ଅଲିମ୍ପିକ୍ସ ସ୍ଥଗିତ ହେବା ନେଇ ଭାରତୀୟ ଜିମ୍ନାଷ୍ଟ ଖୁସ୍‌

ନୂଆଦିଲ୍ଲୀ: ଚଳିତ ବର୍ଷ ଟୋକିଓ ଅଲିମ୍ପିକ୍ସକୁ ବର୍ଷକ ପାଇଁ ସ୍ଥଗିତ କରାଯାଇଛି। ତେବେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି)ର ଏହି ନିଷ୍ପତ୍ତିକୁ ସବୁ ବର୍ଗରେ ସ୍ୱାଗତ କରାଯାଇଛି। କିନ୍ତୁ ଭାରତର ଷ୍ଟାର୍ ଜିମ୍ନାଷ୍ଟ ଦୀପା କର୍ମକାରଙ୍କ ପାଇଁ ଏହି ନିଷ୍ପତ୍ତି ଭଗବାନଙ୍କ ଆଶୀର୍ବାଦ ସ୍ୱରୂପ ହୋଇଛି। ବର୍ତ୍ତମାନ ଦୀପା ଆହତ ସମସ୍ୟାରେ ରହିଛନ୍ତି। ତେଣୁ ଅଲିମ୍ପିକ୍ସ ବର୍ଷେ ଘୁଞ୍ଚିବା ଦ୍ୱାରା ଦୀପାଙ୍କୁ ଆସନ୍ତାବର୍ଷ ଏହି ମହାକୁମ୍ଭକୁ କ୍ୱାଲିଫାଏ କରିବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ। ଦୀପା ଆହତ […]

dipa

dipa

Ranjit Kumar Jena
  • Published: Monday, 30 March 2020
  • Updated: 30 March 2020, 05:14 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ବର୍ଷ ଟୋକିଓ ଅଲିମ୍ପିକ୍ସକୁ ବର୍ଷକ ପାଇଁ ସ୍ଥଗିତ କରାଯାଇଛି। ତେବେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି)ର ଏହି ନିଷ୍ପତ୍ତିକୁ ସବୁ ବର୍ଗରେ ସ୍ୱାଗତ କରାଯାଇଛି। କିନ୍ତୁ ଭାରତର ଷ୍ଟାର୍ ଜିମ୍ନାଷ୍ଟ ଦୀପା କର୍ମକାରଙ୍କ ପାଇଁ ଏହି ନିଷ୍ପତ୍ତି ଭଗବାନଙ୍କ ଆଶୀର୍ବାଦ ସ୍ୱରୂପ ହୋଇଛି। ବର୍ତ୍ତମାନ ଦୀପା ଆହତ ସମସ୍ୟାରେ ରହିଛନ୍ତି। ତେଣୁ ଅଲିମ୍ପିକ୍ସ ବର୍ଷେ ଘୁଞ୍ଚିବା ଦ୍ୱାରା ଦୀପାଙ୍କୁ ଆସନ୍ତାବର୍ଷ ଏହି ମହାକୁମ୍ଭକୁ କ୍ୱାଲିଫାଏ କରିବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ।

ଦୀପା ଆହତ ଯୋଗୁ ଅଲିମ୍ପିକ୍ କଟ୍ ହାସଲ କରିବାରୁ ବଞ୍ଚିତ ହୋଇଥିଲେ। ୨୦୧୬ ରିଓ ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନରେ ରହିଥିବା ଦୀପା ୨୦୧୭ରେ ନିଜ ଆଣ୍ଠୁର ସର୍ଜରୀ କରାଇଥିଲେ ଏବଂ ୨୦୧୮ରେ ସେ କିଛି ଦିନ ପାଇଁ ଫିଟ୍ ହୋଇଥିଲେ। କିନ୍ତୁ ବାକୁରେ ହେବାକୁଥିବା ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ବିଶ୍ୱକପ୍ ବେଳେ ଏହି ଆଘାତ ପୁଣିଥରେ ଆରମ୍ଭ ହୋଇଯାଇଥିଲା। ଯାହା ଫଳରେ ସେ ଦୋହା ବିଶ୍ୱକପରୁ ହଟିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ୨୦୧୯, ଅକ୍ଟୋବରରେ ୱାର୍ଲ୍ଡ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ୍ ପାଇଁ ନିଜକୁ ଫିଟ୍ କରାଇପାରି ନଥିଲେ।

ଏବେ ଅଲିମ୍ପିକ୍ସ ବର୍ଷେ ଘୁଞ୍ଚିଥିବାରୁ ଦୀପା ଖୁସି ହୋଇଛନ୍ତି। ସେ କହିଛନ୍ତି, ୮ଟି ବିଶ୍ୱକପ୍ ଥିଲା, କିନ୍ତୁ ଏବେ କେବଳ ଦୁଇଟି ବାକି ଅଛି, ଯାହାକୁ ମାର୍ଚ୍ଚ ମାସରେ ଆୟୋଜନ କରାଯିବା ପାଇଁ ଧାର୍ଯ୍ୟ ହୋଇଥିଲା। କିନ୍ତୁ କରୋନାଭାଇରସ୍ ଯୋଗୁ ଏବେ ଏହାକୁ ଜୁନ୍ ମାସ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି। ବର୍ତ୍ତମାନ ପରିସ୍ଥିତିକୁ ଦେଖିଲେ ଲାଗୁଛି ଯେ ବୋଧ ହୁଏ ଏହା (ବିଶ୍ୱକପ୍‌) ଆସନ୍ତାବର୍ଷ ଆୟୋଜିତ ହେବ। ଯଦି ଆସନ୍ତାବର୍ଷ ଆୟୋଜିତ ହୁଏ, ତାହେଲେ ମୋତେ ଆହତରୁ ମୁକୁଳିବାକୁ ଆହୁରି ଅଧିକ ସମୟ ମିଳିବ ଏବଂ ଅଭ୍ୟାସ ପାଇଁ ମଧ୍ୟ ଢ଼େର ସମୟ ମିଳିବ।

କୋଭିଡ୍‌-୧୯ କାରଣରୁ ଗତ ସପ୍ତାହରେ ଅଲିମ୍ପିକ୍ସ କ୍ରୀଡ଼ାକୁ ସ୍ଥଗିତ କରାଯାଇଥିଲା। ଦୀପା କହିଛନ୍ତି, ଫର୍ମକୁ ଫେରିବା ପାଇଁ ମୁଁ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବି ଏବଂ ଆଶା କରୁଛି ଯେ ଭଲ ପ୍ରଦର୍ଶନ ପାଇଁ ଅଲିମ୍ପିକ୍ସକୁ କ୍ୱାଲିଫାଏ କରିବି। କିନ୍ତୁ ବର୍ତ୍ତମାନ ସମସ୍ତଙ୍କ ପାଇଁ ସମୟ ମୂଲ୍ୟବାନ୍ ଏବଂ ଏଭଳି ସମୟରେ କରୋନାକୁ ହରାଇବା ଆମ ସମସ୍ତଙ୍କର ମୁଖ୍ୟ ପ୍ରାଥମିକତା ହେବା ଦରକାର।

ଦୀପାଙ୍କ କୋଚ୍ ବିଶ୍ୱେଶ୍ୱର ନନ୍ଦି କହିଛନ୍ତି, ଅଲିମ୍ପିକ୍ସ ସ୍ଥଗିତ ହେବା ଦ୍ୱାରା ଆଶା ଉଜ୍ଜୀବିତ ହୋଇଛି। ଦ୍ରୋଣାଚାର୍ଯ୍ୟ ପୁରସ୍କାର ହାସଲ କରିଥିବା ଏହି କୋଚ୍ ଜଣକ ଆହୁରି କହିଛନ୍ତି, ବର୍ତ୍ତମାନ ଦୀପା ଫିଟ୍ ଅଛନ୍ତି। ସେ ସମ୍ପୂର୍ଣ୍ଣ ଭାବେ ଆହତରୁ ମୁକୁଳି ସାରିଛନ୍ତି, କିନ୍ତୁ ଜିମ୍ନାଷ୍ଟିକ୍ସରେ ଜଣେ ଜିମ୍ନାଷ୍ଟଙ୍କୁ ଟ୍ରେନିଂ ପ୍ରକ୍ରିୟା ଧୀରେ ଧୀରେ କରିବାକୁ ପଡ଼େ। ଦୀପା ଗତମାସରୁ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ସେ ଆଗାମୀ ତିନି-ଚାରିମାସରେ ପ୍ରତ୍ୟାବର୍ତ୍ତନ କରିବେ। ଏବେ ଦୁଇଟି ଟୁର୍ଣ୍ଣାମେଣ୍ଟ ବାକି ରହିଛି, ତେଣୁ ଆମ ପାଖରେ ଅଲିମ୍ପିକ୍ସକୁ କ୍ୱାଲିଫାଏ କରିବାର ଭଲ ସୁଯୋଗ ରହିଛି। ସାଧାରଣତଃ ଜିମ୍ନାଷ୍ଟିକ୍ସରେ ଆହତ ସମସ୍ୟା ଲାଗି ରହିଥାଏ, କିନ୍ତୁ ଦୀପା ଏସବୁକୁ ଏକ ଚ୍ୟାଲେଞ୍ଜକୁ ଭାବେ ଗ୍ରହଣ କରିବେ। ସେହି ଦୁଇଟି ଟୁର୍ଣ୍ଣାମେଣ୍ଟରେ ଦୁଇଟି ରୌପ୍ୟ କିମ୍ବା ଗୋଟିଏ ସ୍ୱର୍ଣ୍ଣ କିମ୍ବା ଗୋଟିଏ ରୌପ୍ୟ ପଦକର ଆବଶ୍ୟକତା ରହିଛି। ମୋର ପୂରା ବିଶ୍ୱାସ ଯେ ଦୀପା ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story