ହାଇଦ୍ରାବାଦ: “ସନ୍ ରାଇଜର୍ସ ହାଇଦ୍ରାବାଦ(ଏସ୍ଆରଏଚ୍)ର ସବୁ ଖେଳାଳି ଖେଳର ନିୟମ ଭଲ ଭାବେ ଜାଣିଛନ୍ତି। ଆମ ମଧ୍ୟରେ ଉତ୍ତମ ବୁଝାମଣା ରହିଛି। କେଉଁ ପିଚ୍ରେ କିପରି ଖେଳାଯିବ, କେଉଁ ଖେଳାଳିର ରୋଲ କ’ଣ ରହିବ ତାହା ଟିମ୍ରେ ଆଲୋଚନା ହୁଏ। ଏହା ଏକ ଶୃଙ୍ଖଳିତ ଦଳ।” ଶନିବାର ଏହା କହିଛନ୍ତି ସନ୍ ରାଇଜର୍ସ ହାଇଦ୍ରାବାଦର ଫାଷ୍ଟ ବୋଲର ଭୁବନେଶ୍ୱର କୁମାର।
ଗତକାଲି ଗୁଜରାଟ ଲାୟନ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ୫ଟି ୱିକେଟ ନେଇଥିବା ଭୁବନେଶ୍ୱର ଆହୁରି ମଧ୍ୟ କହିଛନ୍ତି, “ଦଳର ସବୁ ଖେଳାଳି ସେମାନଙ୍କର ସାମର୍ଥ୍ୟ ଓ ଦୁର୍ବଳତା ବିଷୟରେ ଅବଗତ ଅଛନ୍ତି। ଦଳରେ ଥିବା ଖେଳାଳିଙ୍କ ମଧ୍ୟରେ ସହଭାଗିତା ରହିଛି। ଉତ୍ତମ ବୁଝାମଣା ମାଧ୍ୟମରେ ଦଳ ଭଲ ପ୍ରଦର୍ଶନ ଜାରି ରଖିଛି। ଏହା ଆଗକୁ ମଧ୍ୟ ଜାରି ରହିବ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଝୁଲି ପଡ଼ିଲେ ଏୟାର ଇଣ୍ଡିଆ ପାଇଲଟ
୨ ବର୍ଷ ତଳେ ସୃଷ୍ଟି ଓ ଆଦିତ୍ୟ ପରସ୍ପରକୁ ପ୍ରଥମଥର ଦିଲ୍ଲୀରେ ଦେଖା ହୋଇଥିଲେ। ଏହି ସମୟରେ ଉଭୟ ବ୍ୟବସାୟିକ ବିମାନ ପାଇଲଟର ଲାଇସେନ୍ସ ପାଇଁ ଟ୍ରେନିଂ ନେଉଥିଲେ। ପ୍ରଥମେ ବନ୍ଧୁତା ଓ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା।
National
ପୁଣି ଡିଜିଟାଲ ଆରେଷ୍ଟ: ଏଥର ୫ ଲକ୍ଷ ହରାଇଲେ ପୂର୍ବତନ ସେନା ଅଧିକାରୀ
ଜଣେ ପୂର୍ବତନ ସେନା ଅଧିକାରୀ ସାଇବର ଠକଙ୍କ ଡିଜିଟାଲ ଆରେଷ୍ଟର ଶିକାର ହୋଇଛନ୍ତି। ଡିଜିଟାଲ ଆରେଷ୍ଟ କରି ସାଇବର ଠକମାନେ ତାଙ୍କ ଠାରୁ ୫ ଲକ୍ଷ ଟଙ୍କା ନେଇ ଯାଇଛନ୍ତି।
Accident
ଗୋରୁ ଚରାଉଥିବା ବେଳେ ୫ ମହିଳାଙ୍କୁ ଦଳିଦେଲା କାର୍
କାର୍ ଧକ୍କାରେ ପ୍ରାଣ ହରାଇଥିବା ସମସ୍ତ ମହିଳାଙ୍କ ବୟସ ୫୦ ବର୍ଷରୁ ଅଧିକ। ସେମାନେ ରାସ୍ତା କଡ଼ରେ ନିଜର ଗୋରୁଙ୍କୁ ଚରାଉଥିବା ବେଳେ ଏଭଳି ଘଟଣା ଘଟିଛି।
National
ଫାର୍ମା କମ୍ପାନୀର ଲ୍ୟାବରୁ ବିଷାକ୍ତ ଗ୍ୟାସ୍ ଲିକ: ଜଣେ ମୃତ, ୮ ହସ୍ପିଟାଲରେ ଭର୍ତ୍ତି
ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକମାନେ ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରୁଥିବା ଜଣାପଡ଼ିଛି।
National
ଦୁଇ ମଦୁଆ, ୨ ବିଚାରପତି ଓ ମଝି ଆକାଶରେ ହାଇଡ୍ରାମା
ରବିବାର ରାତିରେ ସେମାନେ ବିମାନରେ ବସିଥିବା ବେଳେ ସୋମବାର ସକାଳେ ସେମାନଙ୍କୁ ଏକାଧିକ ମାମଲାର ଶୁଣାଣି କରିବାର ଥିଲା।