କରୋନା ମହାମାରୀକୁ ନେଇ ଶାସ୍ତ୍ରୀଙ୍କ ବଡ଼ ବୟାନ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଲୋକଙ୍କୁ କରୋନାଭାଇରସ୍ ବିରୋଧରେ ଚାଲିଥିବା ଲଢ଼େଇରେ ଏକଜୁଟ୍ ହେବା ପାଇଁ ଅପିଲ୍ କରିଛନ୍ତି। ଶାସ୍ତ୍ରୀ ଏହି ମହାମାରୀକୁ ନେଇ ସୋଶାଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ଲୋକଙ୍କୁ ଘରେ ରହିବା ପାଇଁ ଅନୁରୋଧ କରିବା ସହ ଧୈର୍ଯ୍ୟ ଧରିବାକୁ ଅନୁରୋଧ କରିଛନ୍ତି। ଏହି ଭିଡିଓ ପୋଷ୍ଟ କରି ସେ କ୍ୟାପସନରେ ଲେଖିଛନ୍ତି, ଘରେ ରୁହନ୍ତି, ସୁରକ୍ଷିତ ରୁହନ୍ତୁ। ଶାସ୍ତ୍ରୀ ଏହି ଭିଡିଓରେ କହିଛନ୍ତି, […]

shastri

shastri

Ranjit Kumar Jena
  • Published: Wednesday, 15 April 2020
  • Updated: 15 April 2020, 08:08 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଲୋକଙ୍କୁ କରୋନାଭାଇରସ୍ ବିରୋଧରେ ଚାଲିଥିବା ଲଢ଼େଇରେ ଏକଜୁଟ୍ ହେବା ପାଇଁ ଅପିଲ୍ କରିଛନ୍ତି। ଶାସ୍ତ୍ରୀ ଏହି ମହାମାରୀକୁ ନେଇ ସୋଶାଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ଲୋକଙ୍କୁ ଘରେ ରହିବା ପାଇଁ ଅନୁରୋଧ କରିବା ସହ ଧୈର୍ଯ୍ୟ ଧରିବାକୁ ଅନୁରୋଧ କରିଛନ୍ତି। ଏହି ଭିଡିଓ ପୋଷ୍ଟ କରି ସେ କ୍ୟାପସନରେ ଲେଖିଛନ୍ତି, ଘରେ ରୁହନ୍ତି, ସୁରକ୍ଷିତ ରୁହନ୍ତୁ।

ଶାସ୍ତ୍ରୀ ଏହି ଭିଡିଓରେ କହିଛନ୍ତି, ଆଜି କୋଭିଡ୍‌-୧୯ ମହାମାରୀ ଆମକୁ ଏଭଳି ସ୍ଥିତିରେ ଛିଡ଼ା କରିଛି, ଯେଉଁଠାରେ ଆମେ ନିଜକୁ ଅସହାୟ ମନେ କରୁଛୁ। ଆମେ ଯେଉଁ ଚ୍ୟାଲେଞ୍ଜର ସାମ୍ନା କରୁଛୁ, ତାହା କୌଣସି ସାଧାରଣ ବିଶ୍ୱକପ୍ ନୁହେଁ, ବରଂ ଏହା ସବୁ ବିଶ୍ୱକପ୍ ଠାରୁ ବଡ଼। ଶାସ୍ତ୍ରୀ ଏହି ମହାମାରୀକୁ ମଦର୍ ଅଫ୍ ଅଲ୍ ୱାର୍ଲ୍ଡ କପ୍ କହିଛନ୍ତି। ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ଶାସ୍ତ୍ରୀ କରୋନା ବିରୋଧରେ ଲଢ଼େଇ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି।

ଶାସ୍ତ୍ରୀ ଆହୁରି କହିଛନ୍ତି, "ଆଜି କରୋନା ଆମକୁ ବହୁ ପଛକୁ ଠେଲି ଦେଇଛି। ଯେପରି ଆମେ କୌଣସି ବିଶ୍ୱକପ୍ ଜିତିବାକୁ ପ୍ରୟାସ କରୁ, କରୋନାଭାଇରସର ସାମ୍ନା ଆମେ ମଧ୍ୟ ଠିକ୍ ସେହିପରି କରୁଛୁ। ଏହି ବିଶ୍ୱକପ୍ ଜିତିବା ପାଇଁ ଆମକୁ ସବୁକିଛି ବାଜିରେ ଲଗାଇବାକୁ ପଡ଼ିଥାଏ। କିନ୍ତୁ ଆଜି ଆମ ସାମ୍ନାରେ କୌଣସି ବିଶ୍ୱକପ୍ ନୁହେଁ, ଏହା ତା'ଠାରୁ ବଡ଼। ଏହାର ସାମ୍ନା ୧୧ଜଣ ଖେଳାଳି ନୁହେଁ ବରଂ ୧୩୦ କୋଟି ଜନସାଧାରଣ କରୁଛନ୍ତି। ଆମେ ଏହି ଲଢ଼େଇ ବିରୋଧରେ ନିଶ୍ଚୟ ବିଜୟ ହାସଲ କରିପାରିବା। ଏଥିପାଇଁ ଆମକୁ କରୋନାଭାଇସର ବେସିକ୍ସକୁ ଦେଖିବାକୁ ପଡ଼ିବ। ଆମ ପାଖରେ ଏଭଳି ଜଣେ ପ୍ରଧାନମନ୍ତ୍ରୀ ଅଛନ୍ତି, ଯିଏ ଏହି ଯୁଦ୍ଧର ନେତୃତ୍ୱ ନେଉଛନ୍ତି। ଜନସାଧାରଣଙ୍କୁ ଫ୍ରଣ୍ଟଲାଇନ୍ କର୍ମଚାରୀଙ୍କ ସମ୍ମାନ କରିବା ଦରକାର, ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ଏଥିରେ ଲଢ଼ୁଛନ୍ତି।"

ଶାସ୍ତ୍ରୀ ଆହୁରି କହିଛନ୍ତି, "ଆମକୁ ସରକାରଙ୍କ ତରଫରୁ ମିଳୁଥିବା ନିର୍ଦ୍ଦେଶକୁ ମାନିବାକୁ ପଡ଼ିବ, ତେଣିକି ତାହା କେନ୍ଦ୍ର ସରକାର ହୁଅନ୍ତୁ କିମ୍ବା ରାଜ୍ୟ ସରକାର। ଲକଡାଉନକୁ ଏବେ ମେ' ୩ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ତେଣୁ ସମୟ ମଧ୍ୟରେ ସମସ୍ତେ ନିଜ ନିଜର ଘରେ ରହିବା ଦରକାର ଏବଂ ସାମାଜିକ ଦୂରତାର ପାଳନ କରିବା ଦରକାର। ହୁଏତ ଏହା ସହଜ ନୁହେଁ, କିନ୍ତୁ ଜିତିବା ପାଇଁ ସମସ୍ତଙ୍କୁ କଷ୍ଟ ସହିବାକୁ ପଡ଼ିବ। ତେଣୁ ଆସନ୍ତୁ ସମସ୍ତେ ଏକଜୁଟ୍ ହୋଇ ଏହି ମହାମାରୀକୁ ରୋକିବା।" ସୂଚନାଯୋଗ୍ୟ, ଭାରତରେ ଏପର୍ଯ୍ୟନ୍ତ ୧୦ହଜାରରୁ ଅଧିକ ଲୋକ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ବେଳେ ୩୫୦ରୁ ଅଧିକ ଲୋକେ ମୃତ୍ୟୁବରଣ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story