ଏପ୍ରିଲ୍ ୧୩: ପାକିସ୍ତାନକୁ ଧୂଳି ଚଟାଇ ଇତିହାସ ରଚିଥିଲା ଭାରତ

ନୂଆଦିଲ୍ଲୀ: ଏପ୍ରିଲ୍‌, ୧୩ ତାରିଖ ଭାରତୀୟ କ୍ରିକେଟ୍ ଇତିହାସ ପାଇଁ ସବୁଠାରୁ ସ୍ମରଣୀୟ ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜକୁ ଠିକ୍ ୩୬ ବର୍ଷ ପୂର୍ବେ ଅର୍ଥାତ୍ ଏପ୍ରିଲ୍ ୧୩, ୧୯୮୪ରେ ସୁନୀଲ ଗାଭାସ୍କରଙ୍କ ନେତୃତ୍ୱରେ ଭାରତ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ପ୍ରଥମଥର ଏସିଆ କପ୍ ଜିତିଥିଲା, ଯେଉଁଥିରେ ପ୍ରମୁଖ ଭୂମିକା ବହନ କରିଥିଲେ ୱିକେଟକିପର ସୁରିନ୍ଦର ଖାନ୍ନା। ଭାରତ ଏହି ଟୁର୍ଣ୍ଣାମେଣ୍ଟର ବର୍ଷକ ପୂର୍ବେ ଅର୍ଥାତ୍ ୧୯୮୩ରେ କପିଲ୍ ଦେବଙ୍କ ନେତୃତ୍ୱରେ ବିଶ୍ୱ ଚାମ୍ପିୟନ୍ […]

india-1984

india-1984

Ranjit Kumar Jena
  • Published: Monday, 13 April 2020
  • Updated: 13 April 2020, 04:40 PM IST

Sports

Latest News

ନୂଆଦିଲ୍ଲୀ: ଏପ୍ରିଲ୍‌, ୧୩ ତାରିଖ ଭାରତୀୟ କ୍ରିକେଟ୍ ଇତିହାସ ପାଇଁ ସବୁଠାରୁ ସ୍ମରଣୀୟ ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜକୁ ଠିକ୍ ୩୬ ବର୍ଷ ପୂର୍ବେ ଅର୍ଥାତ୍ ଏପ୍ରିଲ୍ ୧୩, ୧୯୮୪ରେ ସୁନୀଲ ଗାଭାସ୍କରଙ୍କ ନେତୃତ୍ୱରେ ଭାରତ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ପ୍ରଥମଥର ଏସିଆ କପ୍ ଜିତିଥିଲା, ଯେଉଁଥିରେ ପ୍ରମୁଖ ଭୂମିକା ବହନ କରିଥିଲେ ୱିକେଟକିପର ସୁରିନ୍ଦର ଖାନ୍ନା। ଭାରତ ଏହି ଟୁର୍ଣ୍ଣାମେଣ୍ଟର ବର୍ଷକ ପୂର୍ବେ ଅର୍ଥାତ୍ ୧୯୮୩ରେ କପିଲ୍ ଦେବଙ୍କ ନେତୃତ୍ୱରେ ବିଶ୍ୱ ଚାମ୍ପିୟନ୍ ହୋଇଥିଲା। ଆହତ କାରଣରୁ କପିଲ୍ ଦେବ ସେହି ସମୟରେ ଶାରଜାରେ ଥିଲେ ଏବଂ ଅସ୍ତ୍ରୋପଚାର ପାଇଁ ଇଂଲଣ୍ଡ ଗସ୍ତ କରିଥାନ୍ତେ।

ଏସିଆ କପର ପ୍ରଥମ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୧୦ ୱିକେଟରେ ହରାଇଥିଲା। ମଦନ ଲାଲ, ଚେତନ ଶର୍ମା ଏବଂ ମନୋଜ ପ୍ରଭାକରଙ୍କ ଦମଦାର ବୋଲିଂ ବଳରେ ଭାରତ ଶ୍ରୀଲଙ୍କାକୁ ୯୬ ରନରେ ଅଲଆଉଟ୍ କରିଥିଲା। ଏହା ପରେ ସୁରିନ୍ଦର ଖାନ୍ନା (୫୧*) ଓ ଗୁଲାମ ପାରକର (୩୨*)ଙ୍କ ଜବରଦସ୍ତ ବ୍ୟାଟିଂ ବଳରେ ବିନା ୱିକେଟ୍ ହରାଇ ଏହି ଲକ୍ଷ୍ୟକୁ ହାସଲ କରିନେଇଥିଲା।

ଫାଇନାଲରେ ଭାରତର ସାମ୍ନା ପାକିସ୍ତାନ ସହ ହୋଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ନିର୍ଦ୍ଧାରିତ ୪୬ ଓଭରରେ ୪ ୱିକେଟ୍ ହରାଇ ୧୮୮ ରନ୍ କରିଥିଲା। ଓପନିଂ ବ୍ୟାଟ୍ସମ୍ୟାନ୍ ସୁରିନ୍ଦର ଖାନ୍ନା ପୁଣିଥରେ ଦମଦାର ବ୍ୟାଟିଂ କରିଥିଲେ ଏବଂ ୭୨ ବଲରେ ୩ ଚୌକା ଓ ୨ ଛକା ସହ ୫୬ ରନର ଇନିଂସ୍ ଖେଳିଥିଲେ । ତାଙ୍କ ବ୍ୟତୀତ ସନ୍ଦୀପ ପାଟିଲ୍ ୪୩, କ୍ୟାପଟେନ୍ ଗାଭାସ୍କର ଅପରାଜିତ ୩୬ ରନ୍ କରିଥିଲେ। ଜବାବରେ ପାକିସ୍ତାନ ୩୯.୪ ଓଭରରେ ୧୩୪ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ବୋଲିଂରେ ଭାରତ ପକ୍ଷରୁ ରୋଜର ବିନ୍ନି ଓ ରବି ଶାସ୍ତ୍ରୀ ୩ଟି ଲେଖାଏ ୱିକେଟ୍ ନେଇଥିଲେ।

ଏହାର ବର୍ଷକ ପରେ ଅର୍ଥାତ୍ ୧୯୮୫ରେ ମେଲବର୍ଣ୍ଣରେ ବି ଗାଭାସ୍କରଙ୍କ ନେତୃତ୍ୱରେ ପାକିସ୍ତାନକୁ ୮ ୱିକେଟରେ ହରାଇ କ୍ରିକେଟ୍ ୱାର୍ଲ୍ଡ ଚାମ୍ପିୟନଶିପର ଟାଇଟଲ୍ ଜିତିଥିଲେ। ଯଦି ଆମେ ଏସିଆ କପ୍ କଥା କହିବା, ତାହେଲେ ଭାରତ ଏପର୍ଯ୍ୟନ୍ତ ରେକର୍ଡ ସାତଥର ଏହି ଟୁର୍ଣ୍ଣାମେଣ୍ଟ ଜିତିସାରିଛି। ଏହା ମଧ୍ୟରେ ଭାରତ ୨୦୧୬ରେ ଏହାକୁ ଟି-୨୦ ଟୁର୍ଣ୍ଣାମେଣ୍ଟ ଭାବେ ଆୟୋଜନ କରାଯାଇଥିଲା। ପରବର୍ତ୍ତୀ ଏସିଆ କପ୍ ସେପ୍ଟେମ୍ବରରେ ଖେଳାଯିବ। କିନ୍ତୁ କୋଭିଡ୍‌-୧୯ ମହାମାରୀ କାରଣରୁ ଏହା ଉପରେ ଅନିଶ୍ଚିତତା ଦେଖା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story