ଚାମ୍ପିୟନ୍ସ ଟ୍ରଫି ପାଇଁ ସବୁ ଦଳର ରଣକୌଶଳ ପ୍ରସ୍ତୁତ: ଜାଣନ୍ତୁ ପ୍ରତ୍ୟେକ୍‌ ଟିମ୍‌ର କେଉଁମାନେ ରହିବେ କି-ପ୍ଲେୟାର

ଆସନ୍ତା କାଲି ଠାରୁ ଆରମ୍ଭ ହେଉଛି ଆଇସିସି ମିନି ବିଶ୍ୱକପ ବା ଚାମ୍ପିୟନ୍ସ ଟ୍ରଫି । ଚାମ୍ପିୟନ୍ସ ଟ୍ରଫି ଯେତେ ପାଖେଇ ଆସୁଛି ଦର୍ଶକଙ୍କ ଉତ୍କଣ୍ଠା ବଢି ବଢି ଚାଲିଛି । କିଏ ଜିତିବ ଏହି ଟ୍ରଫି ? କାହା ନାଁରେ ହେବ ୨୦୧୭ ମିନି ବିଶ୍ୱକପ ? କେଉଁ ଖେଳାଳି ନିଜ ଦଳ ପାଇଁ ସାଜିବେ ହିରୋ ? ବିଶ୍ୱର ଶ୍ରେଷ୍ଠ ୮ଟି ଦଳର କେଉଁ ୮ଜଣ ଖେଳାଳିଙ୍କର ଉପରେ ରହିବ ନଜର ଆସନ୍ତୁ ଜାଣିବା। […]

ICC-Champions

ICC-Champions

Rakesh Mallick
  • Published: Wednesday, 31 May 2017
  • Updated: 31 May 2017, 11:27 PM IST

Sports

Latest News

ଆସନ୍ତା କାଲି ଠାରୁ ଆରମ୍ଭ ହେଉଛି ଆଇସିସି ମିନି ବିଶ୍ୱକପ ବା ଚାମ୍ପିୟନ୍ସ ଟ୍ରଫି । ଚାମ୍ପିୟନ୍ସ ଟ୍ରଫି ଯେତେ ପାଖେଇ ଆସୁଛି ଦର୍ଶକଙ୍କ ଉତ୍କଣ୍ଠା ବଢି ବଢି ଚାଲିଛି । କିଏ ଜିତିବ ଏହି ଟ୍ରଫି ? କାହା ନାଁରେ ହେବ ୨୦୧୭ ମିନି ବିଶ୍ୱକପ ? କେଉଁ ଖେଳାଳି ନିଜ ଦଳ ପାଇଁ ସାଜିବେ ହିରୋ ? ବିଶ୍ୱର ଶ୍ରେଷ୍ଠ ୮ଟି ଦଳର କେଉଁ ୮ଜଣ ଖେଳାଳିଙ୍କର ଉପରେ ରହିବ ନଜର ଆସନ୍ତୁ ଜାଣିବା।

ଭାରତ- ବିରାଟ କୋହଲି

ତୃତୀୟ ଥର ଏବଂ ଲଗାତାର ଭାବେ ଦ୍ୱୀତିୟ ଥର ଚାମ୍ପିୟନ୍ସ ଟ୍ରଫି ହାତେଇବାର ସୁଯୋଗକୁ ହାତ ଛଡା କରିବାକୁ ଚାହିଁବ ନାହିଁ ବିରାଟ ବାହିନୀ। ନିଜ ବ୍ୟାଟିଂ ଓ ଦୃଢ ନେତୃତ୍ୱ ପାଇଁ ଦଳକୁ ଚାମ୍ପିୟନ କରିବାର ଦମ୍ ରଖିଛନ୍ତି କପ୍ତାନ ବିରାଟ। ଯଦିଓ ଇଂଲଣ୍ଡ ମାଟିରେ ସେ ୧୪ ଟି ମ୍ୟାଚ୍‌ ଖେଳି ମାତ୍ର ୪୫୪ ରନ କରିଛନ୍ତି  କିନ୍ତୁ ବିଗତ ଦୁଇ ବର୍ଷର ଫର୍ମକୁ ଦେଖିଲେ ସେ ଯେ କୌଣସି ପରିବେଶରେ ରନ୍‌ ସ୍କୋର କରିପାରିବେ ଏଥିରେ ସନ୍ଦେହ ନାହିଁ। ନ୍ୟୁଜିଲାଣ୍ଡ ବିରୋଧରେ ପ୍ରଥମ ଅଭ୍ୟାସ ମ୍ୟାଚରେ ଅପରାଜିତ ଅର୍ଦ୍ଧଶତକ ହାସଲ କରି ସେ ଏହା ଦର୍ଶାଇଛନ୍ତି । ୨୦୧୬ କ୍ୟାଲେଣ୍ଡର ବର୍ଷରେ ବିରାଟ ୧୦ଟି ଦିନିକିଆ ମ୍ୟାଚ ଖେଳି ୯୨ ଆଭରେଜରେ ୭୩୯ ରନ କରିଥିଲେ। ଏ ବର୍ଷ ମାତ୍ର ୩ଟି ଦିନିକିଆ ଖେଳିଥିବା ବେଳେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହ ୬୨ ଆଭରେଜରେ ରନ କରି ନିଜେ ଶ୍ରେଷ୍ଠ ବ୍ୟାଟିଂ ଫର୍ମରେ ଥିବା ସୂଚନା ଦେଇଛନ୍ତି। ତାଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୬ ଟି ଟେଷ୍ଟରୁ ୧୬ଟିରେ ବିଜୟୀ ହେବା ସହ ଲଗାତାର ୬ଟି ଟେଷ୍ଟ ସିରିଜ ଜିତିବାର ରେକର୍ଡ ତାଙ୍କ ନାଁରେ ରହଛି। ଦିନିକିଆରେ ମଧ୍ୟ ୨୦ଟି ମ୍ୟାଚରୁ ତାଙ୍କ ନେତୃତ୍ୱରେ ଇଣ୍ଡିଆ ୧୬ ଟିରେ ବିଜୟୀ ହୋଇଛି ।

ଇଂଲଣ୍ଡ- ବେନ ଷ୍ଟୋକ୍ସ

ସାର୍ ଇଆନ୍ ବୋଥାମ୍, ଟୋନି ଗ୍ରୀଜ ଓ ଆଣ୍ଡ୍ରିୟୁ ଫ୍ଲିଣ୍ଟଫଙ୍କ ପରେ ଇଂଲଣ୍ଡ ଦଳରେ ଯଦି କେହି ନିଜର ଅଲରାଉଣ୍ଡର ଦକ୍ଷତା ବଳରେ ନିଜ ସ୍ଥାନ ପକ୍କା କରିଛନ୍ତି ସେ ହେଲେ ବେନ ଷ୍ଟୋକ୍ସ। ଘରୋଇ ମାଟିରେ ଆୟୋଜିତ ଚାମ୍ପିୟାନ୍ସ ଟ୍ରଫିରେ ଚମକ ଦେଖାଇବା ଅପେକ୍ଷାରେ ଅଛନ୍ତି ଷ୍ଟୋକ୍ସ। ଦକ୍ଷିଣ ଆଫ୍ରିକା ସହ ଦ୍ୱିତୀୟ ଦିନିକିଆରେ ୭୯ ବଲରୁ ୧୦୧(୬ ଛକା, ୧୨ ଚୌକା) ରନ ସଂଗ୍ରହ କରି ସେ ଏବେ ଫୁଲ ଫର୍ମରେ ଅଛନ୍ତି। କେବଳ ସେତିକି ନୁହେଁ ଆଇପିଏଲରେ ଗୋଟିଏ ଶତକ ସହ ୨୫୬ ରନ୍‌ ଏବଂ ୧୨ ଟି ୱିକେଟ ହାସଲ କରିଛନ୍ତି। ଘରୋଇ ସିମିଂ କଣ୍ଡିସନରେ ପେସ ବୋଲିଂ ସହ ତଳ ଅଡର୍ରରେ ଲଢୁଆ ବ୍ୟାଟିଂ ଚାମ୍ପିୟାନ୍ସ ଟ୍ରଫି ଜିତିବାରେ ଇଂଲଣ୍ଡକୁ ଆଗରେ ରଖିବ

ଅଷ୍ଟ୍ରେଲିଆ- ଡେଭିଡ ୱାର୍ଣ୍ଣର

ନିଜ ଦଳଗତ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ଚଳିତ ବର୍ଷ ଚାମ୍ପିୟନ୍ସ ଟ୍ରଫିର ଚାମ୍ପିୟାନ ଦୌଡ଼ରେ ରହିଛି।  ଅଧିନାୟକ ସ୍ମିଥ, ଆରୋନ ଫିଞ୍ଚ, କ୍ରିସ ଲିନ, ମାକ୍ସେୱେଲ୍ ପରି ବ୍ୟଚ୍ସମ୍ୟାନ ଅଛନ୍ତି ଏହି ଦଳରେ। କିନ୍ତୁ ନଜରରେ ରହିବେ ଦୁର୍ଦ୍ଦଷ ଓ  ମାରାତ୍ମକ ବ୍ୟାଟ୍ସମ୍ୟାନ୍‌ ଡେଭିଡ ୱାର୍ଣ୍ଣର। କୌଣସି ଦଳର ବୋଲରଙ୍କ  ଲାଇନ ଲେନ୍‌ଥକୁ ବିଗାଡିବାର କ୍ଷମତା ସେ ରଖିଛନ୍ତି। ୱାର୍ଣ୍ଣର ଆଇପିଏଲ୍‌ ୧୦ମ ସଂସ୍କରଣ ଓ ୨୦୧୬ ମସିହା ଦିନିକିଆ କ୍ରିକେଟ୍‌ରେ ସର୍ବାଧିକ ରନ୍‌ ସ୍କୋର କରିଥିଲେ।  ଏହି ବାମହାତୀ ବ୍ୟାଟସ୍ମ୍ୟାନ୍ ଚଳିତ ବର୍ଷ ୫ଟି ମ୍ୟାଚରୁ ୨ଟି ଶତକ ସହ ୩୬୭ ରନ କରିଛନ୍ତି।

ଦକ୍ଷିଣ ଆଫ୍ରିକା- କ୍ୱାଣ୍ଟିନ୍ ଡି କକ୍

ଯୁବ ବ୍ୟାଟ୍ସମ୍ୟାନ ଭାବେ ପ୍ରଶଂସକଙ୍କୁ ନିଜ ବ୍ୟାଟିଂ ଦ୍ୱାରା ଯଦି କିଏ ଅଧିକ ପ୍ରଭାବିତ କରିଥାଏ, ସେ ହେଉଛନ୍ତି ଦକ୍ଷିଣ ଆଫ୍ରିକୀୟ ଖେଳାଳି କ୍ୱାଣ୍ଟିନ୍ ଡି କକ୍। ଲଗାତାର ୩ଟି ଶତକ ହାସଲ କରି ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଡେଭିଲର୍ସ, ଆମ୍‌ଲା, ମିଲର୍‌ ଓ ଡ୍ୟୁମୁନି ପରି ଖେଳାଳି ଥିବାବେଳେ ଡି କକ୍‌ ପ୍ରାରମ୍ଭିକ ବ୍ୟାଟିଂ ଦକ୍ଷିଣ ଆଫ୍ରିକାକୁ ଆଗରେ ରଖିବ। ଡି କକ୍ ଦଳର ସ୍ଥିତି ଅନୁସାରେ ଖେଳି ପାରନ୍ତି।  ୨୦୧୭ ମସିହାରେ ୧୩ ଟି ମ୍ୟାଚରୁ ଗୋଟିଏ ଶତକ ଓ ୫ ଟି ଅର୍ଦ୍ଧଶତକ ସହ ସେ ୫୪୬ ରନ କରିଛନ୍ତି।

ପାକିସ୍ତାନ- ବାବର୍ ଆଜମ୍

ନାନା ବାଦ ବିବାଦ ସହ ଜଡତି ରହୁଥିବା ପାକିସ୍ତାନ ସବୁକୁ ଭୁଲି ପ୍ରଥମ ଥର ଚାମ୍ପିୟାନ୍ସ ଟ୍ରଫି ଜିତିବା ଲକ୍ଷ୍ୟରେ ଇଂଲଣ୍ଡରେ ପହଞ୍ଚିଛି।  ମିଆଁଦାଦ୍‌, ଇଞ୍ଜିମାମ, ୟୁନୁସ ଖାଁ ପରି ବ୍ୟାଟସମ୍ୟାନକୁ ଜନ୍ମ ଦେଇଥିବା ପାକସ୍ତାନ ଦୀର୍ଘ ଦିନ ଧରି ଭଲ ବ୍ୟାଟ୍ସମ୍ୟାନ ସନ୍ଧାନରେ ଥିଲା। ବହୁ ଦିନ ପରେ ବାବର୍ ଆଜମଙ୍କ ଭଳି ଜଣେ ପ୍ରତିଭାଶାଳୀ ବ୍ୟାଟ୍ସମ୍ୟାନ ପାକିସ୍ତାନ ଦଳରେ ବ୍ୟାଟିଂର ନେତୃତ୍ୱ ନେବେ। ତାଙ୍କ ବ୍ୟାଟିଂ ଦକ୍ଷତା ବଳରେ ପାକିସ୍ତାନ ଚାମ୍ପିୟାନ୍ସ ଟ୍ରଫି ହାତେଇବା ଲକ୍ଷ ରଖିଛି। ଚଳିତ ବର୍ଷ ସେ ୮ ଟି ମ୍ୟାଚରୁ ୨ଟି ଶତକ ସହ ୪୩୬ ରନ୍‌ ସଂଗ୍ରହ କରିଛନ୍ତି।

ନ୍ୟୁଜିଲାଣ୍ଡ- କେନ ୱିଲିୟମସନ୍‌

୨୦୦୦ ମସିହା ଆଇସିସି ନକ୍ ଆଉଟ ଟ୍ରଫିର ବିଜେତା ନ୍ୟୁଜିଲାଣ୍ଡ, ୧୭ ବର୍ଷ ପରେ ମିନି ବିଶ୍ୱକପ ଜିତିବା ଲକ୍ଷ୍ୟରେ ଇଂଲଣ୍ଡରେ ପହଞ୍ଚିଛି। ୨୦୧୫ ମସିହା ବିଶ୍ୱକପର ଉପ ବିଜେତା ଦଳର ଅଧିନାୟକ କେନ ୱିଲିୟମସନ୍‌ ମୁଖ୍ୟ ଅସ୍ତ୍ର। ନିଜର ବ୍ୟାଟିଂ ଦକ୍ଷତା ବଳରେ ସଂପ୍ରତି କ୍ରିକେଟ୍‌ ଜଗତରେ ସେ ବେଶ ଲୋକପ୍ରିୟ। ଟେଷ୍ଟ ଓ ଟି-୨୦ରେ ୫୦ରୁ ଅଧିକ ଆଭରେଜ୍‌ ଏବଂ ଦିନିକିଆରେ ୪୬ ହାରରେ ରନ ସଂଗ୍ରହ କରି ଦଳ ପାଇଁ ଆଣିଦେଇଛନ୍ତି ଅନେକ ସଫଳତା। ନେତୃତ୍ୱ ନେବାର ଦକ୍ଷତା ଓ କୁଶଳୀ ବ୍ୟାଟିଂ ଜରିଆରେ କିୱି ଦଳକୁ ମିନି ବିଶ୍ୱକପ ଜିତାଇବାର ଦମ୍ ରଖିଛନ୍ତି ସେ। ଚଳିତ ବର୍ଷ ସେ ୭ ଟି ମ୍ୟାଚରୁ ୨ଟି ଅର୍ଦ୍ଧଶତକ ସହ ୨୪୧ ରନ କରିଛନ୍ତି।

ବାଂଲାଦେଶ- ମୁସ୍ତାଫିଜୁର ରେହମାନ୍‌

ଚାମ୍ପିୟନ୍ସ ଟ୍ରଫିରେ ବାଂଲାଦେଶ ଦଳ ଅଭିଜ୍ଞ ଓ  ଯୁବ ଖେଳାଳିଙ୍କୁ ନେଇ ବେଶ ସନ୍ତୁଳିତ ମନେ ହେଉଛି।  ଦଳରେ ୭ ନମ୍ବର ପର୍ଯ୍ୟନ୍ତ ବ୍ୟାଟ୍ସ୍‌ମ୍ୟାନ ଥିବାବେଳେ ବୋଲିଂରେ ମଧ୍ୟ ଦଳର ସ୍ଥିତି ଭଲ ଅଛି। ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଶ୍ରୀଲଙ୍କାକୁ ଟେଷ୍ଟରେ ହରାଇ ବାଂଲାଦେଶ ନିଜକୁ ପ୍ରମାଣିତ କରି ସାରିଛି। ତେବେ ଇଂଲଣ୍ଡର ସିମିଂ କଣ୍ଡିସନରେ ସମସ୍ତଙ୍କୁ ଭାରି ପଡିପାରନ୍ତି ମୁସ୍ତାଫିଜୁର ରେହମାନ। ମାତ୍ର ୧୮ଟି ମ୍ୟାଚରୁ ୪୩ଟି ୱିକେଟ୍‌ ହାସଲ କରିଥିବା ରେହମାନଙ୍କ ୟର୍କର୍ ବ୍ୟାଟ୍ସମ୍ୟାନ୍‌ଙ୍କୁ ଅସୁବିଧାରେ ପକାଇବ।

ଶ୍ରୀଲଙ୍କା- କୁଶଲ ମେଣ୍ଡିସ

ଚାମ୍ପିୟନ୍ସ ଟ୍ରଫିକୁ ହାତେଇବା ପାଇଁ ଶ୍ରୀଲଙ୍କା ମଧ୍ୟ ଏଥର ନୂତନ ରଣକୌଶଳ ସହ ପଡିଆକୁ ଓହ୍ଲାଇବ। ଦିନ ଥିଲା ସନତ ଜୟସୂଯର୍ୟା, ଅରବିନ୍ଦ ଡି ସିଲଭା, ମାର୍ଭନ୍ ଆଟାପଟ୍ଟୁ, କୁମାର ସାଙ୍ଗାକାରା, ମହିଲା ଜୟବର୍ଦ୍ଧନେଙ୍କୁ ନେଇ ବ୍ୟାଟିଂର ଦୁର୍ଗ ପାଲଟିଥିଲା ଶ୍ରୀଲଙ୍କା। ଯଦିଓ ଆଜି ଶ୍ରୀଲଙ୍କା ଦଳରେ ସେମାନଙ୍କ ଭଳି ଅଭିଜ୍ଞ ଖେଳାଳି ନାହାନ୍ତି ତଥାପି ଶ୍ରୀଲଙ୍କାକୁ ହେୟ ମନେ କରିବା ଉଚିତ୍‌ ନିହେଁ। ସ୍କୁଲ କ୍ରିକେଟରୁ ଚର୍ଚ୍ଚିତ ଥିବା କୁଶଲ ମେଣ୍ଡିସ ବର୍ତ୍ତମାନ ଶ୍ରୀଲଙ୍କା ବ୍ୟାଟିଂର ନେତୃତ୍ୱ ନେଉଛନ୍ତି। ୨୨ ବର୍ଷିୟ ଯୁବ ୱିକେଟ୍‌ କିପର କୁଶଲ ଦଳର ମିଡିଲ ଅର୍ଡର ସମ୍ଭାଳିବେ। ଚଳିତ ବର୍ଷ ୮ ଟି ଦନିକିଆରୁ ଗୋଟିଏ ଶତକ ଓ ୨ଟି ଅର୍ଦ୍ଧଶତକ ସହ ସେ ୨୭୬ ରନ କରିଛନ୍ତି । ତାଙ୍କ ନେତୃତ୍ୱରେ ଶ୍ରୀଲଙ୍କାର ବ୍ୟାଟିଂ ବିହିନୀ ପଡିଆକୁ ଓହ୍ଲାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story