ଥିରୁଅନନ୍ତପୁରମ୍: ଭାରତୀୟ ଅଲରାଉଣ୍ଡର ଶିବମ ଦୁବେ ରବିବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟି-୨୦ରେ ନିଜର ପ୍ରଥମ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ୨୬ ବର୍ଷୀୟ ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ନିଜର ପଞ୍ଚମ ଟି-୨୦ରେ ଏହି କୀର୍ତ୍ତିମାନ କରିଛନ୍ତି। ଆଜି ମ୍ୟାଚରେ ସମସ୍ତଙ୍କୁ ଚକିତ କରି ଦୁବେ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ।
ଆରମ୍ଭରୁ ତାଙ୍କୁ ସାମାନ୍ୟ ସମସ୍ୟା ହୋଇଥିଲା, କିନ୍ତୁ ପରେ ସେ ଇଣ୍ଡିଜ୍ ବୋଲରଙ୍କୁ ନିର୍ଧୁମ ଧୂଲେଇ କରିଥିଲେ ବିଶେଷକରି ଭ୍ରମଣକାରୀ ଦଳର କ୍ୟାପଟେନ୍ କାଇରନ୍ ପୋଲାର୍ଡଙ୍କୁ ସେ ଗୋଟିଏ ଓଭରରେ ୩ଟି ଛକା ମାରି ଦର୍ଶକଙ୍କୁ ଭରପୂର ମନୋରଞ୍ଜନ କରିଥିଲେ।
ଏହା ପରେ ସେ ୨୭ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। କିନ୍ତୁ ଅର୍ଦ୍ଧଶତକ ମାରିବା ପରେ ବଡ଼ ଶଟ୍ ଖେଳିବା ପ୍ରୟାସରେ ସେ ନିଜ ୱିକେଟ୍ ଦେଇ ବସିଥିଲେ। ଦୁବେ ୩୦ ବଲରେ ୩ ଚୌକା ଓ ୪ ଛକା ସହ ୫୪ ରନ୍ କରି ହେଡେନ୍ ୱାଲ୍ସ ଜୁନିୟରଙ୍କ ଶିକାର ହୋଇଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଶନିବାର ସକାଳେ କଂଗ୍ରେସ ଭବନରୁ ବାହାରିବ ଅନ୍ତିମ ଯାତ୍ରା, ନିଗମବୋଧ ଘାଟରେ ଶେଷକୃତ୍ୟ
ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର କରାଯିବ। ମୋଦି ସରକାରଙ୍କ କ୍ୟାବିନେଟରେ ପାରିତ ହେଲା ଶୋକ ପ୍ରସ୍ତାବ।
National
ସ୍ୱାସ୍ଥ୍ୟରେ ଉନ୍ନତି ପରେ ମେଡିକାଲରୁ ଡିସଚାର୍ଜ ହେଲେ ଆଡଭାନୀ
ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଗତ ଡିସେମ୍ବର ୧୨ ତାରିଖରେ ତାଙ୍କୁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୪ ଦିନର ଚିକିତ୍ସା ପରେ ତାଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି।
National
ମନମୋହନଙ୍କ ଶେଷକୃତ୍ୟ ଓ ସ୍ମାରକ ପାଇଁ ଉପଯୁକ୍ତ ସ୍ଥାନ ମାଗିଲା କଂଗ୍ରେସ
ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳୀ। ସ୍ମାରକ ହେଲାଭଳି ସ୍ଥାନରେ ଶେଷକୃତ୍ୟ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ।

National
ଭଡ଼ା ଘରୁ ମିଳିଲା ସିମ୍ରନଙ୍କ ମୃତଦେହ
ସିମ୍ରନଙ୍କ ମୃତ୍ୟୁ ଘଟିଥିବା ନେଇ ପ୍ରଥମେ ତାଙ୍କର ଜଣେ ସାଙ୍ଗ ଜାଣିବାକୁ ପାଇଥିଲେ। ସେ ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଜବତ କରି ଡାକ୍ତରଖାନାକୁ ପଠାଇବା ସହିତ ଘଟଣାସ୍ଥଳରେ ଯାଞ୍ଚ କରିଛି।
Politics
ନିଜକୁ ଚାବୁକରେ ମାରିଲେ ଆନ୍ନାମଲାଇ, ଦେଖନ୍ତୁ ଭିଡିଓ
ଆନ୍ନା ୟୁନିଭର୍ସିଟି କ୍ୟାମ୍ପସରେ ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କଲେ। ୪୮ ଦିନ ଉପବାସରେ ରହିବେ ଓ ଚପଲ ନପିନ୍ଧିବାକୁ କରିଛନ୍ତି ଘୋଷଣା।