟିଂ ଓ ଏଡ଼ିଟିଂ ସମାନ୍ତରାଳ ଭାବେ ଚାଲିଥିବା ବେଳେ ୨୦୧୬ରେ ଏହାକୁ ରିଲିଜ କରାଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos