ସିଡ୍ନୀ: ଅଷ୍ଟ୍ରେଲିଆରେ ଆଜି ଭାରତକୁ ମିଳିଛି ଐତିହାସିକ ବିଜୟ। ପ୍ରଥମ ଥର ପାଇଁ ଭାରତ ଏଠାରେ ଜିତିଛି ଟେଷ୍ଟ୍ ସିରିଜ୍। ସିଡ୍ନୀରେ ଖେଳା ଯାଇଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଡ୍ର’ ହୋଇଯିବା ପରେ ଭାରତ ସିରିଜ୍ ବିଜୟୀ ହୋଇଥିଲା। କାରଣ ଭାରତ ପ୍ରଥମ ଓ ତୃତୀୟ ଟେଷ୍ଟ୍ ମ୍ୟାଚ୍ ଜିତି ଏହି ସିରିଜ୍ରେ ଆଗୁଆ ରହିଥିଲା।
ବିରାଟ କୋହିଲଙ୍କ ନେତୃତ୍ୱାଧୀନ ଟିମ୍ ପାଇଁ ଆଜିର ଦିନଟି ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ। କାରଣ ପୂର୍ବରୁ କୌଣସି ଭାରତୀୟ କ୍ରିକେଟ୍ ଟିମ୍କୁ ଏହି ସଫଳତା ମିଳି ନଥିଲା। ଏହି ଖୁସିକୁ ଖେଳାଳିମାନେ ସିଡ୍ନୀ ଗ୍ରାଉଣ୍ଡରେ ଜାହିର ମଧ୍ୟ କରିଥିଲେ। ସମସ୍ତେ ଖୁସିରେ ପଡ଼ିଆରେ ନାଚି ଥିଲେ।
ଏ ନାଚ ଆଇଡିଆ ଥିଲା ୱିକେଟ୍ କିପର ଋଷଭ ପନ୍ତଙ୍କର। ମ୍ୟାଚ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ବିରାଟ କୋହଲି ଏ କଥା କହିଥିଲେ।
ବିରାଟ କହିଥିଲେ,“ଋଷଭ କହିବା ପରେ ସମସ୍ତେ ନାଚିଥିଲେ। ସେ କହିଥିଲେ ଖୁବ୍ ସହଜରେ ଏହା ହୋଇପାରିବ। ତାଙ୍କ କହିବା ଅନୁଯାୟୀ ଆମେ ଆରମ୍ଭ କରିଥିଲୁ। ଏହା ଖୁବ୍ ସହଜ ଥିଲେ ଓ ଆମେ ଉପଭୋଗ କରିଥିଲୁ। କିନ୍ତୁ ପୂଜାରା ଏତକ ବି କରିପାରିଲେନି। ଦେଖନ୍ତୁ ସେ କେତେ ସରଳ।”
ଭିଡିଓରେ ବି ତାହା ଦେଖିବାକୁ ମିଳିଛି। କୁଲ୍ଦୀପ ଯାଦବ ‘ଟେଷ୍ଟ୍ ବିଶେଷଜ୍ଞ’ ପୂଜରାଙ୍କୁ ଠେଲି ନଚାଇବାକୁ ଉତ୍ସାହିତ କରୁଥିବା ବେଳେ ଋଷଭ ପନ୍ତ ମଧ୍ୟ ତାଙ୍କ ହାତ ଧରି ନଚାଇବାକୁ ଚେଷ୍ଟା କରୁଛନ୍ତି।
କ୍ରିକେଟ୍ ଅଷ୍ଟ୍ରେଲିଆର ଅଫିସିଆଲ୍ ୱେବ୍ସାଇଟ୍ cricket.com.au ଏହି ଭିଡିଓକୁ ଶେୟାର କରିଛି।
Cheteshwar Pujara: can bat, can't dance? ??
Celebrations have well and truly begun for Team India! #AUSvIND pic.twitter.com/XUWwWPSNun
— cricket.com.au (@cricketcomau) January 7, 2019
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।