ଭାଇରାଲ୍ ହେଉଛି ସାନିଆଙ୍କ ଏହି ଫଟୋ

ନୂଆଦିଲ୍ଲୀ: ଭାରତୀୟ ଟେନିସ୍ କୁଇନ୍ ସାନିଆ ମର୍ଜା ଏ ଭିତରେ ମା’ ହୋଇସାରିଥିବା କଥା ତ ଆପଣମାନେ ଜାଣିଥିବେ। ଅକ୍ଟୋବର ୩୦ ତାରିଖ ସକାଳେ ଟ୍ୱିଟ୍ କରି ତାଙ୍କ ସ୍ୱାମୀ ତଥା ପାକିସ୍ତାନୀ କ୍ରିକେଟର୍ ଶୋଏବ ମଲିକ ଏହି ସୂଚନା ଦେଇଥିଲେ। ସେହିଦିନ ହିଁ ସାନିଆଙ୍କ ପୁଅ ଜନ୍ମ ହୋଇଥିଲେ। ସାନିଆ ଓ ଶୋଏବ ପୁଅର ନାଁ ଇଜାନ୍ ମିର୍ଜା ମଲିକ ରଖିଛନ୍ତି।

ଏବେ ସାନିଆଙ୍କ କିଛି ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। କାରଣ ଏହି ଫଟୋରେ ସାନିଆ ତାଙ୍କ ପୁଅ ସହିତ ଅଛନ୍ତି। ସେ ପୁଅକୁ ଧରି ଚାଲୁଛନ୍ତି। ଫଟୋଗୁଡ଼ିକ ଡାକ୍ତରଖାନାରେ ଉଠାଯାଇଛି। ସେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରୁଥିବା ବେଳେ ଏହି ଫଟୋ ଉଠାଯାଇଛି।

sania1ଶୋଏବ ଏକ ଟ୍ୱିଟ୍‌ରେ ଲେଖିଥିଲେ ଯେ ସାନିଆ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଖେଳିବାକୁ ଯୋଜନା କରୁଛନ୍ତି।

ସୂଚନାଯୋଗ୍ୟ, ୨୦୦୯ରେ ପିଲା ଦିନର ବନ୍ଧୁ ସୋହରାବ ମିର୍ଜାଙ୍କ ସହିତ ସାନିଆଙ୍କ ନିର୍ବନ୍ଧ ହୋଇଥିଲା। ତେବେ ବାହାଘର ହୋଇପାରିଲା ନାହିଁ। ୨୦୧୦ରେ ସେ ଶୋଏବ ମଲିକଙ୍କୁ ବାହା ହୋଇଥିଲେ। ଚଳିତ ବର୍ଷ ଏପ୍ରିଲ ୨୩ ତାରିଖରେ ସାନିଆ ଗର୍ଭବତୀ ଥିବା ନେଇ ଟ୍ୱିଟ୍ କରିଥିଲେ।

ଆହୁରି ପଢ଼ନ୍ତୁ- ଶୋଏବ ଓ ସାନିଆଙ୍କ ପୁତ୍ର ସନ୍ତାନଙ୍କୁ ମିଳିବନି ପାକିସ୍ତାନ ନାଗରିକତ୍ୱ!