ପନ୍ତଙ୍କ ବ୍ୟାଟିଂ ସହିପାରିଲେନି ସ୍ମିଥ୍! କଲେ ଏମିତି ହୀନ କାମ

ସିଡନୀ: ଭାରତୀୟ ଟିମର ପେସ୍ ବୋଲର ମହମ୍ମଦ ସିରାଜଙ୍କ ଉପରେ ଜାତିଆଣ ମନ୍ତବ୍ୟ ଘଟଣା ଶାନ୍ତ ପଡ଼ିନଥିବା ବେଳେ ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିଆ ଖେଳାଳି ଆଉଏକ ହୀନ କାମ କରି ଟିମ୍ ଇଣ୍ଡିଆକୁ ସମସ୍ୟାରେ ପକାଇବାକୁ ପ୍ରୟାସ କରିଛନ୍ତି। ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ଷ୍ଟିଭ୍ ସ୍ମିଥଙ୍କୁ ଭାରତର ବ୍ୟାଟିଂ ଚାଲିଥିବା ବେଳେ କ୍ରିଜ୍ ଉପରେ ଗାର୍ଡ ମାର୍କକୁ ଲିଭାଉଥିବା ଦେଖିବାକୁ ମିଳିଛି, ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। After drinks break Aussie comes […]

smith

smith

Ranjit Kumar Jena
  • Published: Monday, 11 January 2021
  • Updated: 11 January 2021, 02:09 PM IST

ସିଡନୀ: ଭାରତୀୟ ଟିମର ପେସ୍ ବୋଲର ମହମ୍ମଦ ସିରାଜଙ୍କ ଉପରେ ଜାତିଆଣ ମନ୍ତବ୍ୟ ଘଟଣା ଶାନ୍ତ ପଡ଼ିନଥିବା ବେଳେ ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିଆ ଖେଳାଳି ଆଉଏକ ହୀନ କାମ କରି ଟିମ୍ ଇଣ୍ଡିଆକୁ ସମସ୍ୟାରେ ପକାଇବାକୁ ପ୍ରୟାସ କରିଛନ୍ତି। ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ଷ୍ଟିଭ୍ ସ୍ମିଥଙ୍କୁ ଭାରତର ବ୍ୟାଟିଂ ଚାଲିଥିବା ବେଳେ କ୍ରିଜ୍ ଉପରେ ଗାର୍ଡ ମାର୍କକୁ ଲିଭାଉଥିବା ଦେଖିବାକୁ ମିଳିଛି, ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

https://twitter.com/cricket_badger/status/1348427038349258752?s=20

ପଞ୍ଚମ ତଥା ଅନ୍ତିମ ଦିବସରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଓ ଚେତେଶ୍ୱର ପୂଜାରା କଙ୍ଗାରୁ ବୋଲରଙ୍କୁ ଜବରଦସ୍ତ ଧୁଲେଇ କରିଥିଲେ। ପନ୍ତ ଦିନିକିଆ କ୍ରିକେଟ୍ ଭଳି ବ୍ୟାଟିଂ କରିଥିଲେ। ପନ୍ତଙ୍କୁ ଏଭଳି ଆକ୍ରମଣାତ୍ମକ ବ୍ୟାଟିଂ କରୁଥିବାର ଦେଖି ସହିପାରିନଥିଲେ ସ୍ମିଥ୍। ପନ୍ତଙ୍କ ଧ୍ୟାନ ଭଙ୍ଗ କରିବା ପାଇଁ ସ୍ମିଥ୍ ହୀନ ପ୍ରୟାସ କରିଛନ୍ତି, ଯାହା କ୍ୟାମେରାରେ କଏଦ ହୋଇଛି। ପଞ୍ଚମ ଦିନର ଡ୍ରିଙ୍କସ୍ ସମୟରେ ସ୍ମିଥ୍ କ୍ରିଜ୍ ଉପରକୁ ଚାଲିଆସିଥିଲେ ଏବଂ ବ୍ୟାଟ୍ସମ୍ୟାନ ମାର୍କ ନେଉଥିବା ସ୍ଥାନରେ ନିଜ ଜୋତାରେ ଲିଭାଇବାକୁ ପ୍ରୟାସ କରିଥିଲେ। ତେବେ ପନ୍ତ ଯେତେବେଳେ ବ୍ୟାଟିଂ କରିବାକୁ ଆସିଲେ, ସେ ଅମ୍ପାୟାରଙ୍କୁ ପଚାରି ପୁଣିଥରେ ଗାର୍ଡ ମାର୍କ ନେଇଥିଲେ।

ସ୍ମିଥଙ୍କ ଏଭଳି କରୁଥିବାର ଭିଡିଓ ସୋଶାଲ ମିଡିଆରେ ହୁ ହୁ ହୋଇ ଭାଇରାଲ ହେବାରେ ଲାଗିଲା। ତେବେ ଭିଡିଓରେ ଖେଳାଳିଙ୍କ ମୁହଁ ଦେଖା ଯାଉନାହିଁ। ହେଲେ ଯେଉଁ ଖେଳାଳି ଜୋତାରେ କ୍ରିଜରେ ଥିବା ମାର୍କକୁ ଲିଭାଇବାକୁ ଚେଷ୍ଟା କରୁଛନ୍ତି, ତାଙ୍କ ଜର୍ସିର ନମ୍ବର ୪୯ ଲେଖାଥିବା ସ୍ପଷ୍ଟ ଭାବେ ଦେଖାଯାଉଛି, ଯାହା ସ୍ମିଥଙ୍କର ବୋଲି ଜଣାପଡ଼ିଛି।

ତେବେ ସ୍ମିଥ୍ ଏଭଳି ହୀନମାନର କାମ ପ୍ରଥମଥର କରିନାହାନ୍ତି। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଟେଷ୍ଟ ମ୍ୟାଚ୍ ବେଳେ ବଲ୍ ଟାମ୍ପରିଂ କରି ସ୍ମିଥ୍ କ୍ରିକେଟରୁ ବାସନ୍ଦ ହୋଇଥିଲେ। ସ୍ମିଥଙ୍କ ସହ ଡେଭିଡ୍ ୱାର୍ଣ୍ଣର ଓ କାମେରନ୍ ବ୍ୟାନକ୍ରଫ୍ଟ ମଧ୍ୟ ଟାମ୍ପରିଂ ଅଭିଯୋଗରେ ସମସ୍ତ କ୍ରିକେଟରୁ ବ୍ୟାନ୍ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos