ଆସନ୍ତାକାଲି ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ବୈଠକ

ମୁମ୍ବାଇ: ଆସନ୍ତାକାଲି ମୁମ୍ବାଇରେ ବସିବ ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ କ୍ରିକେଟର ଉନ୍ନତି ତଥା ସୁଧାର ଆଣିବାକୁ ଜଷ୍ଟିସ ଲୋଧା କମିଟି ଦେଇଥିବା ସୁପାରିଶ ପ୍ରସଙ୍ଗ ନେଇ ଆଲୋଚନା ହେବ। ଏହାସହ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଆମେରିକାର ଫ୍ଲୋରିଡାରେ ୨ ଟିକିଆ ଟି-୨୦ ସିରିଜ୍‌ ଖେଳାଯିବା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ। ବିଭିନ୍ନ ରାଜ୍ୟର କ୍ରୀଡା ସଂଘ ବିଭିନ୍ନ ପ୍ରସଙ୍ଗ ନେଇ ଏହି ବୈଠକରେ ନିଜ ନିଜ ମତ ରଖିବେ। ଏଥିରେ ବିସିସିଆଇ ସଭାପତି, ସଚିବ ଓ […]

BCCI

Rakesh Mallick
  • Published: Monday, 01 August 2016
  • , Updated: 01 August 2016, 06:06 PM IST

ମୁମ୍ବାଇ: ଆସନ୍ତାକାଲି ମୁମ୍ବାଇରେ ବସିବ ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ କ୍ରିକେଟର ଉନ୍ନତି ତଥା ସୁଧାର ଆଣିବାକୁ ଜଷ୍ଟିସ ଲୋଧା କମିଟି ଦେଇଥିବା ସୁପାରିଶ ପ୍ରସଙ୍ଗ ନେଇ ଆଲୋଚନା ହେବ। ଏହାସହ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଆମେରିକାର ଫ୍ଲୋରିଡାରେ ୨ ଟିକିଆ ଟି-୨୦ ସିରିଜ୍‌ ଖେଳାଯିବା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ। ବିଭିନ୍ନ ରାଜ୍ୟର କ୍ରୀଡା ସଂଘ ବିଭିନ୍ନ ପ୍ରସଙ୍ଗ ନେଇ ଏହି ବୈଠକରେ ନିଜ ନିଜ ମତ ରଖିବେ।

ଏଥିରେ ବିସିସିଆଇ ସଭାପତି, ସଚିବ ଓ ସବୁ ରାଜ୍ୟ କ୍ରିକେଟ ସଂଘର ମୁଖ୍ୟମାନେ ଯୋଗ ଦେବେ।

ମୁମ୍ବାଇ ବୈଠକ ଶେଷ ପରେ ବିସିସିଆଇର ଏସ୍‌ଜିଏମ୍‌ କାର୍ଯ୍ୟକାରିଣୀ ବୈଠକ ଅଗଷ୍ଟ ୫ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ହେବ। ଏଥିରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନାମା ଉପରେ ଆଲୋଚନା ହେବା। ଏଥିରେ ସବୁ ରାଜ୍ୟ କ୍ରୀଡା ସଂଘର ମୁଖ୍ୟଙ୍କ ସହବୁ ଉଚ୍ଚପଦସ୍ଥ କର୍ମଚାରୀ ଉପସ୍ଥିତ ରହିବେ।

ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଲୋଧା ପ୍ୟାନେଲଙ୍କ ସହିତ ବିସିସିଆଇର ସଭାପତି ଅନୁରାଗ ଠାକୁର ଏବଂ ସଚିବ ଅଜୟ ଶୀରକେ ଅଗଷ୍ଟ ୯ରେ ଏକ ବୈଠକରେ ଉପସ୍ଥିତ ରହିବେ। ତେଣୁ ଏହା ପୂର୍ବରୁ ବିସିସିଆଇ ସବୁ ରାଜ୍ୟର କ୍ରିକେଟ ସଂଘର ମୁଖ୍ୟଙ୍କ ସହ ଆଲୋଚନା କରିବାକୁ ଚାହିଁଛି। ତେଣୁ ଅଗଷ୍ଟ ୫ ବୈଠକ ଓ ଆସନ୍ତକାଲିର ବୈଠକ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉଛି।

Related story