ପ୍ରତ୍ୟାବର୍ତ୍ତନରେ ସାନିଆଙ୍କ ରେକର୍ଡ: ଜିତିଲେ ଟାଇଟଲ

ହୋବାର୍ଟ: ଦୀର୍ଘ ଦୁଇ ବର୍ଷ କାଳ ଟେନିସ କୋଟରୁ ଦୂରେଇ ରହିଥିବା ଭାରତର ଏକ ନମ୍ବର ମହିଳା ଟେନିସ୍ ତାରକା ସାନିଆ ମିର୍ଜା ନିଜର ପ୍ରତ୍ୟାବର୍ତ୍ତନ ଟୁର୍ଣ୍ଣାମେଣ୍ଟରେ ଟାଇଟଲ ଜିତି ରେକର୍ଡ କରିଛନ୍ତି। ସେ ହୋବାର୍ଟ ଇଣ୍ଟରନ୍ୟାଶନାଲର ମହିଳା ଡବଲ୍ସ ଫାଇନାଲରେ ବିଜୟୀ ହୋଇଛନ୍ତି। ସାନିଆ ଓ ତାଙ୍କ ସାଥୀ ଖେଳାଳି ୟୁକ୍ରେନର ନାଦିଆ କିଚେନୋକ ମହିଳା ଡବଲ୍ସ ଫାଇନାଲ ଜବରଦସ୍ତ ପ୍ରଦର୍ଶନ କରି ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ ସାନିଆ ଓ କିଚେନୋକଙ୍କ ଯୋଡ଼ି ଚାଇନିଜ୍ ଯୋଡ଼ି […]

e

e

Hemant Lenka
  • Published: Saturday, 18 January 2020
  • Updated: 18 January 2020, 03:30 PM IST

Sports

Latest News

ହୋବାର୍ଟ: ଦୀର୍ଘ ଦୁଇ ବର୍ଷ କାଳ ଟେନିସ କୋଟରୁ ଦୂରେଇ ରହିଥିବା ଭାରତର ଏକ ନମ୍ବର ମହିଳା ଟେନିସ୍ ତାରକା ସାନିଆ ମିର୍ଜା ନିଜର ପ୍ରତ୍ୟାବର୍ତ୍ତନ ଟୁର୍ଣ୍ଣାମେଣ୍ଟରେ ଟାଇଟଲ ଜିତି ରେକର୍ଡ କରିଛନ୍ତି। ସେ ହୋବାର୍ଟ ଇଣ୍ଟରନ୍ୟାଶନାଲର ମହିଳା ଡବଲ୍ସ ଫାଇନାଲରେ ବିଜୟୀ ହୋଇଛନ୍ତି। ସାନିଆ ଓ ତାଙ୍କ ସାଥୀ ଖେଳାଳି ୟୁକ୍ରେନର ନାଦିଆ କିଚେନୋକ ମହିଳା ଡବଲ୍ସ ଫାଇନାଲ ଜବରଦସ୍ତ ପ୍ରଦର୍ଶନ କରି ଚାମ୍ପିୟନ ହୋଇଛନ୍ତି।

ଫାଇନାଲରେ ସାନିଆ ଓ କିଚେନୋକଙ୍କ ଯୋଡ଼ି ଚାଇନିଜ୍ ଯୋଡ଼ି ଝାଙ୍ଗ ଶୁଆଇ ଏବଂ ପେଙ୍ଗ ଶୁଆଇଙ୍କୁ ଭେଟିଥିଲେ। ତେବେ ଏହି ଚାଇନିଜ୍‌ ଯୋଡ଼ିଙ୍କୁ ସାନିଆ ଓ କିଚେନୋକ ସିଧାସଳଖ ୬-୪ ଓ ୬-୪ ସେଟରେ ପରାସ୍ତ କରିଛନ୍ତି। ଦୀର୍ଘ ୧ ଘଣ୍ଟା ୨୧ ମିନିଟ୍‌ ଧରି ଚାଲିଥିବା ଏହି ମ୍ୟାଚ୍‌ରେ ଅଧିକାଂଶ ସମୟ ଭାରତ ଓ ୟୁକ୍ରେନ ଯୋଡ଼ିଙ୍କ ଦବଦବାର ଦେଖିବାକୁ ମିଳିଥିଲା।

୩୩ ବର୍ଷୀୟ ସାନିଆ ମା’ ହୋଇଥିବାରୁ ଦୀର୍ଘ ୨ ବର୍ଷ କାଳ ଟେନିସ କୋଟରୁ ଦୂରେଇ ରହିଥିଲେ। ହେଲେ ନିଜର କମବ୍ୟାକ ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ପ୍ରଦର୍ଶନ କରି ବିଜୟରୁ ୨୦୨୦ର ଶୁଭାରମ୍ଭ କରିଛନ୍ତି। ଏବେ ତାଙ୍କ ଲକ୍ଷ୍ୟ ଅଷ୍ଟ୍ରେଲିଆ ଓପନ ଓ ଅଲିମ୍ପିକ୍ସ ଉପରେ ରହିଛି।

ଏହା ସାନିଆଙ୍କ ୪୨ତମ ଡବ୍ଲ୍ୟୁଟିଏ ଡବଲ୍ସ ଟାଇଟଲ। ସେହିପରି ୨୦୦୭ ବ୍ରିସବେନ ଇଣ୍ଟରନ୍ୟାଶନାଲ ଟ୍ରଫି ପରେ ସେ ଚାମ୍ପିୟନ ହୋଇଛନ୍ତି। ସେ ୨୦୧୮ ଓ ୨୦୧୯ରେ ହୋଇଥିବା କୌଣସି ବି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ନଥିଲେ।

ଏହାପୂର୍ବରୁ ସାନିଆ ଓ ନାଦିଆ କିଚେନୋକ ଯୋଡ଼ି ସେମିଫାଇନାଲରେ ସ୍ଲୋଭେନିଆ-ଚେକ୍ ରିପବ୍ଲିକ୍ ଯୋଡ଼ି ତାମାରା ଜିଦାନସେକ୍ ଓ ମ୍ୟାରି ବୁଜକୋକାଙ୍କୁ ହରାଇ ଟାଇଟଲ୍ ରାଉଣ୍ଡରେ ପ୍ରବେଶ କରିଥିଲେ। ୧ ଘଣ୍ଟା ୨୪ ମିନିଟ୍ ଧରି ଚାଲିଥିବା ମୁକାବିଲାରେ ପଞ୍ଚମ ସିଡ୍ ଇଣ୍ଡୋ-ୟୁକ୍ରେନ୍ ଯୋଡ଼ି ୭-୬ (୩), ୬-୨ ସେଟରେ ବିଜୟୀ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story