ବ୍ରହ୍ମପୁରରେ ଗ୍ରୀଷ୍ମକାଳୀନ ମୁଷ୍ଟିଯୁଦ୍ଧ ତାଲିମ ଶିବିର ଉଦ୍‌ଘାଟିତ, ଭାଗ ନେଲେ ୧୫୦ ପ୍ରତିଯୋଗୀ

ବ୍ରହ୍ମପୁର: ବ୍ରହ୍ମପୁର ଷ୍ଟାଡ଼ିୟମ ପରିସରରେ ସୋମବାର ଠାରୁ ଆରମ୍ଭ ହୋଇଛି ଗ୍ରୀଷ୍ମକାଳୀନ ମୁଷ୍ଟିଯୁଦ୍ଧ ତାଲିମ ଶିବିର। ଗଞ୍ଜ।ମ ମୁଷ୍ଟିଯୁଦ୍ଧ ସଂଘ ପକ୍ଷରୁ ପ୍ରତି ବର୍ଷ ଆୟୋଜିତ ହେଉଥିବା ଏହି ଶିବିରରେ ଚଳିତ ବର୍ଷ ସବ୍ ଜୁନିୟର, ଜୁନିୟର ଓ ସିନିୟର୍ ବର୍ଗରେ ୧୫୦ଜଣ ବାଳକ ଓ  ବାଳିକା ଅଂଶଗ୍ରହଣ କରିଛନ୍ତି। ଏହି ଶିବିର ଆସନ୍ତା ମେ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। କୋଚ୍ ଶିଶିର ପାଣିଗ୍ରାହୀଙ୍କ ସଂଯୋଜନାରେ ଚାଲିଥିବା ଏହି ଶିବିରକୁ ବ୍ରହ୍ମପୁର ବିଧାୟକ ଡ଼ା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଆଜି ଉଦଘାଟନ କରିଥିଲେ।