ଡେଲ୍‌ ଷ୍ଟେନ୍‌ ରଚିଲେ ଇତିହାସ, କଲେ ଏହି ରେକର୍ଡ

ସେଞ୍ଚୁରିଅନ୍‌: ଦକ୍ଷିଣ ଆଫ୍ରିକାର ଘାତକ ଦ୍ରୁତ ବୋଲର ଡେଲ୍‌ ଷ୍ଟେନ୍‌ ଦେଶର କିମ୍ବଦନ୍ତୀ ବୋଲର ସନ୍‌ ପୋଲକ୍‌ଙ୍କ ରେକର୍ଡ ଭାଙ୍ଗିବା ସହିତ ନିଜେ ଇତହାସ ରଚିଛନ୍ତି। ପାକିସ୍ତାନ ବିରୋଧରେ ଖେଳାଯାଇଥିବା ଏହି ବକ୍ସିଂ ଡେ’ ଟେଷ୍ଟରେ ସେ ୪୨୨ ୱିକେଟ୍‌ ନେଇ ଦକ୍ଷିଣ ଆଫ୍ରିକାର ସବୁଠାରୁ ଅଧିକ ୱିକେଟ୍‌ ନେଇଥିବା ବୋଲର ହୋଇପାରିଛନ୍ତି। ଦିନର ୧୭ତମ ଓଭର୍‌ରେ ସେ ଫଖର୍‌ ଜମାନ୍‌ଙ୍କ ୱିକେଟ୍‌ ନେଇ ଏହି ସଫଳତା ହାସଲ କରିଛନ୍ତି। ପୋଲକ୍‌ ୧୦୮ଟି ଟେଷ୍ଟରେ ୪୨୧ଟି ୱିକେଟ୍‌ର […]

dayle

dayle

Subrat Kumar Nayak
  • Published: Wednesday, 26 December 2018
  • Updated: 26 December 2018, 10:58 PM IST

Sports

Latest News

ସେଞ୍ଚୁରିଅନ୍‌: ଦକ୍ଷିଣ ଆଫ୍ରିକାର ଘାତକ ଦ୍ରୁତ ବୋଲର ଡେଲ୍‌ ଷ୍ଟେନ୍‌ ଦେଶର କିମ୍ବଦନ୍ତୀ ବୋଲର ସନ୍‌ ପୋଲକ୍‌ଙ୍କ ରେକର୍ଡ ଭାଙ୍ଗିବା ସହିତ ନିଜେ ଇତହାସ ରଚିଛନ୍ତି। ପାକିସ୍ତାନ ବିରୋଧରେ ଖେଳାଯାଇଥିବା ଏହି ବକ୍ସିଂ ଡେ’ ଟେଷ୍ଟରେ ସେ ୪୨୨ ୱିକେଟ୍‌ ନେଇ ଦକ୍ଷିଣ ଆଫ୍ରିକାର ସବୁଠାରୁ ଅଧିକ ୱିକେଟ୍‌ ନେଇଥିବା ବୋଲର ହୋଇପାରିଛନ୍ତି।

ଦିନର ୧୭ତମ ଓଭର୍‌ରେ ସେ ଫଖର୍‌ ଜମାନ୍‌ଙ୍କ ୱିକେଟ୍‌ ନେଇ ଏହି ସଫଳତା ହାସଲ କରିଛନ୍ତି। ପୋଲକ୍‌ ୧୦୮ଟି ଟେଷ୍ଟରେ ୪୨୧ଟି ୱିକେଟ୍‌ର ରେକର୍ଡ କରିଥିଲେ ଏବଂ ଷ୍ଟେନ୍‌ ଏହା ୮୯ଟି ଟେଷ୍ଟ ଖେଳି ହାସଲ କରିଛନ୍ତି। ସମଗ୍ର କ୍ରିକେଟ୍‌ ଜଗତରେ କେବଳ ରିଚାର୍ଡ ହାଡ୍‌ଲିଙ୍କ ୪୩୧ ୱିକେଟ୍‌ର ରେକର୍ଡ ଭାଙ୍ଗିଦେଲେ ସେ ଟପ୍‌ ୧୦କୁ ଚାଲିଆସିବେ।

ସେ ଏତିପାଇଁ ବହୁଦିନ ଧରି ଅପେକ୍ଷାରତ ଥିଲେ। କାରଣ ସେ ୨୦୧୫ରେ ହିଁ ୮୦ ମ୍ୟାଚ୍‌ରୁ ୪୦୦ ୱିକେଟ୍‌ର ମାଇଲ୍‌ଖୁଣ୍ଟ ଛୁଇଁଥିଲେ। ଏହାପରେ ବାରମ୍ବାର ଆହତ ହୋଇ ସେ ଏହି ରେକର୍ଡ କରିବାର ସୁଯୋଗ ବାରମ୍ବାର ହରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos