ଟିମ୍ ଇଣ୍ଡିଆ ଚୟନକର୍ତ୍ତାଙ୍କ କାର୍ଯ୍ୟକାଳ ଶେଷ

ମୁମ୍ବାଇ: ଏମଏସକେ ପ୍ରସାଦଙ୍କ ଅଧ୍ୟକ୍ଷତା ବିଶିଷ୍ଟ ବିସିସିଆଇ ଚୟନ କମିଟିର କାର୍ଯ୍ୟକାଳ ରବିବାର ଶେଷ ହୋଇଛି। ପ୍ରସାଦଙ୍କ କାର୍ଯ୍ୟକାଳ ଶେଷ ହେବାର ଅର୍ଥ ହେଉଛି, ଗାଙ୍ଗୁଲିଙ୍କ ଅଧ୍ୟକ୍ଷତା ବିଶିଷ୍ଟ ବିସିସିଆଇ ପୁରୁଣା ସମ୍ବିଧାନ ଅନୁଯାୟୀ ଚାଲୁଛି, ଯେଉଁଥିରେ ଚୟନକମିଟିର ସର୍ବାଧିକ କାର୍ଯ୍ୟକାଳ ୪ ବର୍ଷ ଥିଲା। ସଂଶୋଧିତ ସମ୍ବିଧାନରେ ସର୍ବାଧିକ ପାଞ୍ଚବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାଳର ବ୍ୟବସ୍ଥା ରହିଛି। ପ୍ରସାଦ ଓ ଗଗତ ଖୋଡ଼ାଙ୍କୁ ୨୦୧୫ରେ ନିଯୁକ୍ତ କରାଯାଇଥିଲା। ସେହିପରି ଯତୀନ ପରାଞ୍ଜପେ, ସରନଦୀପ ସିଂହ ଓ ଦେବାଙ୍ଗ […]

prasad

prasad

Ranjit Kumar Jena
  • Published: Sunday, 01 December 2019
  • Updated: 01 December 2019, 08:43 PM IST

Sports

Latest News

ମୁମ୍ବାଇ: ଏମଏସକେ ପ୍ରସାଦଙ୍କ ଅଧ୍ୟକ୍ଷତା ବିଶିଷ୍ଟ ବିସିସିଆଇ ଚୟନ କମିଟିର କାର୍ଯ୍ୟକାଳ ରବିବାର ଶେଷ ହୋଇଛି। ପ୍ରସାଦଙ୍କ କାର୍ଯ୍ୟକାଳ ଶେଷ ହେବାର ଅର୍ଥ ହେଉଛି, ଗାଙ୍ଗୁଲିଙ୍କ ଅଧ୍ୟକ୍ଷତା ବିଶିଷ୍ଟ ବିସିସିଆଇ ପୁରୁଣା ସମ୍ବିଧାନ ଅନୁଯାୟୀ ଚାଲୁଛି, ଯେଉଁଥିରେ ଚୟନକମିଟିର ସର୍ବାଧିକ କାର୍ଯ୍ୟକାଳ ୪ ବର୍ଷ ଥିଲା। ସଂଶୋଧିତ ସମ୍ବିଧାନରେ ସର୍ବାଧିକ ପାଞ୍ଚବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାଳର ବ୍ୟବସ୍ଥା ରହିଛି।

ପ୍ରସାଦ ଓ ଗଗତ ଖୋଡ଼ାଙ୍କୁ ୨୦୧୫ରେ ନିଯୁକ୍ତ କରାଯାଇଥିଲା। ସେହିପରି ଯତୀନ ପରାଞ୍ଜପେ, ସରନଦୀପ ସିଂହ ଓ ଦେବାଙ୍ଗ ଗାନ୍ଧି ୨୦୧୬ରେ ଚୟନ କମିଟିରେ ଯୋଗ ଦେଇଥିଲେ, କିନ୍ତୁ ବିସିସିଆଇ ମୁଖ୍ୟ ସ୍ପଷ୍ଟ କରିଥିଲେ କମିଟିର କୌଣସି ସଦସ୍ୟ ରହିବେ ନିଜ ପଦବୀ କାଏମ ରଖିବେ ନାହିଁ। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି, "ଚୟନ କମିଟିର କାର୍ଯ୍ୟକାଳ ଏବେ ଶେଷ ହୋଇଛି। ଜଣେ ନିଜ ନିର୍ଦ୍ଧାରିତ କାର୍ଯ୍ୟକାଳଠାରୁ ଅଧିକ ସମୟ ଧରି ପଦବୀରେ ରହିପାରିବେ ନାହିଁ। ସେମାନେ (ଚୟନ କମିଟି) ଭଲ କାମ କରିଛନ୍ତି। ଆମେ ଚୟନକର୍ତ୍ତାଙ୍କ କାର୍ଯ୍ୟକାଳ ନିର୍ଦ୍ଧାରଣ କରିବୁ। ପ୍ରତିବର୍ଷ ଚୟନକର୍ତ୍ତା ନିଯୁକ୍ତି କରିବା ଠିକ୍ ନୁହେଁ।"

ସୂଚନାଯୋଗ୍ୟ, ପାଞ୍ଚ ସଦସ୍ୟ ବିଶିଷ୍ଟ ଚୟନକମିଟି ପ୍ୟାନେଲର କାର୍ଯ୍ୟକାଳରେ ଭାରତୀୟ ଟିମ୍ ଅନେକ ସଫଳତା ହାସଲ କରିଛି, କିନ୍ତୁ ଅନ୍ତର୍ଜାତୀୟ ସ୍ତରରେ କମ୍ ଅଭିଜ୍ଞତା କାରଣରୁ ସେମାନଙ୍କୁ ଲଗାତାର ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos