ଫ୍ୟାନ୍‌ଙ୍କ ସହିତ ଏହି ଗୀତରେ ନାଚିଲେ କୋହଲି

ସିଡ୍‌ନୀ: ବର୍ଷା ପରେ ଶେଷ ମ୍ୟାଚ୍‌ ଅମୀମାଂସିତ ରହିବାପରେ ମଧ୍ୟ ପୂର୍ବରୁ ଆଗୁଆ ଥିବା ଭାରତରେ ସିରିଜ୍‌ ଜିତିବାପରେ ଭାରତୀୟ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ। ସେହିଭଳି ଘଟଣା ଦେଖିବାକୁ ମିଳିଥିଲା ଯେତେବେଳେ ଖେଳାଳିମାନେ ଫ୍ୟାନ୍‌ଙ୍କ ପାଇଁ ବିଭିନ୍ନ ଭାରତୀୟ ଭାଷାର ଗୀତରେ ଠୁମ୍‌କା ଲଗାଇବାକୁ ଭୁଲିନଥିଲେ। ଷ୍ଟାଡିଅମ୍‌ରୁ ଆରମ୍ଭ ହୋଇ ଏହି ଉତ୍ସବ ରାତି ତମାମ୍‌ ଚାଲିବ ବୋଲି ଏହି ଅବସରରେ ଅଧିନାୟକ ବିରାଟ କୋହଲି ସୂଚନା ଦେଇଥିଲେ। ଭ୍ରମଣକାରୀ ଦଳ ଭାରତର ସମର୍ଥନରେ ଆସିଥିବା […]

virat

virat

Subrat Kumar Nayak
  • Published: Tuesday, 08 January 2019
  • Updated: 08 January 2019, 08:08 AM IST

Sports

Latest News

ସିଡ୍‌ନୀ: ବର୍ଷା ପରେ ଶେଷ ମ୍ୟାଚ୍‌ ଅମୀମାଂସିତ ରହିବାପରେ ମଧ୍ୟ ପୂର୍ବରୁ ଆଗୁଆ ଥିବା ଭାରତରେ ସିରିଜ୍‌ ଜିତିବାପରେ ଭାରତୀୟ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ। ସେହିଭଳି ଘଟଣା ଦେଖିବାକୁ ମିଳିଥିଲା ଯେତେବେଳେ ଖେଳାଳିମାନେ ଫ୍ୟାନ୍‌ଙ୍କ ପାଇଁ ବିଭିନ୍ନ ଭାରତୀୟ ଭାଷାର ଗୀତରେ ଠୁମ୍‌କା ଲଗାଇବାକୁ ଭୁଲିନଥିଲେ।

ଷ୍ଟାଡିଅମ୍‌ରୁ ଆରମ୍ଭ ହୋଇ ଏହି ଉତ୍ସବ ରାତି ତମାମ୍‌ ଚାଲିବ ବୋଲି ଏହି ଅବସରରେ ଅଧିନାୟକ ବିରାଟ କୋହଲି ସୂଚନା ଦେଇଥିଲେ। ଭ୍ରମଣକାରୀ ଦଳ ଭାରତର ସମର୍ଥନରେ ଆସିଥିବା ବୃହତ୍‌ ସଂଖ୍ୟାରେ ପ୍ରଶଂସକଙ୍କୁ ସମର୍ଥନ ଜଣାଇ ବିରାଟଙ୍କ ସମେତ ଦଳର ଅନ୍ୟ ସଦସ୍ୟମାନେ ଭାଙ୍ଗଡ଼ା ନାଚିବାକୁ ଆରମ୍ଭ କରିଥିଲେ।

ତେବେ ପ୍ରଶଂସକଙ୍କ ମଧ୍ୟରେ ବାରି ହୋଇ ପଡ଼ୁଥିଲେ ‘ଭାରତ ଆର୍ମି’, ଯେଉଁ ପ୍ରଶଂସକ ଦଳ ଷ୍ଟାଡିଅମ୍‌ ଏବଂ ଷ୍ଟାଡିଅମ୍‌ ବାହାରେ ପୂର୍ବରୁ ମଧ୍ୟ ଚର୍ଚ୍ଚାରେ ଆସିସାରିଛନ୍ତି। ଆଉ ସେମାନଙ୍କ ସହିତ ନାଚିବା ଆରମ୍ଭ କରିଥିଲେ ଅଧିନାୟକ ବିରାଟ।

ବିରାଟ୍‌ଙ୍କ ସହିତ ଇଶନ୍ତ ଶର୍ମା ମଧ୍ୟ ଥିଲେ। ବିରାଟ ପ୍ରଥମେ ନାଗିନ୍‌ ନୃତ୍ୟରୁ ଆରମ୍ଭ କରି ଭାଙ୍ଗଡ଼ା ଆଡ଼କୁ ଗତି କରିଥିଲେ। କେଏଲ୍‌ ରାହୁଲ ଏବଂ ପାଣ୍ଡ୍ୟା ମଧ୍ୟ ତାଙ୍କ ସହିତ ଯୋଗ ଦେଇଥିଲେ। ଭାରତ ଆର୍ମିର ସଦସ୍ୟ ଡ୍ରମ୍‌ରେ ମନ ଜିଣୁଥିଲେ ଏବଂ ଜାତୀୟତାର ଅପୂର୍ବ ଭାବ ସୃଷ୍ଟି କରୁଥିଲା ଜଣେ ପ୍ରଶଂସକ ଉଡ଼ାଉଥିବା ତ୍ରିରଙ୍ଗା। ସମସ୍ତଙ୍କ ମୁହଁରେ ଗୋଟିଏ ଗୀତ ଥିଲା, “ମେରେ ଦେଶକୀ ଧରତୀ ସୋନା ଉଗ୍‌ଲେ ଉଗ୍‌ଲେ ହୀରେ ମୋତି।”

ଦେଖନ୍ତୁ ସେହି ସମୟରେ ଭିଡିଓ।
https://www.instagram.com/p/BsUykeanQ1D/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos