କରୋନା ପାଇଁ ନିଜର ୧୦୨ ଟ୍ରଫି ବିକି ଦେଲେ ଏହି ୧୫ ବର୍ଷୀୟ ଖେଳାଳି

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ବିରୋଧରେ ଲଢ଼େଇ ପାଇଁ ଦେଶର ବିଭିନ୍ନ କ୍ରୀଡ଼ାବିତ ସହାୟତା କରୁଛନ୍ତି। ଏବେ ଏଥିରେ ସାମିଲ୍ ହୋଇଛନ୍ତି ଭାରତୀୟ ଗଲ୍ଫର ଅର୍ଜୁନ ଭାଟି। ଅର୍ଜୁନଙ୍କ ବୟସ ମାତ୍ର ୧୫, କିନ୍ତୁ ଏହି ବୟସରେ ସେ ଯେଉଁଭଳି ଭାବେ ସରକାରଙ୍କୁ ସହୟତା କରିଛନ୍ତି, ତାହା ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। आपको🙏 8 साल में जो देश,विदेश से जीतकर कमाई हुई 102 ट्रोफ़ी देश संकट के समय मैंने […]

arjun

arjun

Ranjit Kumar Jena
  • Published: Wednesday, 08 April 2020
  • Updated: 08 April 2020, 08:41 PM IST

Sports

Latest News

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ବିରୋଧରେ ଲଢ଼େଇ ପାଇଁ ଦେଶର ବିଭିନ୍ନ କ୍ରୀଡ଼ାବିତ ସହାୟତା କରୁଛନ୍ତି। ଏବେ ଏଥିରେ ସାମିଲ୍ ହୋଇଛନ୍ତି ଭାରତୀୟ ଗଲ୍ଫର ଅର୍ଜୁନ ଭାଟି। ଅର୍ଜୁନଙ୍କ ବୟସ ମାତ୍ର ୧୫, କିନ୍ତୁ ଏହି ବୟସରେ ସେ ଯେଉଁଭଳି ଭାବେ ସରକାରଙ୍କୁ ସହୟତା କରିଛନ୍ତି, ତାହା ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।


ଅର୍ଜୁନ ନିଜ ଗଲ୍ଫ କ୍ୟାରିୟରରେ ଜିତିଥିବା ୧୦୨ ଟ୍ରଫିକୁ ବିକି ମୋଟ ୪ଲକ୍ଷ ୩୦ହଜାର ଟଙ୍କା ଯୋଗାଡ଼ କରିଛନ୍ତି, ଯାହାକୁ ସେ ପିଏମ୍ କେୟାର୍ସ ଫଣ୍ଡକୁ ଦାନ କରିଛନ୍ତି। ଅର୍ଜୁନଙ୍କ ଏହି ଟ୍ରଫି ମଧ୍ୟରେ ତିନିଥରର ବିଶ୍ୱ ଜୁନିୟର ଗଲ୍ଫ ଚାମ୍ପିୟନଶିପ୍ ଏବଂ ଗୋଟିଏ ଜାତୀୟ ଚାମ୍ପିୟନଶିପ୍ ଟାଇଟଲ୍ ମଧ୍ୟ ସାମିଲ୍ ଅଛି। ଗ୍ରେଟର୍ ନୋଏଡାର ଗଲ୍ଫର ଅର୍ଜୁନ ୨୦୧୬ ଓ ୨୦୧୮ରେ ୟୁଏସ୍ କିଡସ୍ ଜୁନିୟର ୱାର୍ଲ୍ଡ ଚାମ୍ପିୟନଶିପ୍ ଏବଂ ଗତବର୍ଷ ଏଫସିଜି କାଲ୍ଲାୱେ ଜୁନିୟର ୱାର୍ଲ୍ଡ ଚାମ୍ପିୟନଶିପ୍ ଜିତିଥିଲେ।


ପିଏମ୍ କେୟାର୍ସକୁ ଏହି ଅର୍ଥରାଶି ପ୍ରଦାନ କରିବା ପରେ ଅର୍ଜୁନ ଟ୍ୱିଟ୍ କରି କହିଛନ୍ତି, "ଫଣ୍ଡ ଯୋଗାଡ଼ କରିବା ପାଇଁ ମୁଁ ନିଜର ସବୁ ଟ୍ରଫି ନିଜ ସମ୍ପର୍କୀୟ ଓ ନିଜ ମାତା-ପିତାଙ୍କ ବନ୍ଧୁମାନଙ୍କୁ ବିକି ଦେଇଛି। ଦେଶ-ବିଦେଶରେ ଯେଉଁ ୧୦୨ ଟ୍ରଫି ଜିତିଥିଲି, ତାହା ମୁଁ ୧୦୨ ଜଣ ବ୍ୟକ୍ତିଙ୍କୁ ବିକି ଦେଇଛି। ସେଥିରୁ ମିଳିଥିବା ୪ଲକ୍ଷ ୩୦ହଜାର ଟଙ୍କାକୁ ମୁଁ ପିଏମ୍ କେୟାର୍ସ ଫଣ୍ଡକୁ ଦାନ କରିଛି। ମୋର ଏହି ଯୋଗଦାନ ଜାଣିବା ପରେ ମୋ ଜେଜେ ମା' ପ୍ରଥମେ କାନ୍ଦି ପକାଇଲେ ଏବଂ କହିଲେ, ବର୍ତ୍ତମାନ ସମୟରେ ପ୍ରକୃତ ଅର୍ଜୁନ ହେଉଛ ତୁମେ, ମାନବ ଜୀବନକୁ ରକ୍ଷା କରିବା ମହତ୍ତ୍ୱପୂର୍ଣ୍ଣ।" ଭବିଷ୍ୟତରେ ଆହୁରି ଅନେକ ଟ୍ରଫି ଜିତିପାରିବ।

ଅର୍ଜୁନଙ୍କ ଏହି ଟ୍ୱିଟକୁ ରିଟ୍ୱିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି କହିଛନ୍ତି, "ଦେଶବାସୀଙ୍କ ଏହି ଭାବନା, ଯାହା କରୋନା ମହାମାରୀ ସମୟରେ ସବୁଠାରୁ ବଡ଼ ସମ୍ବଳ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos