୧୭ ବର୍ଷ ପରେ ଅଷ୍ଟ୍ରେଲିଆକୁ ହରାଇଲା ଶ୍ରୀଲଙ୍କା

କାନ୍‌ବେରା:ପେଲ୍ଲେକେଲେରେ ଖେଳାଯାଇଥିବା ଏକ ଗୁରୁତ୍ୱପୁର୍ଣ୍ଣ ଟେଷ୍ଟ ମ୍ୟାଚ୍‌ରେ ଆଜି ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୧୦୬ ରନ୍‌ରେ ହରାଇଛି ଶ୍ରୀଲଙ୍କା। ୧୭ ବର୍ଷ ପରେ ଐତିହାସିକ ବିଜୟ ହାସଲ କରିଛି ଦଳ। ୧୯୯୯ ମସିହା ସେପ୍ଟେମ୍ବର ୧୧ ତାରିଖରେ ଶ୍ରୀଲଙ୍କା ଅଷ୍ଟ୍ରେଲିଆକୁ ତା ନିଜ ମାଟିରେ ଶେଷ ଥରପାଇଁ ଟେଷ୍ଟ ଫର୍ମାଟରେ ହରାଇଥିଲା। ୧୭ ବର୍ଷ ତଳେ ହୋଇଥିବା ମ୍ୟାଚ୍‌ରେ ମୁଥିୟା ମୁରଲିଧରନ୍‌, କୁମାର ସାଙ୍ଗାକାରା, ମହେଲା ଜୟବର୍ଦ୍ଧେନେ, ସନଥ୍‌ ଜୟସୁରିଆ ଓ ତିଲକ୍‌ରତ୍ନେ ଦିଲସାନ୍‌ ଏହି ବିଜୟ ଆଣି […]

lakshan-sandakan-sri-lanka-win

Rakesh Mallick
  • Published: Saturday, 30 July 2016
  • , Updated: 30 July 2016, 06:51 PM IST

କାନ୍‌ବେରା:ପେଲ୍ଲେକେଲେରେ ଖେଳାଯାଇଥିବା ଏକ ଗୁରୁତ୍ୱପୁର୍ଣ୍ଣ ଟେଷ୍ଟ ମ୍ୟାଚ୍‌ରେ ଆଜି ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୧୦୬ ରନ୍‌ରେ ହରାଇଛି ଶ୍ରୀଲଙ୍କା। ୧୭ ବର୍ଷ ପରେ ଐତିହାସିକ ବିଜୟ ହାସଲ କରିଛି ଦଳ। ୧୯୯୯ ମସିହା ସେପ୍ଟେମ୍ବର ୧୧ ତାରିଖରେ ଶ୍ରୀଲଙ୍କା ଅଷ୍ଟ୍ରେଲିଆକୁ ତା ନିଜ ମାଟିରେ ଶେଷ ଥରପାଇଁ ଟେଷ୍ଟ ଫର୍ମାଟରେ ହରାଇଥିଲା।

୧୭ ବର୍ଷ ତଳେ ହୋଇଥିବା ମ୍ୟାଚ୍‌ରେ ମୁଥିୟା ମୁରଲିଧରନ୍‌, କୁମାର ସାଙ୍ଗାକାରା, ମହେଲା ଜୟବର୍ଦ୍ଧେନେ, ସନଥ୍‌ ଜୟସୁରିଆ ଓ ତିଲକ୍‌ରତ୍ନେ ଦିଲସାନ୍‌ ଏହି ବିଜୟ ଆଣି ଦେଇଥିଲା ବେଳେ ଆଜିର ମ୍ୟାଚ୍‌ରେ ରଙ୍ଗନା ହେରାଥ୍‌, ଏଲ୍‌ ସାନ୍ଦାକାନ୍‌, କୁଶାଲ ମେଣ୍ଡିସ ଓ ଡି ଡିସିଲ୍‌ଭା ତାଙ୍କ କମାଲ ଦେଖାଇଛନ୍ତି।

ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ ୯୩.୪ ଓଭରରେ ସମସ୍ତ ୱିକେଟ ହରାଇ ୩୫୩ ରନ୍‌ ଟାର୍ଗେଟ ଦେଇଥିଲା ଅଷ୍ଟ୍ରେଲିଆକୁ। ଏଥିରେ କୁଶଲ ମେଣ୍ଡିସ୍‌ ୧୭୬ ରନ୍‌ ଓ ଡି. ଚାଣ୍ଡିମାଲ ୪୨ରନ୍‌ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମାଇକେଲ ଷ୍ଟାର୍ଟ ୪ଟି, ହେଜେଲଉଡ୍‌ ଓ ଲିୟନ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ କାଫ୍ରି ଓ ମିସେଲ ମାର୍ସ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୮୩.୩ ଓଭରରେ ୧୬୧ ରନ୍‌ କରି ସମସ୍ତ ୱିକେଟ ହରାଇଥିଲା। ଦଳପକ୍ଷରୁ ଷ୍ଟିଭ୍‌ ସ୍ମିଥ ୫୫ରନ୍‌,ମିଚେଲ ମାର୍ସ ୨୫ ଓ ଜେ ବର୍ଣ୍ଣସ୍‌ ୨୯ ରନ୍‌ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ରଙ୍ଗନା ହେରାଥ୍‌ ୫ଟି ୱିକେଟ ଓ ଏଲ୍‌ ସାନ୍ଧାକାନ୍‌ ୩ଟି ଏବଂ ଡି ପେରେରା ଓ ଡି ଡି ସିଲଭା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ପ୍ରଥମ ଇନିଂସରେ ଶ୍ରୀଲଙ୍କା ୩୪.୨ ଓଭରରେ ଅଲଆଉଟ୍‌ ହୋଇ ୧୧୭ ରନ୍‌ କରିଥିଲା। ଅଷ୍ଟ୍ରେଲିଆ ୭୯.୨ ଓଭରରେ ସମସ୍ତ ୱିକେଟ ହରାଇ ୨୦୩ ରନ୍‌ କରିଥିଲେ।

କୁଶାଲ ମେଣ୍ଡିସଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଘୋଷଣା କରାଯାଇଥିଲା।

Related story