କରୋନା ସହାୟତା ପାଇଁ ଭାରତ-ପାକ୍ ମ୍ୟାଚ୍ ସପକ୍ଷରେ ଅଖତର୍‌

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ସାରା ବିଶ୍ୱରେ ବର୍ତ୍ତମାନ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ମହାମାରୀ ବିରୋଧରେ ଲଢ଼େଇ ପାଇଁ ବିଶ୍ୱର ଅଧିକାଂଶ ଦେଶରେ ଲକଡାଉନ୍ ଜାରି ରହିଛି। ଏଭଳି କଠିନ ସମୟରେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ସାଧାରଣ ମଣିଷ ମଧ୍ୟ ସରକାରଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ତେବେ ଗରିବଙ୍କୁ ସହାୟତା ପାଇଁ ପାକିସ୍ତାନର ପୂର୍ବତନ ପେସ୍ ବୋଲର ଶୋଏବ ଅଖତର ଏକ ବଡ଼ ପ୍ରସ୍ତାବ ଦେଇଛନ୍ତି। କରୋନାଭାଇରସ୍ ବିରୋଧରେ ଲଢ଼େଇ ପାଇଁ ଅର୍ଥରାଶି ସଂଗ୍ରହ ଅଭିଯାନରେ […]

akhter

akhter

Ranjit Kumar Jena
  • Published: Wednesday, 08 April 2020
  • Updated: 08 April 2020, 07:05 PM IST

Sports

Latest News

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ସାରା ବିଶ୍ୱରେ ବର୍ତ୍ତମାନ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ମହାମାରୀ ବିରୋଧରେ ଲଢ଼େଇ ପାଇଁ ବିଶ୍ୱର ଅଧିକାଂଶ ଦେଶରେ ଲକଡାଉନ୍ ଜାରି ରହିଛି। ଏଭଳି କଠିନ ସମୟରେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ସାଧାରଣ ମଣିଷ ମଧ୍ୟ ସରକାରଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ତେବେ ଗରିବଙ୍କୁ ସହାୟତା ପାଇଁ ପାକିସ୍ତାନର ପୂର୍ବତନ ପେସ୍ ବୋଲର ଶୋଏବ ଅଖତର ଏକ ବଡ଼ ପ୍ରସ୍ତାବ ଦେଇଛନ୍ତି।

କରୋନାଭାଇରସ୍ ବିରୋଧରେ ଲଢ଼େଇ ପାଇଁ ଅର୍ଥରାଶି ସଂଗ୍ରହ ଅଭିଯାନରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ କ୍ରିକେଟ୍ ସିରିଜର ଆୟୋଜନ କରିବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ଅଖତର୍। ୨୦୦୭ ପରଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ପୂର୍ଣ୍ଣ ଦ୍ୱିପାକ୍ଷିକ ସିରିଜ୍ ଆୟୋଜିତ ହୋଇନାହିଁ। ଏହା ପରେ ୨୦୦୮ରେ ପାକିସ୍ତାନସ୍ଥିତ ଏକ ସଂଗଠନ ଦ୍ୱାରା ଭାରତ ଉପରେ ଆତଙ୍କୀ ଆକ୍ରମଣ ହୋଇଥିଲା, ଯାହା ପରଠାରୁ ଉଭୟ ଦଳ କେବଳ ଆଇସିସି ଇଭେଣ୍ଟ ଏବଂ ଏସିଆ କପରେ ହିଁ ପରସ୍ପରକୁ ଭେଟୁଛନ୍ତି। ତେବେ ଏଭଳି ସଙ୍କଟ ସମୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ପୁନର୍ବାର କ୍ରିକେଟ୍ ସିରିଜ୍ ଆୟୋଜନ କରାଯାଇ ଏଥିରୁ ମିଳିବାକୁ ଥିବା ଅର୍ଥରାଶିକୁ କରୋନା ଲଢ଼େଇରେ ବିନିଯୋଗ କରିବାକୁ ଅଖତର କହିଛନ୍ତି।

ଅଖତର କହିଛନ୍ତି, ବର୍ତ୍ତମାନର ସଙ୍କଟ ସମୟରେ ଦୁଇ ଦେଶ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ସିରିଜ୍ କରାଇବାକୁ ମୁଁ ପ୍ରସ୍ତାବ ଦେଉଛି। ପ୍ରଥମଥର ଏହି ସିରିଜର ଫଳାଫଳ ଯାହାବି ହେବ, ତାହା ଦୁଇ ଦେଶର କ୍ରିକେଟପ୍ରେମୀଙ୍କୁ ଆଦୌ ନିରାଶ କରିବ ନାହିଁ। ଯଦି ବିରାଟ୍ କୋହଲି ଶତକ ମାରନ୍ତି, ତାହେଲେ ଆମେ ଖୁସି ହେବ। ସେହିପରି ଯଦି ବାବର ଆଜମ ଶତକ ମାରିବେ, ଆପଣ ଖୁସି ହେବେ। ତେଣୁ ମ୍ୟାଚର ଫଳାଫଳ ଯାହାବି ହେଉ, ଉଭୟ ଦଳ ନିଶ୍ଚିତ ବିଜୟୀ ହେବେ।

ଅଖତର ଆହୁରି କହିଛନ୍ତି, "ଯଦି ଏହି ମ୍ୟାଚ୍ ଆୟୋଜନ କରାଯାଏ, ତାହେଲେ ଏହାକୁ ଅଧିକ ସଂଖ୍ୟକ ଦର୍ଶକ ଦେଖିବେ। ପ୍ରଥମଥର ଲାଗି ଉଭୟ ଦଳ ନିଜ ପାଇଁ ନୁହେଁ ବରଂ ପରସ୍ପର ପାଇଁ ଖେଳିବେ। ଏହି ମ୍ୟାଚରୁ ମିଳିବାକୁ ଥିବା ଅର୍ଥରାଶିକୁ ସମାନ ଭାବେ ଉଭୟ ଭାରତ ଓ ପାକିସ୍ତାନର ସରକାରଙ୍କୁ ପ୍ରଦାନ କରାଯିବ। ବର୍ତ୍ତମାନ ସମସ୍ତେ ନିଜ ନିଜର ଘରେ ଅଛନ୍ତି ଏବଂ ଏହି ମ୍ୟାଚର ମଜା ଉଠାଇପାରିବେ। ମୁଁ ଜାଣିଛି ବର୍ତ୍ତମାନ ସହ ଏହା ସମ୍ଭବ ନୁହେଁ, କିନ୍ତୁ ଯେତେବେଳେ ସବୁକିଛି ସ୍ୱାଭାବିକ ହୋଇଯିବ, ସେତେବେଳେ ଦୁବାଇରେ ଏହି ମ୍ୟାଚର ଆୟୋଜନ କରାଯାଇପାରିବ। ଏଥିପାଇଁ ସ୍ୱତନ୍ତ୍ର ଚାର୍ଟାର୍ଡ ଫ୍ଲାଇଟ୍ (ବିମାନ)ର ବନ୍ଦୋବସ୍ଥ କରାଯାଇପାରିବ।

ଏହି ମ୍ୟାଚ୍ ଆୟୋଜନ ହେବା ଦ୍ୱାରା ଉଭୟ ଦେଶ ମଧ୍ୟରେ ରାଜନୀତିକ ସମ୍ପର୍କରେ ସୁଧାର ଆସିପାରିବ। ମୋ ମତରେ ଏଭଳି ସଙ୍କଟ ସମୟରେ ଉଭୟ ଦେଶ ପରସ୍ପରର ସହାୟତା କରିବା ଦରକାର। ଭାରତ ଯଦି ୧୦ହଜାର ଭେଣ୍ଟିଲେଟର୍ ପ୍ରଦାନ କରେ, ତାହେଲେ ପାକିସ୍ତାନ ସବୁବେଳେ ଏଥିପାଇଁ କୃତଜ୍ଞ ରହିବ। ଆମେ କେବଳ ମ୍ୟାଚ୍ ପାଇଁ ପ୍ରସ୍ତାବ ଦେଇପାରିବୁ। ବାକି ସବୁକିଛି ଉଭୟ ଦେଶର ଅଧିକାରୀଙ୍କ ଉପରେ ନିର୍ଭର କରେ।"

ସୂଚନାଯୋଗ୍ୟ, ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଶାହିଦ୍ ଆଫ୍ରିଦିଙ୍କ ଚ୍ୟାରିଟି ସଂସ୍ଥାକୁ ସହାୟତା ପାଇଁ ଅନୁରୋଧ କରିଥିବାରୁ ଭାରତୀୟ କ୍ରିକେଟର୍ ଯୁବରାଜ ସିଂହ ଓ ହରଭଜନ ସିଂହଙ୍କୁ ଖୁବ୍ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏ ନେଇ ଅଖତର କହିଥିଲେ, "ସତ କହିବାକୁ ଗଲେ ଏହା ଅମାନବିକତା। ବର୍ତ୍ତମାନ ପରିସ୍ଥିତିରେ ଦେଶ କିମ୍ବା ଧର୍ମ କଥା ନୁହେଁ, ସାଧାରଣ ଲୋକଙ୍କ କଥା ଚିନ୍ତା କରିବା ଦରକାର।" ଅଖତର ମଧ୍ୟ କମେଣ୍ଟେଟର୍ ଭାବେ ଭାରତରେ ଅନେକ ସମୟ ବିତାଇଛନ୍ତି। ଏହାବାଦ୍ ସେ ଭାରତୀୟ କ୍ରିକେଟକୁ ଖୁବ୍ ପ୍ରଶଂସା ମଧ୍ୟ କରିଛନ୍ତି। ଅଖତର ମଧ୍ୟ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଓ ରୋହିତ୍ ଶର୍ମାଙ୍କର ବହୁତ ବଡ଼ ପ୍ରଶଂସକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos