ବିଶ୍ୱକପ୍‌ ହିରୋ ଗମ୍ଭୀରଙ୍କ ବାବଦରେ କିଛି ଅଜଣା କଥା

ନୂଆଦିଲ୍ଲୀ: ୧୯୮୧ ମସିହା ଅକ୍ଟୋବର ୧୪ରେ ଜନ୍ମ ନେଇଥିବା ଗୌତମ ଗମ୍ଭୀରଙ୍କ ଜୀବନୀକୁ ନେଇ ଭବିଷ୍ୟତରେ ହୁଏତ ଫିଲ୍ମ ନହୋଇପାରେ, ବହି ମଧ୍ୟ ଲେଖାନଯାଇପାରେ, କିନ୍ତୁ ସେ ଅନେକ ବ୍ୟକ୍ତିଙ୍କ ସଫଳତା ପଛର ନାୟକ ଭାବରେ ନିଶ୍ଚୟ ଅଭୁଲା ହୋଇ ରହିବେ। ସଦ୍ୟ ଅନ୍ତର୍ଜାତୀୟ କ୍ରିକେଟ୍‌ର ସମସ୍ତ ଫର୍ମାଟରୁ ଅବସର ନେଇଥିବା ଗମ୍ଭୀର ଉଭୟ ୨୦୦୭ ଏବଂ ୨୦୧୧ ବିଶ୍ୱକପ୍‌ରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ଏହି ଦିଲ୍ଲୀ ବ୍ୟାଟ୍‌ସମ୍ୟାନ୍‌ ଆଇପିଏଲରେ କୋଲକତା ନାଇଟ୍‌ ରାଇଡର୍ସ ଏବଂ […]

gambhir

gambhir

Subrat Kumar Nayak
  • Published: Wednesday, 05 December 2018
  • Updated: 05 December 2018, 10:34 AM IST

Sports

Latest News

ନୂଆଦିଲ୍ଲୀ: ୧୯୮୧ ମସିହା ଅକ୍ଟୋବର ୧୪ରେ ଜନ୍ମ ନେଇଥିବା ଗୌତମ ଗମ୍ଭୀରଙ୍କ ଜୀବନୀକୁ ନେଇ ଭବିଷ୍ୟତରେ ହୁଏତ ଫିଲ୍ମ ନହୋଇପାରେ, ବହି ମଧ୍ୟ ଲେଖାନଯାଇପାରେ, କିନ୍ତୁ ସେ ଅନେକ ବ୍ୟକ୍ତିଙ୍କ ସଫଳତା ପଛର ନାୟକ ଭାବରେ ନିଶ୍ଚୟ ଅଭୁଲା ହୋଇ ରହିବେ। ସଦ୍ୟ ଅନ୍ତର୍ଜାତୀୟ କ୍ରିକେଟ୍‌ର ସମସ୍ତ ଫର୍ମାଟରୁ ଅବସର ନେଇଥିବା ଗମ୍ଭୀର ଉଭୟ ୨୦୦୭ ଏବଂ ୨୦୧୧ ବିଶ୍ୱକପ୍‌ରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ଏହି ଦିଲ୍ଲୀ ବ୍ୟାଟ୍‌ସମ୍ୟାନ୍‌ ଆଇପିଏଲରେ କୋଲକତା ନାଇଟ୍‌ ରାଇଡର୍ସ ଏବଂ ଦିଲ୍ଲୀ ଡେୟାର ଡେଭିଲ୍ସର ନେତୃତ୍ୱ ମଧ୍ୟ ନେଇସାରିଛନ୍ତି। ଆଜି ଆମ କହିବୁ ତାଙ୍କ ବିଷୟରେ କିଛି ଅଜଣା କଥା।

ଏକ ବ୍ୟବସାୟିକ ପରିବାରରେ ଜନ୍ମ ଗ୍ରହଣ କରି ସେ ଯେତେବେଳେ୧୮ ଦିନର ହୋଇଥିଲେ ସେତେବେଳୁ ଜେଜେବାପା ଏବଂ ଜେଜେମାଙ୍କ ସହିତ ରହିଆସୁଥିଲେ। ଗମ୍ଭୀର ୧୦ ବର୍ଷ ବୟସରୁ କ୍ରିକେଟ୍ ଆଡ଼କୁ ଆକୃଷ୍ଟ ହୋଇ ସଞ୍ଜୟ ଭରଦ୍ୱାଜ ଏବଂ ରାଜୁ ଟଣ୍ଡନ୍‌ଙ୍କ ଅଧୀନରେ ଅଭ୍ୟାସ ଆରମ୍ଭ କରିଥିଲେ।

୧୯୯୯-୦୦ରେ ସେ ଦିଲ୍ଲୀ ପାଇଁ ପ୍ରଥମ ଶ୍ରେଣୀ କ୍ୟାରିଅର ଆରମ୍ଭ କରିଥିଲେ। ପ୍ରଥମ ୨ ମ୍ୟାଚ୍‌ରୁ ହିଁ ତାଙ୍କ ସଫଳତା ଦେଖିବାକୁ ମିଳିଥିଲା। ଏହାପରେ ୨୦୦୦ ମସିହାରେ ସେ ନ୍ୟାସନାଲ କ୍ରିକେଟ୍‌ ଏକାଡେମୀ ପାଇଁ ମନୋନୀତ ହୋଇଥିଲେ, ଯେଉଁଠାରେ ଯୁବ ପ୍ରତିଭାମାନଙ୍କୁ ତାଲିମ ଦିଆଯାଇ ଭବିଷ୍ୟତରେ ଭାରତକୁ ପ୍ରତିନିଧିତ୍ୱ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତି କରାଯାଏ।
ଏହାପରେ ତାଙ୍କ ପ୍ରଥମ ଶ୍ରେଣୀ କ୍ୟାରିୟର ଆହୁରି ଉଜ୍ଜଳ ହେବାକୁ ଆରମ୍ଭ କରିଥିଲା। ଗମ୍ଭୀର ୨୦୦୩ ମସିହାରେ ବାଂଲାଦେଶ ବିରୋଧରେ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ଖେଳିବାର ସୁଯୋଗ ପାଇଥିଲେ। ନିଜର ତୃତୀୟ ମ୍ୟାଚ୍‌ରେ ହିଁ ସେ ୭୩ ରନ୍‌ କରି ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ହୋଇପାରିଥିଲେ।

୨୦୦୪ ମସିହାରେ ଅଷ୍ଟ୍ରେଲିଆ ବିରୋଧରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ସିରିଜ୍‌ରେ ସେ ଟେଷ୍ଟ ପ୍ରଦାର୍ପଣ କରିଥିଲେ। ଯଦିଓ ସେ ଟିମ୍‌କୁ ନିରାଶ କରିଥିଲେ, ଏହି ମ୍ୟାଚ୍‌ରେ ଭାରତ ୧୩ରନ୍‌ରେ ଜିତିଯାଇଥିଲା। ଏହାପରେ ବାଂଲାଦେଶ ବିରୋଧରେ ନିଜର ପଞ୍ଚମ ମ୍ୟାଚ୍‌ରେ ସେ ଶତକ ହାସଲ କରିଥିଲେ।

୨୦୦୭ରେ ୱେଷ୍ଟଇଣ୍ଡିଜ୍‌ରେ ଖେଳାଯାଉଥିବା ବିଶ୍ୱକପ୍‌ରେ ସେ ସ୍ଥାନ ନପାଇ ନିରାଶ ହୋଇଥିଲା, କିନ୍ତୁ ୨୦୦୭ ପ୍ରଥମ ଟି୨୦ ବିଶ୍ୱକପ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଏହି ସିରିଜ୍‌ରେ ସେ ଥିଲା ସବୁଠାରୁ ଅଧିକ ସ୍କୋର କରିଥିବା ଭାରତୀୟ। ୭ଟି ମ୍ୟାଚ୍‌ରୁ ସେ ୨୨୭ ସ୍କୋର କରିଥିଲେ ଏବଂ ଫାଇନାଲରେ ତାଙ୍କର ୫୪ ବଲ୍‌ରୁ ୭୫ ରନ୍‌ ବଳରେ ପାକିସ୍ତାନକୁ ହରାଇ ଭାରତ ବିଶ୍ୱ ବିଜୟୀ ହୋଇପାରିଥିଲା।

୨୦୦୮ ମସିହାରେ ଖେଳାଯାଇଥିବା ସିବି ସିରିଜ୍‌ରେ ତାଙ୍କର ୪୪୦ ରନ୍‌ର ବୃହତ ସଫଳତା ସମସ୍ତ ଫର୍ମାଟରେ ତାଙ୍କ ସ୍ଥାନ ସୁରକ୍ଷିତ କରି ଦେଇଥିଲା। କହିବାକୁ ଗଲେ ୨୦୦୮ରୁ ୨୦୧୧ ତାଙ୍କ ପାଇଁ ସ୍ୱର୍ଣ୍ଣିମ ସମୟ ଥିଲା।

୨୦୦୯ରେ ନ୍ୟୁଜିଲ୍ୟାଣ୍ଡ ବିରୋଧରେ ଏକ ଟେଷ୍ଟରେ ସେ ୪୩୬ ବଲ୍ ଖେଳି ଏକ ମ୍ୟାଚ୍‌ ବଞ୍ଚାଇ ଦେଇଥିଲେ। ସେ କ୍ରିଜ୍‌ରେ ୬୪୩ ମିନିଟ୍‌ ତିଷ୍ଠି ରହିଥିଲେ। ଏହା ସମ୍ଭବତଃ ଏକବିଂଶ ଶତାବ୍ଦୀର ସବୁଠାରୁ ଲମ୍ବା ସମୟର ଇନିଂସ୍। ଏପରିକି ଟେଷ୍ଟ କ୍ରିକେଟର ଇତିହାସରେ ପଞ୍ଚମ ଲମ୍ବା ଇନିଂସ୍।

ସେ ଅଧିନାୟକ ଭାବରେ ମଧ୍ୟ ବେଶ୍‌ ସଫଳତା ପାଇଛନ୍ତି। ୨୦୧୦ରେ ନ୍ୟୁଜିଲ୍ୟାଣ୍ଡ ବିରୋଧରେ ଖେଳାଯାଇଥିବା ଦିନିକଆ ସିରିଜ୍‌ରେ ଭାରତ ୫-୦ରେ ବିଜୟୀ ହୋଇଥିଲା ଏବଂ ସେ ହୋଇଥିଲେ ମ୍ୟାନ୍‌ ଅଫ୍‌ ଦି ସିରିଜ୍‌। ସେ ଏହି ସିରିଜ୍‌ର ଏକ ମ୍ୟାଚ୍‌ରେ ୧୫୦ ରନ୍‌ କରି ଭାରତକୁ ଜିତାଇପାରିଥିଲେ।

୨୦୧୧ ମସିହାରେ ୨୮ ବର୍ଷ ପରେ ଭାରତକୁ ଫେରିଥିଲା ବିଶ୍ୱକପ୍‌ ଏବଂ ଏହି ବିଜୟରେ ମଧ୍ୟ ପ୍ରମୁଖ ଭୂମିକା ନେଇଥିଲେ ଗମ୍ଭୀର। ଫାର୍ଷ୍ଟ ଡାଉନ୍‌ ସ୍ଥାନରେ ଖେଳି ସେ ୪୩.୬୬ ଆଭରେଜ୍‌ରେ ୩୯୩ ରନ୍‌ କରିଥିଲେ। ସଚିନ୍ ତେନ୍ଦୁଲକରଙ୍କ ପରେ ଭାରତ ପାଇଁ ସେ ଦ୍ୱିତୀୟ ସର୍ବାଧିକ ସ୍କୋର କରିଥିଲେ। କିନ୍ତୁ ଫାଇନାଲ ମ୍ୟାଚ୍‌ରେ ତାଙ୍କର ୧୨୨ ବଲ୍‌ ୯୭ ରନ୍‌ ସ୍ମରଣୀୟ ହୋଇ ରହିଗଲା। ପ୍ରଥମ ଓଭରରେ ହିଁ ତାଙ୍କର ଦିଲ୍ଲୀ ସାଥୀ ବୀରେନ୍ଦ୍ର ସେହ୍ୱାଗ୍‌ ପ୍ୟାଭିଲିଅନ୍‌ ଫେରିଯିବାପରେ ସେ ହିଁ ଦାୟିତ୍ୱ ନେଇ ଭାରତକୁ ବିଜୟୀ କରାଇଥିଲେ। ୨୦୧୧ ପରେ ପରେ ତାଙ୍କ କ୍ୟାରିଅରରେ ପୁଣି ଉତ୍ଥାନ ପତନ ଆରମ୍ଭ ହୋଇଯାଇଥିଲା।

ପଡ଼ିଆ ବାହାରେ ଗମ୍ଭୀର ଗୌତମ ପଡ଼ିଆରେ କିନ୍ତୁ କିଛି ମାତ୍ରାରେ ଓଲଟା ଥିଲେ। ସେ ପାକିସ୍ତାନର ସାହିଦ୍‌ ଆଫ୍ରିଦି ଏବଂ ଆଇପିଏଲ୍‌ରେ ଦିଲ୍ଲୀ ସାଥୀ ବିରାଟ କୋହଲିଙ୍କ ସହିତ ଉଚ୍ଚବାଚ କରିଥିବା ନଜରକୁ ଆସିଥିଲା। ନିଜ ମାମୁ ପୱନ୍‌ ଗୁଲାଟୀଙ୍କୁ ଗୁରୁ ମାନୁଥିବା ଗମ୍ଭୀରଙ୍କର ସବୁଠାରୁ ଘନିଷ୍ଠ କ୍ରିକେଟ୍‌ ସାଥୀ ହେଉଛନ୍ତି ବୀରେନ୍ଦ୍ର ସେହ୍ୱାଗ। ବୀରେନ୍ଦ୍ର ତାଙ୍କୁ ଗାଭାସ୍କରଙ୍କ ପରେ ଶ୍ରେଷ୍ଠ ଓପନର କହି ପ୍ରଶଂସା କରନ୍ତି। ଟେଷ୍ଟରେ ଲଗାତାର ୧୧ଟି ଅର୍ଦ୍ଧଶତକ କରି ସେ ଏହା ପ୍ରମାଣିତ କରିପାରିଥିଲେ। ତାଙ୍କ ପୂର୍ବରୁ କେବଳ ସାର୍‌ ଭିଭିଆନ୍‌ ରିଚାର୍ଡସ ଏହି ରେକର୍ଡର ଅଧିକାରୀ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story