ବିଜୟ ହଜାରେ ଟ୍ରଫି: ଶୁଭ୍ରାଂଶୁଙ୍କ ଶତକରେ ଜିତିଲା ଓଡ଼ିଶା

ଭଦୋଦରା: ଶୁଭ୍ରାଂଶୁ ସେନାପତିଙ୍କ ଆକର୍ଷଣୀୟ ଶତକ ବଳରେ ଓଡ଼ିଶା ଚଳିତ ବିଜୟ ହଜାରେ ଟ୍ରଫିରେ ଆଜି ମହାରାଷ୍ଟ୍ରକୁକ ୩ ୱିକେଟରେ ପରାସ୍ତ କରି ବିଜୟଧାରାକୁ ଫେରିଛି। ସଂଗ୍ରାମସିଂହ ଗାଏକ୍ୱାଡ୍ ସ୍ପୋର୍ଟ୍ସ ଏକାଡେମୀରେ ଖେଳାଯାଇଥିବା ଏଲିଟ୍ ଗ୍ରୁପ୍‌-ବି’ର ଏହି ମ୍ୟାଚରେ ମହାରାଷ୍ଟ୍ର ପ୍ରଥମେ ବ୍ୟାଟିଂ କରି କ୍ୟାପଟେନ୍ କେଦାର ଯାଦବ ଓ ରାହୁଲ୍ ତ୍ରିପାଠୀଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୫୯ ରନ୍ କରିଥିଲା। ଜବାବରେ ଓଡ଼ିଶା ୪୯.୧ ଓଭରରେ ୭ ୱିକେଟ୍ […]

s.senapati

s.senapati

Ranjit Kumar Jena
  • Published: Monday, 07 October 2019
  • Updated: 07 October 2019, 05:55 PM IST

Sports

Latest News

ଭଦୋଦରା: ଶୁଭ୍ରାଂଶୁ ସେନାପତିଙ୍କ ଆକର୍ଷଣୀୟ ଶତକ ବଳରେ ଓଡ଼ିଶା ଚଳିତ ବିଜୟ ହଜାରେ ଟ୍ରଫିରେ ଆଜି ମହାରାଷ୍ଟ୍ରକୁକ ୩ ୱିକେଟରେ ପରାସ୍ତ କରି ବିଜୟଧାରାକୁ ଫେରିଛି। ସଂଗ୍ରାମସିଂହ ଗାଏକ୍ୱାଡ୍ ସ୍ପୋର୍ଟ୍ସ ଏକାଡେମୀରେ ଖେଳାଯାଇଥିବା ଏଲିଟ୍ ଗ୍ରୁପ୍‌-ବି'ର ଏହି ମ୍ୟାଚରେ ମହାରାଷ୍ଟ୍ର ପ୍ରଥମେ ବ୍ୟାଟିଂ କରି କ୍ୟାପଟେନ୍ କେଦାର ଯାଦବ ଓ ରାହୁଲ୍ ତ୍ରିପାଠୀଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୫୯ ରନ୍ କରିଥିଲା। ଜବାବରେ ଓଡ଼ିଶା ୪୯.୧ ଓଭରରେ ୭ ୱିକେଟ୍ ହରାଇ ୨୬୦ ରନ୍ କରି ବିଜୟୀ ହୋଇଛି। ଶୁଭ୍ରାଂଶୁ ୧୩୦ ବଲରେ ୮ ଚୌକା ଓ ୨ ଛକା ସହାୟତାରେ ୧୧୯ ରନ୍ କରି ଅପରାଜିତ ରହିଥିଲେ।

୨୬୦ ରନର ଲକ୍ଷ୍ୟର ପିଛା କରୁଥିବା ଓଡ଼ିଶା ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓପ୍ନର ସନ୍ଦୀପ ପଟ୍ଟନାୟକ (୨୭) ଓ ସ୍ୱସ୍ତିକ୍ ସାମଲ୍ (୧୦) ବଡ଼ ସ୍କୋର କରିବାରେ ନିରାଶ ହୋଇଥିଲେ। ଅଭିଜ୍ଞ ଗୋବିନ୍ଦ ପୋଦ୍ଦାର (୨) ଓ ଅଭିଷେକ ଯାଦବ (୧୭) ମଧ୍ୟ ଯୋଗଦାନ କରିବାରେ ବିଫଳ ହୋଇଥିଲେ। ତେବେ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା କ୍ୟାପଟେନ୍ ଶୁଭ୍ରାଂଶୁ ଏକାକୀ ଟିମ୍ ପାଇଁ ଲଢ଼ିଥିଲେ। ସେ ଅଭିଷେକ ରାଉତ (୨୪)ଙ୍କ ସହ ୫୪ ରନ୍‌, ସୁଜିତ୍ ଲେଙ୍କା (୨୬)ଙ୍କ ସହ ୫୭ ରନ୍ ଏବଂ ଦୀପକ ବେହେରା (୧୮)ଙ୍କ ସହ ୨୭ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରି ଓଡ଼ିଶାକୁ ବିଜୟୀ କରାଇଥିଲେ। ମହାରାଷ୍ଟ୍ର ପକ୍ଷରୁ କାଜି ୨ଟି, ସାମଦ୍ ଫାଲ୍ଲା, ମୁକେଶ ଚୌଧୁରୀ, ସତ୍ୟଜିତ୍ ବଚ୍ଚାଭ୍ ଏବଂ କେଦାର ଯାଦବ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ପୂର୍ବରୁ ମହାରାଷ୍ଟ୍ର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁଇ ଓପ୍ନର ଋତୁରାଜ ଗାଏକ୍ୱାଡ୍ ଓ ରାହୁଲ୍ ତ୍ରିପାଠୀ ପ୍ରଥମ ୱିକେଟ୍ ପାଇଁ ୭୮ ରନର ଭାଗୀଦାରୀ କରି ମହାରାଷ୍ଟ୍ରକୁ ଭଲ ଆରମ୍ଭ ଦେଇଥିଲେ। ଗାଏକ୍ୱାଡ୍ ୩୯ (୫୩ ବଲ୍‌, ୧ ଚୌକା, ୨ ଛକା) ରନ୍ କରି ଅଭିଷେକ ରାଉତଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଅଙ୍କିତ ବାୱନେ (୨)ଙ୍କୁ ମଧ୍ୟ ଅଭିଷେକ ପ୍ୟାଭିଲିୟନ୍ ପଠାଇଥିଲେ।

ରାହୁଲ ଅର୍ଦ୍ଧଶତକ ମାରିଥିଲେ ହେଁ, ଏହାକୁ ଶତକରେ ପରିଣତ କରିପାରିନଥିଲେ। ମହାରାଷ୍ଟ୍ରର ସ୍କୋର ୧୨୩ ଥିବା ବେଳେ ରାହୁଲଙ୍କୁ ଗୋବିନ୍ଦ ପୋଦ୍ଦାର ଏଲବିଡବ୍ଲ୍ୟୁ କରିଥିଲେ। ସେ ୯୧ ବଲରେ ୮ ଚୌକା ଓ ୧ ଛକା ସହ ୬୯ ରନ୍ କରିଥିଲେ। ଏହା ପରେ ଅନ୍ତର୍ଜାତୀୟ କ୍ରିକେଟର କେଦାର ଯାଦବ ଓ ନୌଶାଦ୍ ଶେଖ୍ ରନ୍ ଗତିକୁ ବଢ଼ାଇଥିଲେ ଏବଂ ଟିମକୁ ୨୦୦ ନିକଟତର କରାଇଥିଲେ। ନୌଶାଦ୍ ୩୫ ବଲରେ ୩୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

କେଦାର ଭଲ ବ୍ୟାଟିଂ କରିଥିଲେ ହେଁ, ତାଙ୍କୁ ଶେଷଭାଗରେ ସେଭଳି ସହଯୋଗ ମିଳିନଥିଲା। ସେ ବ୍ୟକ୍ତିଗତ ୬୨ (୫୯ ବଲ୍‌, ୬ ଚୌକା, ୧ ଛକା) ରନ୍ କରି ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ବଲରେ ଆଉଟ୍ ହୋଇଥିଲେ। ଶେଷକ୍ରମରେ ଦିବ୍ୟାଙ୍ଗ ହିମଗାନେକର ୧୪, ଅଜିମ୍ କାଜି ୨୦ ଓ ଅଭଦୂତ୍ ଦାଣ୍ଡେକର୍ ଅପରାଜିତ ୧୧ ରନ୍ କରିଥିଲେ। ଓଡ଼ିଶା ପକ୍ଷରୁ ସୂର୍ଯ୍ୟକାନ୍ତ ୫୦ ରନ୍ ଦେଇ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଅଭିଷେକ ରାଉତ ଓ ଗୋବିନ୍ଦ ପୋଦ୍ଦାର ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

ସଂକ୍ଷିପ୍ତ ସ୍କୋର
ମହାରାଷ୍ଟ୍ର ୨୫୯/୮, ୫୦ ଓଭର: ରାହୁଲ୍ ତ୍ରିପାଠୀ ୬୯, କେଦାର ଯାଦବ ୬୨, ଋତୁରାଜ ଗାଏକ୍ୱାଡ୍ ୩୯, ନୌଶାଦ୍ ଶେଖ୍ ୩୧, ଆଜିମ୍ କାଜି ୨୦, ସୂର୍ଯ୍ୟକାନ୍ତ ପ୍ରଧାନ ୩/୫୦, ଅଭିଷେକ ରାଉତ ୨/୪୧, ଗୋବିନ୍ଦ ପୋଦ୍ଦାର ୨/୫୫।
ଓଡ଼ିଶା ୨୬୦/୭, ୪୯.୧ ଓଭର: ଶୁଭ୍ରାଂଶୁ ସେନାପତି ୧୧୯*, ସନ୍ଦୀପ ପଟ୍ଟନାୟକ ୨୭, ସୁଜିତ୍ ଲେଙ୍କା ୨୬, ଅଭିଷେକ ରାଉତ ୨୪, ଦୀପକ ବେହେରା ୧୮, ଅଭିଷେକ ଯାଦବ ୧୭, ଆଜିମ୍ କାଜି ୨/୪୫।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story