ଜୁଲାଇରେ ଆସିବ ସାନିଆଙ୍କ ଆତ୍ମଜୀବନୀ “ଏସ୍ ଏଗେନଷ୍ଟ ଅଡ୍”

ନୂଆଦିଲ୍ଲୀ: ଭାରତୀୟ ଟେନିସ୍‌ ଷ୍ଟାର ସାନିଆ ମିର୍ଜା ତାଙ୍କ ଆତ୍ମଜୀବନୀ ଲେଖିଛନ୍ତି। ଏହାର ନାଁ ରଖିଛନ୍ତି “ଏସ୍ ଏଗେନଷ୍ଟ୍ ଅଡ୍”। ଚଳିତ ବର୍ଷ ଜୁଲାଇ ମାସରେ ଏହି ବହିଟି ଉନ୍ମୋଚିତ ହେବ। ପ୍ରକାଶନୀ ସଂସ୍ଥା ହାର୍ପର କୋଲ୍ଲିନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମହିଳା ଡବଲ୍ସରେ ବିଶ୍ୱର ୧ ନମ୍ବର ମାନ୍ୟତାପ୍ରାପ୍ତ ସାନିଆ ତାଙ୍କ ବାପା ଇମ୍ରାନ୍ ମିର୍ଜାଙ୍କ ସହିତ ମିଶି ପୁସ୍ତକଟିକୁ ଲେଖିଛନ୍ତି। ସାନିଆ କହିଛନ୍ତି,“ମୋ ବହିଟି ଦେଶର ପରବର୍ତ୍ତୀ ପିଢ଼ିର ଟେନିସ୍ ଖେଳାଳିଙ୍କ ପାଇଁ […]

sania

sania

Rakesh Mallick
  • Published: Wednesday, 04 May 2016
  • Updated: 04 May 2016, 10:55 AM IST

Sports

Latest News

saniaନୂଆଦିଲ୍ଲୀ: ଭାରତୀୟ ଟେନିସ୍‌ ଷ୍ଟାର ସାନିଆ ମିର୍ଜା ତାଙ୍କ ଆତ୍ମଜୀବନୀ ଲେଖିଛନ୍ତି। ଏହାର ନାଁ ରଖିଛନ୍ତି “ଏସ୍ ଏଗେନଷ୍ଟ୍ ଅଡ୍”। ଚଳିତ ବର୍ଷ ଜୁଲାଇ ମାସରେ ଏହି ବହିଟି ଉନ୍ମୋଚିତ ହେବ। ପ୍ରକାଶନୀ ସଂସ୍ଥା ହାର୍ପର କୋଲ୍ଲିନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ମହିଳା ଡବଲ୍ସରେ ବିଶ୍ୱର ୧ ନମ୍ବର ମାନ୍ୟତାପ୍ରାପ୍ତ ସାନିଆ ତାଙ୍କ ବାପା ଇମ୍ରାନ୍ ମିର୍ଜାଙ୍କ ସହିତ ମିଶି ପୁସ୍ତକଟିକୁ ଲେଖିଛନ୍ତି।

ସାନିଆ କହିଛନ୍ତି,“ମୋ ବହିଟି ଦେଶର ପରବର୍ତ୍ତୀ ପିଢ଼ିର ଟେନିସ୍ ଖେଳାଳିଙ୍କ ପାଇଁ ଏକ ଉପାଦେୟ ମାର୍ଗଦର୍ଶକ ହେବ ବୋଲି ମୁଁ ଆଶା କରୁଛି। ମୋ ବହି ଦ୍ୱାରା ଉତ୍ସାହିତ ହୋଇ ଜଣେ ଯୁବ ଖେଳାଳି ଭବିଷ୍ୟତରେ ଗୋଟିଏ ଗ୍ରାଣ୍ଡ୍ ସ୍ଲାମ୍ ଜିତିଲେ ବି ମୁଁ ଖୁସି ହେବି।”

ହାର୍ପର କୋଲ୍ଲିନ୍ସର ପ୍ରକାଶକ ତଥା ମୁଖ୍ୟ ସଂପାଦକ କାର୍ତ୍ତିକ ଭି.କେ କହିଛନ୍ତି,“ସାନିଆ ଅସାଧାରଣ ସଫଳତା ପାଇଛନ୍ତି। ତାଙ୍କର ଆତ୍ମଜୀବନୀ ପ୍ରେରଣାଦାୟୀ ହେବ। ତାଙ୍କ ପୁସ୍ତକ ସହିତ ଜଡ଼ିତ ହେବା ଆମ ପାଇଁ ଗର୍ବର କଥା।”

୨୦୦୩ରେ ୧୬ ବର୍ଷ ବୟସରେ ୱିମ୍ବଲଡନ୍ ଚାମ୍ପିଅନସିପ୍‌ରେ ଗାର୍ଲ୍ସ ଡବଲ୍ସ ଟାଇଟଲ୍ ଜିତିବା ପରେ ଚର୍ଚ୍ଚାକୁ ଆସିଥିଲେ ସାନିଆ। ୨୦୧୨ରେ ସେ ଏକକ ବର୍ଗରୁ ଅବସର ଘୋଷଣା କରିଥିଲେ। ତେବେ ୨୦୧୫ ଅଗଷ୍ଟ ମାସରୁ ୨୦୧୬ ମାର୍ଚ୍ଚ ମାସ ମଧ୍ୟରେ ତାଙ୍କ କ୍ୟାରିୟର ଏକ ଭିନ୍ନ ମୋଡ଼ ନେଇଛି। ଏହି ସମୟ ମଧ୍ୟରେ ସେ ତାଙ୍କର ସାଥୀ ମାର୍ଟିନା ହିଙ୍ଗିସ୍‌ଙ୍କ ସହ ମିଶି ମହିଳା ଡବଲ୍ସରେ ଲଗାତାର ୪୧ଟି ମ୍ୟାଚ୍ ଜିତିଛନ୍ତି ଏବଂ ମହିଳା ଡବଲ୍ସ ବର୍ଗରେ ବିଶ୍ୱର ୧ ନମ୍ବର ଟେନିସ୍ ଖେଳାଳି ହୋଇଛନ୍ତି।

ସାନିଆ ୭ଟି ଗ୍ରାଣ୍ଡ୍ ସ୍ଲାମ୍ ଟାଇଟଲ୍ ଜିତିଛନ୍ତି।

୨୦୦୯ରେ ସାନିଆ ମହେଶ ଭୂପତିଙ୍କ ସହିତ ମିଶି ଅଷ୍ଟ୍ରେଲିଆ ଓପନ୍‌ରେ ମିକ୍ସଡ୍ ଡବଲ୍ସ ଟାଇଟଲ୍ ଜିତିଥିଲେ। ୨୦୧୨ରେ ମହେଶ ଭୂପତିଙ୍କ ସହିତ ମିଶି ଫ୍ରେଞ୍ଚ୍‌ ଓପନ୍‌ରେ ମିକ୍ସଡ୍‌ ଡବଲ୍‌ ଟାଇଟଲ୍‌ ଜିତିଥିଲେ।  ୨୦୧୪ରେ ବ୍ରୁନୋ ସୋରେସ୍‌ଙ୍କୁ ସାଥୀ କରି ୟୁଏସ୍ ଓପନ୍ ମିକ୍ସଡ୍ ଡବଲ୍‌ ଟାଇଟଲ୍ ଜିତିଥିଲେ ସେ।

୨୦୧୫ରେ ସେ ମାର୍ଟିନା ହିଙ୍ଗିସ୍‌ଙ୍କ ସହିତ ମିଶି ଉଭୟ ୟୁଏସ୍‌ ଓପନ୍ ଓ ୱିମ୍ବଲଡନ୍‌ରେ ମହିଳା ଡବଲ୍ସ ଟାଇଟଲ୍ ଜିତିଥିଲେ। ୨୦୧୬ରେ ଏହି ଯୋଡ଼ି ଅଷ୍ଟ୍ରେଲିଆ ଓପନ୍‌ରେ ମହିଳା ଡବଲ୍ସ ଟାଇଟଲ୍ ଜିତିଥିଲେ।

ଏହା ବ୍ୟତୀତ ରାଜ୍ୟଗୋଷ୍ଠୀ, ଏସିଆନ୍ ଗେମ୍ସ ଓ ଆଫ୍ରୋ-ଏସିଆନ୍ ଗେମ୍ସରେ ସେ ଦେଶ ପାଇଁ ୧୪ଟି ପଦକ ଜିତିଛନ୍ତି। ଏକକ, ମହିଳା ଡବଲ୍ସ ଓ ମିକ୍ସଡ୍ ଡବଲ୍ସ ବର୍ଗରେ ସେ ଏହି ସବୁ ପଦକ ହାତେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story