ସାଉଥ୍ ଏସିଆନ୍ ଗେମ୍ସ: ପଞ୍ଚମ ଦିନରେ ଭାରତକୁ ୪୧ ପଦକ

କାଠମାଣ୍ଡୁ (ନେପାଳ): ଚଳିତ ସାଉଥ୍ ଏସିଆନ୍ ଗେମ୍ସର ପଞ୍ଚମ ଦିବସରେ ମଧ୍ୟ ଭାରତର ଦବଦବା ଜାରି ରହିଛି। ଶୁକ୍ରବାର ଭାରତ ମୋଟ ୪୧ ପଦକ ଜିତିଛି, ଯେଉଁଥିରେ ୧୯ ସ୍ୱର୍ଣ୍ଣ, ୧୮ ରୌପ୍ୟ ଓ ୪ ବ୍ରୋଞ୍ଜ ପଦକ ସାମିଲ୍ ଅଛି। ଏଥିସହ ଚଳିତ ଗେମ୍ସରେ ଭାରତ ମୋଟ ୧୬୫ (୮୧ ସ୍ୱର୍ଣ୍ଣ, ୫୯ ରୌପ୍ୟ, ୨୫ ବ୍ରୋଞ୍ଜ) ପଦକ ଜିତି ଶୀର୍ଷ ସ୍ଥାନରେ ମଜଭୁତ୍ ରହିଥିବା ବେଳେ ନେପାଳ ୧୧୬ (୪୧ ସ୍ୱର୍ଣ୍ଣ, ୨୭ ରୌପ୍ୟ, […]

indian-shutler

indian-shutler

Ranjit Kumar Jena
  • Published: Friday, 06 December 2019
  • Updated: 06 December 2019, 09:32 PM IST

Sports

Latest News

କାଠମାଣ୍ଡୁ (ନେପାଳ): ଚଳିତ ସାଉଥ୍ ଏସିଆନ୍ ଗେମ୍ସର ପଞ୍ଚମ ଦିବସରେ ମଧ୍ୟ ଭାରତର ଦବଦବା ଜାରି ରହିଛି। ଶୁକ୍ରବାର ଭାରତ ମୋଟ ୪୧ ପଦକ ଜିତିଛି, ଯେଉଁଥିରେ ୧୯ ସ୍ୱର୍ଣ୍ଣ, ୧୮ ରୌପ୍ୟ ଓ ୪ ବ୍ରୋଞ୍ଜ ପଦକ ସାମିଲ୍ ଅଛି। ଏଥିସହ ଚଳିତ ଗେମ୍ସରେ ଭାରତ ମୋଟ ୧୬୫ (୮୧ ସ୍ୱର୍ଣ୍ଣ, ୫୯ ରୌପ୍ୟ, ୨୫ ବ୍ରୋଞ୍ଜ) ପଦକ ଜିତି ଶୀର୍ଷ ସ୍ଥାନରେ ମଜଭୁତ୍ ରହିଥିବା ବେଳେ ନେପାଳ ୧୧୬ (୪୧ ସ୍ୱର୍ଣ୍ଣ, ୨୭ ରୌପ୍ୟ, ୪୮ ବ୍ରୋଞ୍ଜ) ପଦକ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଶ୍ରୀଲଙ୍କା ୧୩୪ (୨୩ ସ୍ୱର୍ଣ୍ଣ, ୪୨ ରୌପ୍ୟ, ୬୯ ବ୍ରୋଞ୍ଜ) ପଦକ ସହ ତୃତୀୟ ସ୍ଥାନରେ ରହିଛି।

ପଞ୍ଚମ ଦିବସରେ ଭାରତୀୟ ଶଟଲର୍ ୬ଟି ପଦକ ଜିତିଛନ୍ତି, ଯେଉଁଥିରେ ୪ ସ୍ୱର୍ଣ୍ଣ ଓ ୨ ରୌପ୍ୟ ସାମିଲ୍ ଅଛି। ପୂର୍ବତନ ଜୁନିୟର ୱାର୍ଲ୍ଡ ଚାମ୍ପିୟନଶିପ୍ ରୌପ୍ୟ ପଦକ ବିଜେତା ସିରିଲ୍ ବର୍ମା ପୁରୁଷ ସିଙ୍ଗଲ୍ସ ଫାଇନାଲରେ ନିଜ ଦେଶର ଆର୍ଯ୍ୟମାନ୍ ଟଣ୍ଡନଙ୍କୁ ୧୭-୨୧, ୨୩-୨୧, ୨୧-୧୩ ଗେମରେ ପରାସ୍ତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ମହିଳା ସିଙ୍ଗଲ୍ସ ଫାଇନାଲରେ ଅଶ୍ମିତା ଚାଲିହା ପୁଲେଲା ଗୋପୀଚାନ୍ଦଙ୍କ ଝିଅ ଗାୟତ୍ରୀ ଗୋପୀଚାନ୍ଦଙ୍କୁ ୨୧-୧୮, ୨୫-୨୩ରେ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହା ସହ ପୁରୁଷ ଡବଲ୍ସ ଓ ମହିଳା ଡବଲ୍ସରେ ମଧ୍ୟ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି।

ଟ୍ରାକ୍ ଓ ଫିଲ୍ଡ ଇଭେଣ୍ଟରେ ଭାରତକୁ ଆଜି ୧୨ ପଦକ ମିଳିଛି। ପୁରୁଷ ଶଟପୁଟରେ ଏସିଆନ୍ ଚାମ୍ପିୟନ୍ ତେଜିନ୍ଦର ପାଲ୍ ସିଂହ ୨୦.୦୩ ମିଟର୍ ଥ୍ରୋ' କରି ଗେମ୍ସ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମହିଳା ଶଟପୁଟରେ ଆଭା ଖାତୁୱା ୧୫.୩୨ ମିଟର୍ ଥ୍ରୋ' କରି ସ୍ୱର୍ଣ୍ଣ ପଦକ ଉପରେ କବଜା କରିଛନ୍ତି। ଅନ୍ୟପକ୍ଷରେ ଫେନ୍ସିଂରେ ଭାରତକୁ ୩ଟି ସ୍ୱର୍ଣ୍ଣ ଓ ୩ଟି ରୌପ୍ୟ ପଦକ ହାସଲ ହୋଇଛି।

ମହିଳା ଫଏଲ୍ ବିଭାଗରେ ୱାଙ୍ଗେଲବାମ୍ ଥୋଇବି ଦେବୀ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ପୁରୁଷ ବିଭାଗରେ କରନ୍ ସିଂହ ଓ କୁମାରେସେନା ପଦ୍ମା ଗିଶୋନିଧି ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଛନ୍ତି। ଟେବୁଲ୍ ଟେନିସରେ ଭାରତ ପୁରୁଷ ଏବଂ ମହିଳା ବର୍ଗରେ ଯଥାକ୍ରମେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଛି । ଅନ୍ୟପକ୍ଷରେ ଭାରତୀୟ ଭାରୋତ୍ତୋଳକ ତିନୋଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ, ଭାରତୀୟ ସାଇକ୍ଲିଷ୍ଟ ଗୋଟିଏ ସ୍ୱର୍ଣ୍ଣ ପଦକ ଅକ୍ତିଆର କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story