ନୂଆଦିଲ୍ଲୀ: ‘ମାଲେସିଆ ମାଷ୍ଟରସ୍-୨୦୧୯’ର ମହିଳା ସିଙ୍ଗିଲ୍ସର ସେମି ଫାଇନାଲ୍ରେ ହାରି ଯାଇଛନ୍ତି ଭାରତୀୟ ବ୍ୟାଡ୍ମିଣ୍ଟନ୍ ତାରକା ସାଇନା ନେହୱାଲ୍।
ମାଲେସିଆର ରାଜଧାନୀ କୁଆଲାଲୁମ୍ପୁରରେ ଚାଲିଥିବା ଏହି ପ୍ରତିଯୋଗିତାରେ ଆଜି ସାଇନା ସ୍ପେନ୍ର କାରୋଲିନା ମାରିନ୍ଙ୍କ ଠାରୁ ୧୬-୨୧, ୧୩-୨୧ରେ ପରାସ୍ତ ହୋଇଥିଲେ।
ତିନି ଥର ବିଶ୍ୱ ଚାମ୍ପିଅନ ହୋଇଥିବା କାରୋଲିନ୍ ଏହି ମ୍ୟାଚ୍ରେ ଆରମ୍ଭରୁ ଶେଷ ଯାଏ ଭାରତୀୟ ତାରକା ସାଇନାଙ୍କ ଉପରେ ପ୍ରାଧ୍ୟାନ୍ୟ ବିସ୍ତାର କରି ରହିଥିଲେ। ୪୦ ମିନିଟ୍ ଧରି ଏହି ମ୍ୟାଚ୍ ଚାଲିଥିଲା।
ଫାଇନାଲ୍ରେ କାରୋଲିନା ମାଲେସିଆର ଗୋ ଜିନ୍ ୱି ଅବା ଥାଇଲ୍ୟାଣ୍ଡର ରାଚୋନକ୍ ଇଞ୍ଚାନନ୍ଙ୍କୁ ଭେଟିବେ।
ଗତକାଲି ସାଇନା ଜାପାନର ନୋଜୋମି ଓକୁହାରାଙ୍କୁ ହରାଇ ସେମି ଫାଇନାଲ୍ରେ ପ୍ରବେଶ କରିଥିଲେ।
ସୂଚନାଯୋଗ୍ୟ, ୨୦୧୭ରେ ସାଇନା ‘ମାଲେସିଆ ମାଷ୍ଟରସ୍’ ଟାଇଟଲ୍ ଅର୍ଜନ କରିଥିଲେ। ୨୦୧୧ରେ ସେ ରନର୍ସ-ଅପ୍ ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Viral
ଅଟୋକୁ ଧକ୍କା ଦେଲା କାର୍, ପୁଲିସ୍ କର୍ମଚାରୀଙ୍କୁ ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକ
ପୁଲିସ କର୍ମଚାରୀଙ୍କୁ ସ୍ଥାନୀୟ ଲୋକେ ମାଡ଼ ମାରିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।
National
୨୬ରେ ଶପଥ ନେବେ ହେମନ୍ତ ସୋରେନ୍
ଆଜି ଅପରାହ୍ନ ୪ଟାରେ ହେମନ୍ତ ସୋରେନ୍ ରାଜଭବନ ଯାଇ ରାଜ୍ୟପାଳଙ୍କୁ ନିଜ ଇସ୍ତଫାପତ୍ର ଦେବେ। ଏହା ପରେ ପୁନର୍ବାର ସରକାର ଗଠନ ପାଇଁ ଦାବି କରିବେ।
National
ମାୟାବତୀଙ୍କ ବଡ଼ ଘୋଷଣା: ଆଉ କୌଣସି ଉପନିର୍ବାଚନ ଲଢ଼ିବନି ବିଏସ୍ପି
ଉତ୍ତରପ୍ରେଦଶର ୯ଟି ବିଧାନସଭା ଆସନରୁ ଗୋଟିଏରେ ବି ଜିତି ପାରି ନାହିଁ ବିଏସ୍ପି। ବିଜେପି ୬ଟି ଆସନ ଜିତିଛି। ଏହା ବ୍ୟତୀତ ସମାଜବାଦୀ ପାର୍ଟି ଦୁଇଟି ଆସନରେ ଏବଂ ଗୋଟିଏ ଆସନରେ ଆରଏଲଡି ବିଜୟୀ ହୋଇଛି।
Crime
ମଦ ପିଇ ତିନି ସାଙ୍ଗଙ୍କ ବେପରୁଆ ଗାଡ଼ି ଚାଳନା; ଅଟକାଇବାରୁ ପୁଲିସକୁ ମାରିଦେଲେ
ପୁଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ମୃତ।
National
ଜାମା ମସଜିଦର ସର୍ଭେ ବେଳେ ହଙ୍ଗାମା, ପୁଲିସ ଉପରକୁ ପଥରମାଡ଼
ମସଜିଦ ସର୍ଭେକୁ ବିରୋଧ କରି ବ୍ୟାପକ ପୋଡ଼ାଜଳା ମଧ୍ୟ ହୋଇଛି। ଏଥିରେ ଜଣେ ଏସ୍ପି, ଇନ୍ସ୍ପେକ୍ଟର ସମେତ ଅନେକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।