ଷଷ୍ଠ ଥର ପାଇଁ ଆଇପିଏଲ୍ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗସ୍

ଚେନ୍ନାଇ: ଶୁକ୍ରବାର ଅନୁଷ୍ଠିତ ଆଇପିଏଲର ଦ୍ୱିତୀୟ କ୍ୱାଲିଫାୟରରେ ବାଜି ମାରି ନେଇଛି ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୩ ୱିକେଟରେ ହରାଇ ଚଳିତ ଆଇପିଏଲର ଫାଇନାଲରେ ପହଞ୍ଚି ଯାଇଛି ଚେନ୍ନାଇ। ଆଉ ଏହା ସହିତ ଆଇପିଏଲ ଆରମ୍ଭ ହେବା ଦିନ ଠାରୁ ଏହାକୁ ମିଶାଇ ଷଷ୍ଠ ଥର ପାଇଁ ଚେନ୍ନାଇ ଫାଇନାଲରେ ପ୍ରବେଶ କରିଛନ୍ତି। ଆସନ୍ତାକାଲି କୋଲକାତାର ଇଡେନ୍ ଗାର୍ଡେନରେ ଅନୁଷ୍ଠିତ ହେବାକୁ ଥିବା ଫାଇନାଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ […]

michaelhussey

michaelhussey

Rakesh Mallick
  • Published: Saturday, 23 May 2015
  • Updated: 23 May 2015, 04:17 AM IST

Sports

Latest News

ଚେନ୍ନାଇ: ଶୁକ୍ରବାର ଅନୁଷ୍ଠିତ ଆଇପିଏଲର ଦ୍ୱିତୀୟ କ୍ୱାଲିଫାୟରରେ ବାଜି ମାରି ନେଇଛି ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୩ ୱିକେଟରେ ହରାଇ ଚଳିତ ଆଇପିଏଲର ଫାଇନାଲରେ ପହଞ୍ଚି ଯାଇଛି ଚେନ୍ନାଇ। ଆଉ ଏହା ସହିତ ଆଇପିଏଲ ଆରମ୍ଭ ହେବା ଦିନ ଠାରୁ ଏହାକୁ ମିଶାଇ ଷଷ୍ଠ ଥର ପାଇଁ ଚେନ୍ନାଇ ଫାଇନାଲରେ ପ୍ରବେଶ କରିଛନ୍ତି।

ଆସନ୍ତାକାଲି କୋଲକାତାର ଇଡେନ୍ ଗାର୍ଡେନରେ ଅନୁଷ୍ଠିତ ହେବାକୁ ଥିବା ଫାଇନାଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ।

ଗତକାଲି ପ୍ରଥମେ ବ୍ୟାଟିଂ କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୩୯ ରନ୍ କରିଥିଲା। ଜବାବରେ ଚେନ୍ନାଇ ଗୋଟିଏ ବଲ୍ ବାକି ଥାଇ ୩ ୱିକେଟରେ ମ୍ୟାଚ୍ ଜିତି ନେଇଥିଲା। ଚେନ୍ନାଇ ପକ୍ଷରୁ ମାଇକ ହସି ସର୍ବାଧିକ ୫୬ ରନ୍ କରିଥିବା ବେଳେ ଆଶିଷ ନେହେରା ସର୍ବାଧିକ ୩ ୱିକେଟ୍ ନେଇ ମ୍ୟାନ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos