ଲକ୍ଷ୍ନୌ: କ୍ରୀଡ଼ାର ଉନ୍ନତି ପାଇଁ ପୋଲିସ୍ ବିଭାଗରେ ଥିବା କ୍ରୀଡ଼ାବିତ୍ମାନଙ୍କୁ ଯଥାସମ୍ଭବ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ କିରଣ ରିଜିଜୁ।
ଶନିବାର ଅଲ୍ ଇଣ୍ଡିଆ ପୋଲିସ୍ ଆକ୍ୱାଟିକ୍ ଆଣ୍ଡ୍ କ୍ରସ୍ କଣ୍ଟ୍ରି ରେସ୍ ଚାମ୍ପିଅନ୍ସିପ୍ର ଉଦ୍ଯାପନୀ ଉତ୍ସବରେ ଯୋଗ ଦେବା ଅବସରରେ ସେ କହିଥିଲେ,“ଦେଶର ପାରମ୍ପରିକ କ୍ରୀଡ଼ାଗୁଡ଼ିକୁ ପ୍ରୋତ୍ସାହନ ଦେବା ହେଉଛି ବର୍ତ୍ତମାନ ସମୟର ଆହ୍ୱାନ। କ୍ରୀଡ଼ା ଉନ୍ନତି ପାଇଁ ପୋଲିସ୍ ବିଭାଗରେ ଥିବା କ୍ରୀଡ଼ାବିତ୍ମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ। ପୋଲିସ୍ କର୍ମଚାରୀମାନଙ୍କ ଫିଟ୍ନେସ୍ ପାଇଁ ମଧ୍ୟ କ୍ରୀଡ଼ା ନିହାତି ଆବଶ୍ୟକ।”
ଏହି ଅବସରରେ ଉତ୍ତରପ୍ରଦେଶ ପୋଲିସ୍ ମହାନିର୍ଦ୍ଦେଶକ ଜାଭେଦ୍ ଅହମ୍ମଦ କହିଥିଲେ ଯେ ପୋଲିସ୍ରେ ନିଯୁକ୍ତି ପାଇଁ ଖୁବ୍ଶୀଘ୍ର ୨ ପ୍ରତିଶତ କ୍ରୀଡ଼ା କୋଟା ଲାଗୁ କରାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଝୁଲି ପଡ଼ିଲେ ଏୟାର ଇଣ୍ଡିଆ ପାଇଲଟ
୨ ବର୍ଷ ତଳେ ସୃଷ୍ଟି ଓ ଆଦିତ୍ୟ ପରସ୍ପରକୁ ପ୍ରଥମଥର ଦିଲ୍ଲୀରେ ଦେଖା ହୋଇଥିଲେ। ଏହି ସମୟରେ ଉଭୟ ବ୍ୟବସାୟିକ ବିମାନ ପାଇଲଟର ଲାଇସେନ୍ସ ପାଇଁ ଟ୍ରେନିଂ ନେଉଥିଲେ। ପ୍ରଥମେ ବନ୍ଧୁତା ଓ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା।
National
ପୁଣି ଡିଜିଟାଲ ଆରେଷ୍ଟ: ଏଥର ୫ ଲକ୍ଷ ହରାଇଲେ ପୂର୍ବତନ ସେନା ଅଧିକାରୀ
ଜଣେ ପୂର୍ବତନ ସେନା ଅଧିକାରୀ ସାଇବର ଠକଙ୍କ ଡିଜିଟାଲ ଆରେଷ୍ଟର ଶିକାର ହୋଇଛନ୍ତି। ଡିଜିଟାଲ ଆରେଷ୍ଟ କରି ସାଇବର ଠକମାନେ ତାଙ୍କ ଠାରୁ ୫ ଲକ୍ଷ ଟଙ୍କା ନେଇ ଯାଇଛନ୍ତି।
Accident
ଗୋରୁ ଚରାଉଥିବା ବେଳେ ୫ ମହିଳାଙ୍କୁ ଦଳିଦେଲା କାର୍
କାର୍ ଧକ୍କାରେ ପ୍ରାଣ ହରାଇଥିବା ସମସ୍ତ ମହିଳାଙ୍କ ବୟସ ୫୦ ବର୍ଷରୁ ଅଧିକ। ସେମାନେ ରାସ୍ତା କଡ଼ରେ ନିଜର ଗୋରୁଙ୍କୁ ଚରାଉଥିବା ବେଳେ ଏଭଳି ଘଟଣା ଘଟିଛି।
National
ଫାର୍ମା କମ୍ପାନୀର ଲ୍ୟାବରୁ ବିଷାକ୍ତ ଗ୍ୟାସ୍ ଲିକ: ଜଣେ ମୃତ, ୮ ହସ୍ପିଟାଲରେ ଭର୍ତ୍ତି
ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକମାନେ ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରୁଥିବା ଜଣାପଡ଼ିଛି।
National
ଦୁଇ ମଦୁଆ, ୨ ବିଚାରପତି ଓ ମଝି ଆକାଶରେ ହାଇଡ୍ରାମା
ରବିବାର ରାତିରେ ସେମାନେ ବିମାନରେ ବସିଥିବା ବେଳେ ସୋମବାର ସକାଳେ ସେମାନଙ୍କୁ ଏକାଧିକ ମାମଲାର ଶୁଣାଣି କରିବାର ଥିଲା।