ଦୁବାଇ: କ୍ରିକେଟ୍ରେ ଭିନ୍ନ ଭିନ୍ନ ପ୍ରକାରରେ ବ୍ୟାଟସ୍ମ୍ୟାନ୍ମାନେ ଆଉଟ୍ ହେବାର ନଜିର ରହିଛି। ତେବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପାକିସ୍ତାନ ବ୍ୟାଟସ୍ମ୍ୟାନ୍ ଶୋଏବ ମାଲିକ ଯେଉଁଭଳି ଆଉଟ୍ ହୋଇଛନ୍ତି, ତା’ର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ପାକିସ୍ତାନ ଇନିଂସ୍ର ୩୩ତମ ଓଭର୍ରେ ଏଭଳି ଘଟଣା ଘଟିଥିଲା। ଶୋଏବ ବ୍ୟାଟିଂ କରୁଥିବା ବେଳେ ଲୋସକେଇ ଫରଗୁସନ୍ ବୋଲିଂ କରୁଥିଲେ। ଫରଗୁସନ୍ ଏକ ଶର୍ଟ ବଲ୍ ପକାଇଥିବା ବେଳେ ଶୋଏବ ଏହାକୁ ଲେଗ୍ ଷ୍ଟାଇଡ୍ରେ ଖେଳିବା ପାଇଁ ପୁଲ୍ କରିଥିଲେ। ତେବେ ବଲ୍ଟି ଶର୍ଟ ଲେଗ୍ରେ ଫିଲ୍ଡିଂ କରୁଥିବା ନିକୋଲାସ୍ଙ୍କ କାନ୍ଧରେ ମାଡ଼ ହୋଇଥିଲା।
ବଲ୍ଟିର ବେଗ୍ ଏତେ ଜୋର ଥିଲା ଯେ ଏହା ନିକୋଲାସ୍ଙ୍କ କାନ୍ଧରେ ମାଡ଼ ହୋଇ ଉପରକୁ ଉଠି ଯାଇଥିଲା। ଫଳରେ ମିଡ୍ ୱିକେଟ୍ରେ ଫିଲ୍ଡିଂ କରିଥିବା ଇଶ ଶୋଢ଼ି ଏହାକୁ କ୍ୟାଚ୍ କରିନେଇଥିଲେ। ଫଳରେ ଶୋଏବଙ୍କୁ ପ୍ୟାଭିଲିୟନ୍ ଫେରିବାକୁ ପଡ଼ିଥିଲା।
ବଲ୍ ମାଡ଼ ହେବାରୁ ନିକୋଲସ୍ କିଛି ସମୟ ପାଇଁ ତଳେ ପଡ଼ିଯାଇଥିଲେ। ଶୋଏବ୍ ମଧ୍ୟ ପ୍ୟାଭିଲିୟନ୍ ଫେରିବା ପୂର୍ବରୁ ନିକୋଲାସ୍ଙ୍କ ପାଖକୁ ଯାଇ ଖେଳୁଆଡ଼ ମନୋଭାବ ପ୍ରଦର୍ଶନ କରିଥିଲେ।
ଦେଖନ୍ତୁ ଭିଡିଓ:
https://www.facebook.com/blackcapsfan/videos/682345245500002/
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।