ୱିଜଡେନ୍ ଶ୍ରେଷ୍ଠ କ୍ରିକେଟର୍ ତାଲିକାରୁ ବଞ୍ଚିତ ଏହି ଶୀର୍ଷ ଭାରତୀୟ

ନୂଆଦିଲ୍ଲୀ: ୧୯୩୨ରେ ଭାରତ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲା ଏବଂ ଏହା ପରଠାରୁ ୧୭ଜଣ ଖେଳାଳି ୱିଜଡେନର ଶ୍ରେଷ୍ଠ ୫ କ୍ରିକେଟରଙ୍କ ମଧ୍ୟ ସ୍ଥାନ ପାଇଛନ୍ତି। ତେବେ ଏହି ତାଲିକାରେ ଭାରତର ଏଭଳି କିଛି ଷ୍ଟାର୍ କ୍ରିକେଟର୍‌, ଯିଏ ସ୍ଥାନ ପାଇନାହାନ୍ତି। ସୌରଭ ଗାଙ୍ଗୁଲି, ମହେନ୍ଦ୍ର ସିଂହ ଧୋନି ଏବଂ ରୋହିତ୍ ଶର୍ମାଙ୍କ ଭଳି ଆଗଧାଡ଼ିର କ୍ରିକେଟରଙ୍କୁ ଏପର୍ଯ୍ୟନ୍ତ ୱିଜଡେନର ସର୍ବଶ୍ରେଷ୍ଠ ଖେଳାଳିଙ୍କ ତାଲିକାରେ ସ୍ଥାନ ମିଳିନାହିଁ। ୱିଜଡେନର ଏହି ତାଲିକାରେ ସ୍ଥାନ ହାସଲ କରିବା ପାଇଁ […]

ganguly-and-msd

ganguly-and-msd

Ranjit Kumar Jena
  • Published: Sunday, 12 April 2020
  • Updated: 12 April 2020, 05:36 PM IST

Sports

Latest News

ନୂଆଦିଲ୍ଲୀ: ୧୯୩୨ରେ ଭାରତ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲା ଏବଂ ଏହା ପରଠାରୁ ୧୭ଜଣ ଖେଳାଳି ୱିଜଡେନର ଶ୍ରେଷ୍ଠ ୫ କ୍ରିକେଟରଙ୍କ ମଧ୍ୟ ସ୍ଥାନ ପାଇଛନ୍ତି। ତେବେ ଏହି ତାଲିକାରେ ଭାରତର ଏଭଳି କିଛି ଷ୍ଟାର୍ କ୍ରିକେଟର୍‌, ଯିଏ ସ୍ଥାନ ପାଇନାହାନ୍ତି। ସୌରଭ ଗାଙ୍ଗୁଲି, ମହେନ୍ଦ୍ର ସିଂହ ଧୋନି ଏବଂ ରୋହିତ୍ ଶର୍ମାଙ୍କ ଭଳି ଆଗଧାଡ଼ିର କ୍ରିକେଟରଙ୍କୁ ଏପର୍ଯ୍ୟନ୍ତ ୱିଜଡେନର ସର୍ବଶ୍ରେଷ୍ଠ ଖେଳାଳିଙ୍କ ତାଲିକାରେ ସ୍ଥାନ ମିଳିନାହିଁ। ୱିଜଡେନର ଏହି ତାଲିକାରେ ସ୍ଥାନ ହାସଲ କରିବା ପାଇଁ କେବଳ ଇଂଲଣ୍ଡରେ ପ୍ରଦର୍ଶନକୁ ମହତ୍ତ୍ୱ ଦିଅଯାଇଯାଏ ଏବଂ ଏଥିପାଇଁ ଏକ ସମୟରେ ସୁନୀଲ ଗାଭାସ୍କର ଏହାର ଖୁବ୍ ସମାଲୋଚନା କରିଥିଲେ।

ଗାଭାସ୍କର ୧୯୭୧ରେ ୱେଷ୍ଟଇଣ୍ଡିଜରେ ୭୭୪ ରନର ରେକର୍ଡ ସ୍କୋର କରିଥିଲେ ହେଁ, ତାଙ୍କୁ ଏହି ତାଲିକାରେ ସ୍ଥାନ ମିଳିନଥିଲା। ତାଙ୍କୁ ୧୯୮୦ରେ ୱିଜଡେନର ଶ୍ରେଷ୍ଠ ୫ କ୍ରିକେଟରଙ୍କ ମଧ୍ୟରେ ସ୍ଥାନ ମିଳିଥିଲା। ଭାରତର କିଛି ଏଭଳି କ୍ରିକେଟର୍ ଅଛନ୍ତି, ଯେଉଁମାନଙ୍କୁ ୱିଜଡେନର ୫ ଶ୍ରେଷ୍ଠ କ୍ରିକେଟରଙ୍କ ମଧ୍ୟରେ ସ୍ଥାନ ମିଳିନାହିଁ। ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଗାଙ୍ଗୁଲି, ଧୋନି ଓ ରୋହିତଙ୍କ ବ୍ୟତୀତ ଗୁଣ୍ଡାପ୍ପା ବିଶ୍ୱନାଥ ଓ ବୀରେନ୍ଦ୍ର ସେହ୍ୱାଗ ପ୍ରମୁଖ ରହିଛନ୍ତି। ସେହିପରି କିଛି ଷ୍ଟାର୍ ସ୍ପିନର୍ ଯଥା ବିଶନ ସିଂହ ବେଦୀ, ଏରାପଲ୍ଲୀ ପ୍ରସନ୍ନା, ଭେଙ୍କଟରାଘବନ୍‌, ହରଭଜନ ସିଂହ, ରବିଚନ୍ଦ୍ରନ୍ ଅଶ୍ୱିନ୍‌, ରବୀନ୍ଦ୍ର ଜାଡେଜା, ପେସର୍ ଜଭାଗଲ ଶ୍ରୀନାଥ, ଈଶାନ୍ତ ଶର୍ମା ୱିଜଡେନ୍ ଶ୍ରେଷ୍ଠ କ୍ରିକେଟରୁ ବଞ୍ଚିତ ହୋଇଛନ୍ତି।

ଗାଙ୍ଗୁଲି ନିଜ କ୍ୟାରିୟରର ଶୁଭାରମ୍ଭ ଇଂଲଣ୍ଡରେ କରିଥିଲେ ଏବଂ ପ୍ରଥମ ଦୁଇଟି ଟେଷ୍ଟରେ ଶତକ ମାରିଥିଲେ। ସେ ଇଂଲଣ୍ଡରେ ୯ ଟେଷ୍ଟ ମ୍ୟାଚ୍ ଖେଳି ୬୫.୩୫ ହାରରେ ୯୧୫ ରନ୍ କରିଛନ୍ତି। ଦିନିକିଆରେ ସେ ନିଜର ସର୍ବୋଚ୍ଚ ସ୍କୋର ୧୮୩ (ବନାମ ଶ୍ରୀଲଙ୍କା, ୧୯୯୯ ବିଶ୍ୱକପ୍‌) ମଧ୍ୟ ଇଂଲଣ୍ଡରେ ହାସଲ କରିଥିଲେ, କିନ୍ତୁ ୱିଜଡେନ୍ କେବେବି ଏହି ଭାରତୀୟ କ୍ୟାପଟେନଙ୍କୁ ବର୍ଷର ଶ୍ରେଷ୍ଠ ୫ କ୍ରିକେଟରଙ୍କ ମଧ୍ୟରେ ସାମିଲ୍ କରିବାକୁ ଯୋଗ୍ୟ ଭାବିନାହିଁ।

ସେହିପରି ରୋହିତ୍ ଶର୍ମା ଗତ ଦୁଇବର୍ଷରେ ଇଂଲଣ୍ଡରେ ଖୁବ୍ ରନ୍ ବର୍ଷା କରିଛନ୍ତି। ସେ ୨୦୧୯ ବିଶ୍ୱକପରେ ୫ ଶତକ ସହାୟତାରେ ୬୪୮ ରନ୍ କରିଥିଲେ, କିନ୍ତୁ ୱିଜଡେନ୍ ତାଙ୍କର ଏହି ପ୍ରଦର୍ଶନକୁ ବର୍ଷର ତା'ର ଶ୍ରେଷ୍ଠ ୫ କ୍ରିକେଟରଙ୍କ ମଧ୍ୟରେ ସାମିଲ୍ କରିନଥିଲା। ୧୯୮୩ ବିଶ୍ୱକପ୍ ସେମିଫାଇନାଲ୍ ଏବଂ ଫାଇନାଲ୍ ପ୍ରଦର୍ଶନ ଆଧାରରେ ମହିନ୍ଦର ଅମରନାଥଙ୍କୁ ୧୯୮୪ରେ ୱିଜଡେନର ଏହି ତାଲିକାରେ ସ୍ଥାନ ମିଳିଥିଲା।

ଗାଙ୍ଗୁଲିଙ୍କ ଭଳି ନିଜର ବ୍ୟାଟିଂ ଏବଂ କ୍ୟାପଟେନ୍ସିରେ ସାରା ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଧୋନି ମଧ୍ୟ କେବେବି ୱିଜଡେନର ତାଲିକାରେ ସ୍ଥାନ ହାସଲ କରିପାରିନାହାନ୍ତି। ସେ ଇଂଲଣ୍ଡରେ କିଛି ଭଲ ଇନିଂସ୍ ମଧ୍ୟ ଖେଳିଛନ୍ତି। ଭାରତର ଅନ୍ୟତମ ମହାନ ବ୍ୟାଟ୍ସମ୍ୟାନ୍ ବିଶ୍ୱନାଥ ଇଂଲଣ୍ଡ ବିପକ୍ଷରେ ୨୨୨ ରନର ସର୍ବାଧିକ ସ୍କୋର କରିଥିଲେ, ଯାହା ସେ ଚେନ୍ନାଇରେ ମାରିଥିଲେ। କିନ୍ତୁ ୧୯୭୯ରେ ଲର୍ଡ୍ସରେ ତାଙ୍କ ଦ୍ୱାରା ଖେଳାଯାଇଥିବା ୧୧୩ ରନର ଇନିଂସକୁ କେହିବି ଭୁଲିନାହାନ୍ତି, ଯାହା ଦମରେ ଭାରତ ମ୍ୟାଚକୁ ଡ୍ର' କରାଇଥିଲା। ଭାରତର ଅନ୍ୟତମ ବିସ୍ଫୋରକ ଓପ୍ନର ସେହ୍ୱାଗ ମଧ୍ୟ କେବେବି ୱିଡେଜନର ଶ୍ରେଷ୍ଠ ୫ କ୍ରିକେଟରଙ୍କ ମଧ୍ୟରେ ସ୍ଥାନ ପାଇନାହାନ୍ତି। କିନ୍ତୁ ସେ ୨୦୦୮ ଓ ୨୦୦୯ରେ ଲିଡିଙ୍ଗ୍ କ୍ରିକେଟର୍ ଇନ୍ ଦି ୱାର୍ଲ୍ଡରେ ସ୍ଥାନ ପାଇଥିଲେ। ଏହି ସମ୍ମାନ ସଚିନ ତେନ୍ଦୁଲକର (୨୦୧୦) ଏବଂ ବିରାଟ୍ କୋହଲି (୨୦୧୬ରୁ ୨୦୧୮)ଙ୍କୁ ମଧ୍ୟ ମିଳିଛି।

କେବଳ ଭାରତ ନୁହେଁ, ବିଶ୍ୱର କିଛି ଶୀର୍ଷ କ୍ରିକେଟରଙ୍କୁ ମଧ୍ୟ କେବେବି ୱିଜଡେନର ଶ୍ରେଷ୍ଠ ୫ କ୍ରିକେଟରଙ୍କ ତାଲିକାରେ ସ୍ଥାନ ମିଳିନାହିଁ। ଏଥିରେ ଇଞ୍ଜାମାନ ଉଲ୍‌-ହକ୍‌, ଏବି ଡି'ଭିଲିୟର୍ସ, ଡେଭିଡ୍ ୱାର୍ଣ୍ଣର୍‌, ରସ୍ ଟେଲର, କ୍ରିସ୍ ଗେଲ୍‌, ଷ୍ଟିଫେନ୍ ଫ୍ଲେମିଙ୍ଗ୍‌, ରଙ୍ଗନା ହେରାଥ, ନେଥନ ଲାୟନ୍‌, ଡାନିଏଲ୍ ଭେଟ୍ଟୋରୀ, ଚାମିଣ୍ଡା ଭାସ୍‌, ମିଚେଲ୍ ଜନସନ୍‌, ମର୍ଣ୍ଣି ମୋର୍କେଲ୍ ଆଦି ସାମିଲ୍ ଅଛନ୍ତି। ତେବେ ଡି'ଭିଲିୟର୍ସଙ୍କୁ ଗତବର୍ଷ ୱିଜଡେନ୍ ଦଶନ୍ଧିର ଶ୍ରେଷ୍ଠ ୫ଜଣ କ୍ରିକେଟରଙ୍କ ମଧ୍ୟରେ ସାମିଲ୍ କରିଥିଲା। ସିକେ ନାଇଡୁ (୧୯୩୩) ପ୍ରଥମ ପୂର୍ଣ୍ଣ ଭାରତୀୟ କ୍ରିକେଟର୍ ଭାବେ ୱିଜଡେନରେ ସ୍ଥାନ ହାସଲ କରିଥିଲେ। ତାଙ୍କ ପୂର୍ବରୁ ରଞ୍ଜିତସିଂଜୀ (୧୮୯୭), ତାଙ୍କ ଭଣଜା (ଦଲୀପ ସିଂହ ଜୀ (୧୯୩୦), ନୱାବ ପଟୌଦୀ ସିନିୟର୍ (୧୯୩୨)ଙ୍କୁ ଏହି ସମ୍ମାନ ମିଳିଥିଲା, କିନ୍ତୁ ତିନିଜଣ ଯାକ ସେତେବେଳେ ଇଂଲଣ୍ଡ ତରଫରୁ ଖେଳୁଥିଲେ।

ୱିଜଡେନ୍ ୨୦୦୦ରୁ ୨୦୦୩ ପର୍ଯ୍ୟନ୍ତ ଏହି ପୁରସ୍କାର ପାଇଁ ସାରା ବିଶ୍ୱର ପ୍ରଦର୍ଶକକୁ ଆକଳନ କରୁଥିଲା। ଏହା ମଧ୍ୟରେ ଭିଭିଏସ୍ ଲକ୍ଷ୍ମଣଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ କୋଲକାତାରେ ଖେଳାଯାଇଥିବା ୨୮୧ ରନର ଐତିହାସିକ ଇନିଂସ୍ ପାଇଁ ୱିଜଡେନର କ୍ରିକେଟରଙ୍କ ମଧ୍ୟରେ ସ୍ଥାନ ମିଳିଥିଲା। ୱିଜଡେନ୍ ଏହା ପରେ ପୁରୁଣା ପରମ୍ପରାକୁ ଫେରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ସମଗ୍ର ବିଶ୍ୱର କ୍ରିକେଟରଙ୍କ ପାଇଁ ୱିଜଡେନ୍ ଲିଡିଙ୍ଗ୍ କ୍ରିକେଟର୍ ଇନ୍ ଦି ୱାର୍ଲ୍ଡର ଶୁଭାରମ୍ଭ କରିଥିଲା।

ୱିଜଡେନର ଶ୍ରେଷ୍ଠ ୫ କ୍ରିକେଟରଙ୍କ ମଧ୍ୟରେ ସାମିଲ୍ ଭାରତୀୟ କ୍ରିକେଟର୍‌: ସିକେ ନାଇଡୁ (୧୯୩୩), ବିଜୟ ମର୍ଚ୍ଚାଣ୍ଟ (୧୯୩୭), ବୀନୁ ମାଙ୍କଡ୍ (୧୯୪୭), ମନସୁର୍ ଅଲୀ ପଟୌଦୀ (୧୯୬୮), ଭଗବତ ଚନ୍ଦ୍ରଶେଖର (୧୯୭୨), ସୁନୀଲ ଗାଭାସ୍କର (୧୯୮୦), କପିଲ୍ ଦେବ (୧୯୮୩), ମହିନ୍ଦର ଅମରନାଥ (୧୯୮୪), ଦିଲୀପ ଭେଙ୍ଗସରକାର (୧୯୮୭), ମହମ୍ମଦ ଆଝାରୁଦ୍ଦିନ (୧୯୯୧), ଅନୀଲ କୁମ୍ବଲେ (୧୯୯୬), ସଚିନ ତେନ୍ଦୁଲକର (୧୯୯୭), ରାହୁଲ୍ ଡ୍ରାଭିଡ୍ (୨୦୦୦), ଭିଭିଏସ୍ ଲକ୍ଷ୍ମଣ (୨୦୦୨), ଜାହିର୍ ଖାନ୍ (୨୦୦୮), ଶିଖର ଧୱନ୍ (୨୦୧୪), ବିରାଟ୍ କୋହଲି (୨୦୧୯)।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story