ଏପ୍ରିଲ୍‌, ୨: ଧୋନିଙ୍କ ଛକାରେ ଭାରତ ବିଶ୍ୱ ବିଜେତା

ନୂଆଦିଲ୍ଲୀ: ଆଜିର ଦିନ ଅର୍ଥାତ୍ ଏପ୍ରିଲ୍ ୨, ୨୦୧୧ ଦିନକୁ ହୁଏତ କୌଣସି ଭାରତୀୟ ପ୍ରଶଂସକ ଭୁଲିପାରିନଥିବେ। ଆଜକୁ ଠିକ୍ ୯ ବର୍ଷ ତଳେ ମହେନ୍ଦ୍ର ସିଂହ ଧୋନିଙ୍କ ଆକାଶଛୁଆଁ ଛକା ବଳରେ ଭାରତ ଦ୍ୱିତୀୟଥର ଲାଗି ବିଶ୍ୱକପ୍ କବଜା କରିଥିଲା। ୧୯୮୩ରେ କପିଲ୍ ଦେବଙ୍କ ନେତୃତ୍ୱରେ ଭାରତ ପ୍ରଥମଥର ଚାମ୍ପିୟନ୍ ହେବାର ଗୌରବ ହାସଲ କରିଥିଲା। ଅର୍ଥାତ୍ ୨୮ ବର୍ଷ ପରେ ଟିମ୍ ଇଣ୍ଡିଆ ପୁଣିଥରେ ଇତିହାସ ରଚିଥିଲା। ଏଥିସହ ଭାରତୀୟ ଟିମ୍ ୱେଷ୍ଟଇଣ୍ଡିଜ୍ ଓ […]

india

india

Ranjit Kumar Jena
  • Published: Thursday, 02 April 2020
  • Updated: 02 April 2020, 05:30 PM IST

Sports

Latest News

ନୂଆଦିଲ୍ଲୀ: ଆଜିର ଦିନ ଅର୍ଥାତ୍ ଏପ୍ରିଲ୍ ୨, ୨୦୧୧ ଦିନକୁ ହୁଏତ କୌଣସି ଭାରତୀୟ ପ୍ରଶଂସକ ଭୁଲିପାରିନଥିବେ। ଆଜକୁ ଠିକ୍ ୯ ବର୍ଷ ତଳେ ମହେନ୍ଦ୍ର ସିଂହ ଧୋନିଙ୍କ ଆକାଶଛୁଆଁ ଛକା ବଳରେ ଭାରତ ଦ୍ୱିତୀୟଥର ଲାଗି ବିଶ୍ୱକପ୍ କବଜା କରିଥିଲା। ୧୯୮୩ରେ କପିଲ୍ ଦେବଙ୍କ ନେତୃତ୍ୱରେ ଭାରତ ପ୍ରଥମଥର ଚାମ୍ପିୟନ୍ ହେବାର ଗୌରବ ହାସଲ କରିଥିଲା। ଅର୍ଥାତ୍ ୨୮ ବର୍ଷ ପରେ ଟିମ୍ ଇଣ୍ଡିଆ ପୁଣିଥରେ ଇତିହାସ ରଚିଥିଲା। ଏଥିସହ ଭାରତୀୟ ଟିମ୍ ୱେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ ପରେ ତୃତୀୟ ଟିମ୍ ଭାବେ ଦୁଇ କିମ୍ବା ତା'ଠାରୁ ଅଧିକଥର ଟାଇଟଲ୍ ଜିତିବାରେ ସଫଳ ହୋଇଥିଲା।

୨୦୧୧ ବିଶ୍ୱକପର ଫାଇନାଲ୍ ମୁକାବିଲା ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିଲା, ଯେଉଁଥିରେ ଭାରତ ପଡ଼ୋଶୀ ଦେଶ ଶ୍ରୀଲଙ୍କାକୁ ହରାଇ ୬ ୱିକେଟ୍ ହରାଇଥିଲା। ଏଥିସହ ଭାରତ ପ୍ରଥମ ଆୟୋଜକ ଟିମ୍ ଭାବେ ବିଶ୍ୱକପ୍ ଜିତିବାର ଗୌରବ ଅର୍ଜନ କରିଥିଲା। ଏହା ପୂର୍ବରୁ କୌଣସି ଟିମ୍ ନିଜ ମାଟିରେ ବିଶ୍ୱକପ୍ ଟ୍ରଫି ହାସଲ କରିପାରି ନଥିଲା। ଫାଇନାଲରେ ଭାରତ ପକ୍ଷରୁ ଗୌତମ ଗମ୍ଭୀର ସର୍ବାଧିକ ୯୭ ରନର ଇନିଂସ୍ ଖେଳିଥିଲେ। ସେହିପରି ଧୋନି ମଧ୍ୟ ୯୧ରନର ମ୍ୟାଚ୍ ବିଜୟୀ ପାଳି ଖେଳିଥିଲେ।

ମ୍ୟାଚରେ ଶ୍ରୀଲଙ୍କା କ୍ୟାପଟେନ୍ କୁମାର ସାଙ୍ଗାକାରା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମାହେଲା ଜୟବର୍ଦ୍ଧନେଙ୍କ ଅପରାଜିତ ଶତକ ବଳରେ ଭ୍ରମଣକାରୀ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୨୭୪ ରନ୍ କରିଥିଲା। ଜୟବର୍ଦ୍ଧନେ ସର୍ବାଧିକ ୧୦୩ (୮୮ ବଲ୍‌, ୧୩ ଚୌକା) ରନ୍ କରିଥିବା ବେଳେ ସାଙ୍ଗାକାରା ୪୮, ତିଳକରତ୍ନେ ଦିଲସାନ୍ ୩୩ ରନ୍ କରିଥିଲେ।

୨୭୫ରନର ଲକ୍ଷ୍ୟର ପିଛା କରୁଥିବା ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଇନଫର୍ମ ଓପ୍ନର ସଚିନ ତେନ୍ଦୁଲକର (୧୮) ଓ ବୀରେନ୍ଦ୍ର ସେହ୍ୱାଗ (୦) ଶସ୍ତାରେ ପ୍ୟାଭିଲିୟନ୍ ଫେରିଥିଲେ। ଗମ୍ଭୀର ଓ କୋହଲି ତୃତୀୟ ୱିକେଟ ପାଇଁ ୮୩ ରନର ପାର୍ଟନରଶିପ୍ କରିଥିଲେ। କୋହଲି ୩୫ ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ଗମ୍ଭୀର ଓ ଧୋନି ଦମଦାର ବ୍ୟାଟିଂ କରିଥିଲେ ଏବଂ ଚତୁର୍ଥ ୱିକେଟ୍ ପାଇଁ ଶତକୀୟ (୧୦୯ ରନ୍‌) ଭାଗିଦାରୀ କରି ଭାରତର ବିଜୟକୁ ସହଜ କରିଥିଲେ। ଗମ୍ଭୀର ଶତକ ଅଭିମୁଖେ ଅଗ୍ରସର ହେଉଥିବା ବେଳେ ତାଙ୍କୁ ଥିସାରା ପରେରା କ୍ଲିନ୍ ବୋଲ୍ଡ କରିଥିଲେ। ଏହା ଧୋନି ଓ ଯୁବରାଜ ସିଂହ ଅପରାଜିତ ରହି ଭାରତକୁ ୧୦ ବଲ୍ ବାକି ଥାଇ ବିଜୟୀ କରାଇଥିଲେ।

ଧୋନି ନୁୱନ୍ କୁଲଶେକରାଙ୍କ ବଲରେ ମିଡଅନରେ ଆକର୍ଷଣୀୟ ଛକା ମାରି ଭାରତ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଥିଲେ। ଧୋନି ୭୯ ବଲରେ ୮ ଚୌକା ଓ ୨ ଛକା ସହ ୯୧ର ବିସ୍ଫୋରକ ଇନିଂସ୍ ଖେଳି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଯୁବରାଜ ୨୧ ରନ୍ କରି ଅପରାଜିତ ଥିଲେ। ପୂରା ଟୁର୍ଣ୍ଣାମେଣ୍ଟରେ ଯୁବରାଜ ଉଭୟ ବ୍ୟାଟ୍ ଓ ବଲରେ କମାଲ୍ କରିଥିଲେ। ସେ ୯ ମ୍ୟାଚରେ ୯୦.୫୦ ହାରରେ ୩୬୨ ରନ୍ କରିଥିଲେ, ଯେଉଁଥିରେ ଗୋଟିଏ ଶତକ ଓ ୪ଟି ଅର୍ଦ୍ଧଶତକ ସାମିଲ୍ ଥିଲା। ସେହିପରି ଯୁବି ୨୫.୧୩ ହାରରେ ୧୫ ୱିକେଟ୍ ଅକ୍ତିଆର କରିଥିଲେ। ଅଲରାଉଣ୍ଡର ପ୍ରଦର୍ଶନ ଯୋଗୁ ତାଙ୍କୁ ପ୍ଲେୟର୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ କରାଯାଇଥିଲା।

ସଚିନଙ୍କୁ ମିଳିଥିଲା ସ୍ୱତନ୍ତ୍ର ସମ୍ମାନ: ୨୮ ବର୍ଷ ପରେ ଦିନିକିଆରେ ବିଶ୍ୱ ଚାମ୍ପିଅନ୍ ହେବା ନେଇ ଭାରତୀୟ ପ୍ରଶଂସକ ଖୁସିରେ ଆତ୍ମହରା ହୋଇଯାଇଥିଲେ। ଏଥିସହ ସଚିନ ତେନ୍ଦୁଲକରଙ୍କ ବିଶ୍ୱ ବିଜେତା ହେବାର ସ୍ୱପ୍ନ ମଧ୍ୟ ପୂରଣ ହୋଇଥିଲା। ଟିମର ସବୁ ସଦସ୍ୟ ମାଷ୍ଟର ବ୍ଲାଷ୍ଟର ସଚିନଙ୍କୁ କାନ୍ଧରେ ବସାଇ ପୂରା ଷ୍ଟାଡିୟମ ପରିକ୍ରମା କରାଇଥିଲେ। କ୍ରିକେଟ ଟିମ୍ ସହ ଖେଳପ୍ରେମୀଙ୍କ ଆଖିରେ ମଧ୍ୟ ସେହିଦିନ ଖୁସିର ଲୁହ ଦେଖିବାକୁ ମିଳିଥିଲା। ସଚିନଙ୍କୁ ସମ୍ମାନ ଜଣାଇ ଯେତେବେଳେ ଟିମ୍ ତାଙ୍କୁ କାନ୍ଧରେ ବସାଇ ପୂରା ଷ୍ଟାଡିୟମ ପରିକ୍ରମା କରିଥିଲା, ତାହା ସବୁଠାରୁ ରୋମାଞ୍ଚକର ମୁହୂର୍ତ୍ତ ଥିଲା। ୧୯୮୯ରେ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିବା ସଚିନ୍ ୨୦୧୧ ପୂର୍ବରୁ ୫ଟି ବିଶ୍ୱକପ୍ ଖେଳିସାରିଥିଲେ, କିନ୍ତୁ ପ୍ରତିଥର ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। କିନ୍ତୁ ନିଜର ବିଦାୟୀ ବିଶ୍ୱକପରେ ସଚିନଙ୍କ ସ୍ୱପ୍ନ ସାକାର ହୋଇଥିଲା। ମ୍ୟାଚ୍ ଜିତିବା ପରେ ସଚିନ ସବୁ ଖେଳାଳିଙ୍କୁ ବଧେଇ ଜଣାଇଥିଲେ ଏବଂ ନିଜେ ଖୁବ୍ କାନ୍ଦିଥିଲେ। ସ୍ୱପ୍ନ ପୂରଣ ହୋଇଥିବାରୁ ସଚିନ ଧୋନି ଓ ଯୁବରାଜଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ବିଶ୍ୱକପରେ ମଧ୍ୟ ସଚିନ୍ ବ୍ୟାଟ୍ ଖୁବ୍ ଚାଲିଥିଲା। ସଚିନ ୯ ମ୍ୟାଚରେ ୫୩.୫୫ ହାରରେ ୪୮୨ ରନ୍ କରିଥିଲେ, ଯେଉଁଥିରେ ୨ ଶତକ ଓ ୨ ଅର୍ଦ୍ଧଶତକ ସାମିଲ୍ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos