ଟ୍ରେଣ୍ଟବ୍ରିଜ୍‌ରେ ଟିମ୍‌ ଇଣ୍ଡିଆର ସ୍ମରଣୀୟ ବିଜୟର କାହାଣୀ 

ଲଣ୍ଡନ୍‌: ମଙ୍ଗଳବାର ବକେୟା ଥିବା ଔପଚାରିକତାକୁ ବୁଧବାର ଖେଳ ଆରମ୍ଭର ଦ୍ୱିତୀୟ ଓଭରରେ ଶେଷ କରି ରବିଚନ୍ଦ୍ରନ ଅଶ୍ୱିନ୍‌ ଇଂଲଣ୍ଡ ଗସ୍ତରେ ଥିବେ ଟିମ୍‌ ଇଣ୍ଡିଆ ପାଇଁ ବହୁ ପ୍ରତୀକ୍ଷିତ ବିଜୟର ମୁଣ୍ଡି ମାରିଛନ୍ତି। ମୁମ୍ବାଇ ସ୍ପିଡ୍‌ଷ୍ଟାର ଯଶପ୍ରୀତ୍‌ ବୁମ୍‌ରା ନିଜ ପ୍ରତ୍ୟାବର୍ତ୍ତନ ମ୍ୟାଚ୍‌ର ଦ୍ୱିତୀୟ ଇନିଂସ୍‌ରେ ୫ଟି ୱିକେଟ୍‌ ନେଇ ଇଂଲିଶ ବ୍ୟାଟିଂ ଅର୍ଡରକୁ ଧ୍ୱସ୍ତ କରିଦେଇଥିଲେ। ତେବେ ପ୍ରଥମ ଇନିଂସ୍‌ରେ ୯୭ ଓ ଦ୍ୱିତୀୟ ଇନିଂସ୍‌ରେ ୧୦୩ ରନ୍‌ କରିଥିବା ଟିମ୍‌ ଇଣ୍ଡିଆର ଅଧିନାୟକ […]

jaspritto

jaspritto

Hemant Lenka
  • Published: Wednesday, 22 August 2018
  • Updated: 22 August 2018, 12:21 PM IST

Sports

Latest News

ଲଣ୍ଡନ୍‌: ମଙ୍ଗଳବାର ବକେୟା ଥିବା ଔପଚାରିକତାକୁ ବୁଧବାର ଖେଳ ଆରମ୍ଭର ଦ୍ୱିତୀୟ ଓଭରରେ ଶେଷ କରି ରବିଚନ୍ଦ୍ରନ ଅଶ୍ୱିନ୍‌ ଇଂଲଣ୍ଡ ଗସ୍ତରେ ଥିବେ ଟିମ୍‌ ଇଣ୍ଡିଆ ପାଇଁ ବହୁ ପ୍ରତୀକ୍ଷିତ ବିଜୟର ମୁଣ୍ଡି ମାରିଛନ୍ତି। ମୁମ୍ବାଇ ସ୍ପିଡ୍‌ଷ୍ଟାର ଯଶପ୍ରୀତ୍‌ ବୁମ୍‌ରା ନିଜ ପ୍ରତ୍ୟାବର୍ତ୍ତନ ମ୍ୟାଚ୍‌ର ଦ୍ୱିତୀୟ ଇନିଂସ୍‌ରେ ୫ଟି ୱିକେଟ୍‌ ନେଇ ଇଂଲିଶ ବ୍ୟାଟିଂ ଅର୍ଡରକୁ ଧ୍ୱସ୍ତ କରିଦେଇଥିଲେ। ତେବେ ପ୍ରଥମ ଇନିଂସ୍‌ରେ ୯୭ ଓ ଦ୍ୱିତୀୟ ଇନିଂସ୍‌ରେ ୧୦୩ ରନ୍‌ କରିଥିବା ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।   
ଦ୍ୱିତୀୟ ଇନିଂସ୍‌ରେ ୫୨୧ ରନ୍‌ ଟାର୍ଗେଟର ପିଛା କରି ଘରୋଇ ଦଳ ଦ୍ୱିତୀୟ ଇନିଂସ୍‌ରେ ମାତ୍ର ୩୧୭ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଫଳରେ ଟିମ୍‌ ଇଣ୍ଡିଆ ନଟିଂହାମ୍‌ର ତୃତୀୟ ଟେଷ୍ଟକୁ ୨୦୩ ରନ୍‌ରେ ଜିତି ନେଇଛି।

[caption id="attachment_266592" align="alignright" width="951"] ଆଇସିସି[/caption]

ୱିକେଟ୍‌ କିପର୍‌ ବ୍ୟାଟସ୍‌ମ୍ୟାନ୍‌ ଜୋସ୍‌ ବଟଲର୍‌ ନିଜର ପ୍ରଥମ ଟେଷ୍ଟ ଶତକ ହାସଲ କରିବା ସହ ଅଲରାଉଣ୍ଡ ବେନ୍‌ ଷ୍ଟୋକ୍ସଙ୍କ ସହ ମିଶି ଶତକୀୟ ଭାଗୀଦାରି କରିଥିଲେ ହେଁ ଘରୋଇ ଦଳ ପାଇଁ ବିଜୟରେ ଏହା ଯଥେଷ୍ଟ ନଥିଲା। ଶେଷ ବେଳକୁ ଆଦିଲ୍‌ ରଶିଦ୍‌ ୩୩ ରନ୍‌ କରି ଅପରାଜିତ ଥିଲେ।
ଏହି ବିଜୟ ସହ ଚଳିତ ଇଂଲଣ୍ଡ ବିପକ୍ଷ ୫ଟିକିଆ ସିରିଜ୍‌ରେ ଭାରତର ସ୍ଥିତି ୧-୨କୁ ଆସିଛି।
ଏଜ୍‌ବାଷ୍ଟନ୍‌ ଓ ଲର୍ଡସ୍‌ରେ ଲଗାତର ଦୁଇଟି ଟେଷ୍ଟ ମ୍ୟାଚ୍‌ରେ ପରାସ୍ତ ହୋଇଥିବା ଟିମ୍‌ ଇଣ୍ଡିଆକୁ ବିଭିନ୍ନ ମହଲରୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା। ଏଥିରେ ଭାଙ୍ଗି ନ ପଡ଼ି ନଟିଂହାମ୍‌ ପଡ଼ିଆକୁ କମ୍‌ ବ୍ୟାକ୍‌ ଲକ୍ଷ୍ୟ ନେଇ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ।

[caption id="attachment_266594" align="alignright" width="928"] ଆଇସିସି[/caption]

ଟସ୍‌ ହାରି ପ୍ରଥମ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆର୍‌ ଦୁଇ ଓପନର୍‌ ଶିଖର ଧୱନ ଓ କେଏଲ୍‌ ରାହୁଲ ଭଲ ଆରମ୍ଭ କରିଥିଲେ। ଏହାପରେ ଅଧିନାୟକ ବିରାଟ୍‌ କୋହଲି ଓ ତାଙ୍କ ଡେପୁଟି ଅଜିଙ୍କ୍ୟ ରାହଣେ ଟିମ୍‌ ଇଣ୍ଡିଆ ସ୍କୋରକୁ ଆଗକୁ ନେଇଥିଲେ। ବିରାଟ୍‌ ୯୭ ରନ୍‌ କରିଥିବା ବଳେ ରାହଣେ ୮୧ ରନ୍‌ କରିଥିଲେ। ଏହାପରେ ଟିମ୍‌ ଇଣ୍ଡିଆ ତା’ର ପ୍ରଥମ ଇନିଂସ୍‌ରେ ୩୨୯ରେ ଅଲଆଉଟ୍‌ ହୋଇଯାଇଥିଲା।
ଏହାର ଜବାବ୍‌ରେ ଘରୋଇ ଇଂଲଣ୍ଡ ବେଶ ସତର୍କତାର ସହ ତା’ର ପ୍ରଥମ ଇନିଂସ୍‌ ଆରମ୍ଭ କରିଥିଲା। କିନ୍ତୁ ଅଲରାଉଣ୍ଡର୍‌ ହାର୍ଦ୍ଦିକ ପାଣ୍ଡ୍ୟା ଇଂଲଣ୍ଡ ବ୍ୟାଟିଂ ଦୁର୍ଗକୁ ଧ୍ୱଂସ ବିଧ୍ୱସ୍ତ କରିଦେଇଥିଲେ। ପାଣ୍ଡ୍ୟା ତାଙ୍କ ଟେଷ୍ଟ କ୍ୟାରିୟର୍‌ ପ୍ରଥମ ୫ ୱିକେଟ୍‌ ଦଖଲ କରି ଇଂଲଣ୍ଡକୁ ୧୬୧ରେ ସୀମିତ ରଖିଥିଲେ।
ପ୍ରଥମ ଇନିଂସ୍‌ରେ ୧୬୮ ରନ୍‌ର ଅଗ୍ରଣୀ ହାସଲ କରିଥିବା ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଇନିଂସ୍‌ରେ ମଧ୍ୟ ଭଲ ବ୍ୟାଟିଂ କରିଥିଲା। ବିରାଟ୍‌ କୋହଲି ନିଜ ଟେଷ୍ଟ୍‌ କ୍ୟାରିୟର୍‌ ୨୩ତମ ଶତକ(୧୦୩)ହାସଲ ମଧ୍ୟ କରିଥିଲେ। ଏହି ପାଳିରେ ଟିମ୍‌ ଇଣ୍ଡିଆର ଟେଷ୍ଟ୍‌ ସ୍ପେଶାଲ୍‌ ଲିଷ୍ଟ୍‌ ଚେତେଶ୍ୱର ପୂଜାର କୋହଲିଙ୍କୁ ଭରପୂର ସହଯୋଗ କରିଥିଲେ। ପୂଜାର ଦୀର୍ଘ ଦିନ ପରେ ଇଂଲିଶ ମାଟିରେ ଅଦ୍ଧର୍ଶତକ(୭୨) ହାସଲ କରିଥିଲେ। ଏହାପରେ ପାଣ୍ଡ୍ୟାଙ୍କ ଦ୍ରୁତ ଅର୍ଦ୍ଧଶତକ(୫୨) ରନ୍‌ ବଳରେ ଟିମ୍‌ ଇଣ୍ଡିଆ ତା’ର ଦ୍ୱିତୀୟ ଇନିଂସ୍‌ରେ ୭ ୱିକେଟ୍‌ ହରାଇ ୩୫୨ ରନ୍‌ରେ ପାଳି ଘୋଷଣା କରିଥିଲା।

[caption id="attachment_266599" align="alignright" width="890"] କ୍ରିକ୍‌ ଇନ୍‌ଫୋ[/caption]

୫୨୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଟିମ୍‌ ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ହେଲେ ବଟଲର୍‌ ଓ ଷ୍ଟୋକ୍ସ ଟିମ୍‌ ଇଣ୍ଡିଆର ବିଜୟ ଆଗରେ କଣ୍ଟା ହୋଇଥିଲେ। ଏପରି କି ମ୍ୟାଚ୍‌ ଛଡ଼ାଇ ନେବାକୁ ପ୍ରୟାସ ମଧ୍ୟ କରିଥିଲେ। ହେଲେ ବୁମ୍‌ରା ବଟଲର୍‌ଙ୍କୁ ଆଉଟ୍‌ କରି ଇଂଲଣ୍ଡକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ।
ଭାରତ ୪ ଦିନରେ ମ୍ୟାଚ୍‌ ଶେଷ କରିବାକୁ ଲକ୍ଷ୍ୟ ରଖିଥିଲେ ହେଁ ଆଡିଲ୍‌ ରଶିଦ୍‌ ଓ ଜେମ୍ସ ଆଣ୍ଡରସନ୍‌ ଏହା କରାଇ ଦେଇ ନଥିଲେ। ଫଳରେ ମ୍ୟାଚ୍‌ ୫ମ ଦିନକୁ ଯାଇଥିଲା। ୫ମ ଦିନ ଖେଳ ଆରମ୍ଭର ଦ୍ୱିତୀୟ ଦିନରେ ଅଶ୍ୱିନ୍‌ ଆଣ୍ଡରସନ୍‌କୁ ଆଉଟ୍‌ କରି ବିଜୟର ମୁଣ୍ଡି ମାରିଥିଲେ।

[caption id="attachment_266600" align="alignright" width="894"] ଆଇସିସି[/caption]

ଭାରତ ପକ୍ଷରୁ ଦ୍ୱିତୀୟ ଇନିଂସ୍‌ରେ ବୁମରା ୫ଟି ୱିକେଟ୍‌ ନେଇଥିବା ବେଳେ ଇଶାନ୍ତ ଶର୍ମା ୨ଟି, ଅଶ୍ୱିନ୍‌, ପାଣ୍ଡ୍ୟା ଓ ସାମି ଗୋଟାଏ ଲେଖାଏ ୱିକେଟ୍‌ ନେଇଛନ୍ତି।
ସେହିପରି ଇଂଲଣ୍ଡ ପକ୍ଷରୁ ବଟଲର୍‌ ସର୍ବାଧିକ ୧୦୬ ରନ୍ ଓ ଷ୍ଟୋକ୍ସ ୬୨ ରନ୍‌ର ଇନିଂସ୍‌ ଖେଳିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story