ସାନିଆ ଗ୍ରହଣ କଲେ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର

ନୂଆଦିଲ୍ଲୀ: ଜାତୀୟ କ୍ରୀଡ଼ା ଦିବସ ଅବସରରେ ଶନିବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀଙ୍କଠାରୁ ସମ୍ମାନଜନକ ରାଜୀବ ଗାନ୍ଧୀ ଖେଳରତ୍ନ ଗ୍ରହଣ କରିଛନ୍ତି ଟେନିସ୍ ତାରକା ସାନିଆ ମିର୍ଜା। ଏହା ସହିତ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ଗ୍ରହଣ କରିବାରେ ସେ ପାଲଟି ଯାଇଛନ୍ତି ଦେଶର ଦ୍ୱିତୀୟ ଟେନିସ୍ ଖେଳାଳି। ତାଙ୍କ ପୂର୍ବରୁ ଲିଆଣ୍ଡର ପେସ୍ କ୍ରୀଡ଼ା କ୍ଷେତ୍ରରେ ଦିଆଯାଉଥିବା ଏହି ସର୍ବୋଚ୍ଚ ସମ୍ମାନ ପାଇଥିଲେ। ଗତ ଜୁନ୍ ମାସରେ ସାନିଆ ତାଙ୍କ କ୍ୟାରିଅରର ପ୍ରଥମ ମହିଳା […]

sania

sania

Rakesh Mallick
  • Published: Saturday, 29 August 2015
  • Updated: 29 August 2015, 02:38 PM IST

Sports

Latest News

ନୂଆଦିଲ୍ଲୀ: ଜାତୀୟ କ୍ରୀଡ଼ା ଦିବସ ଅବସରରେ ଶନିବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀଙ୍କଠାରୁ ସମ୍ମାନଜନକ ରାଜୀବ ଗାନ୍ଧୀ ଖେଳରତ୍ନ ଗ୍ରହଣ କରିଛନ୍ତି ଟେନିସ୍ ତାରକା ସାନିଆ ମିର୍ଜା। ଏହା ସହିତ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ଗ୍ରହଣ କରିବାରେ ସେ ପାଲଟି ଯାଇଛନ୍ତି ଦେଶର ଦ୍ୱିତୀୟ ଟେନିସ୍ ଖେଳାଳି। ତାଙ୍କ ପୂର୍ବରୁ ଲିଆଣ୍ଡର ପେସ୍ କ୍ରୀଡ଼ା କ୍ଷେତ୍ରରେ ଦିଆଯାଉଥିବା ଏହି ସର୍ବୋଚ୍ଚ ସମ୍ମାନ ପାଇଥିଲେ।

ଗତ ଜୁନ୍ ମାସରେ ସାନିଆ ତାଙ୍କ କ୍ୟାରିଅରର ପ୍ରଥମ ମହିଳା ଡବଲ୍ସ ଗ୍ରାଣ୍ଡ ସ୍ଲାମ୍ ଟାଇଟଲ୍ ହାସଲ କରିଥିଲେ। ଏହି ଟାଇଟଲ୍ ହାସଲ କରିବାରେ ସେ ମଧ୍ୟ ଦେଶର ପ୍ରଥମ ମହିଳା। ସୁଇଜରଲାଣ୍ଡର ମାର୍ଟିନା ହିଙ୍ଗିସଙ୍କ ସହିତ ମିଶି ସେ ଗତ ଜୁନ୍ ମାସରେ ଜିତିଥିଲେ ୱିମ୍ବଲଡନ୍ ଟାଇଟଲ୍।

ଏହା ପୂର୍ବରୁ ସାନିଆ ତିନିଟି ମିକ୍ସଡ୍ ଡବଲ୍ସ ଟାଇଟଲ୍ ଜିତି ଥିଲେ। ସେ ଅଷ୍ଟ୍ରେଲିଆ ଓପନ୍, ଫ୍ରେଞ୍ଚ୍ ଓପନ୍ ଓ ୟୁଏସ୍ ଓପନରେ ମିକ୍ସ ଡବଲ୍ସ ଟାଇଟଲ୍ ହାସଲ କରିଥିଲେ।

ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ଗ୍ରହଣ କରିବା ପୂର୍ବରୁ ସାନିଆ ଏହାକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରି ଥିଲେ। ପୁରସ୍କାର ସ୍ୱରୂପ ସାନିଆଙ୍କୁ ୭.୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହା ସହିତ ତାଙ୍କୁ ଏକ ପଦକ ଓ ମାନପତ୍ର ମଧ୍ୟ ପ୍ରଦାନ କରାଯାଇଛି।

ଏହା ପୂର୍ବରୁ ସାନିଆ ୨୦୦୪ରେ ଅର୍ଜୁନ ପୁରସ୍କାର ପାଇଥିଲେ। ସେହିପରି ୨୦୦୬ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ପାରାଅଲମ୍ପିଆନ୍ ଏଚ.ଏନ୍ ଗିରିଶଙ୍କ ଦ୍ୱାରା ଦାଖଲ ହୋଇଥିବା ପିଟିସନ୍ ଅନୁଯାୟୀ ସାନିଆଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ନଦେବାକୁ କର୍ଣ୍ଣାଟକ ହାଇକୋର୍ଟଙ୍କ ନୋଟିସ୍ ସତ୍ତ୍ୱେ ସରକାର ଆଜି ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos