ଅଣ୍ଡର୍‌-୧୯ ବିଶ୍ୱକପ୍‌: ଆୟୋଜକ ଟିମକୁ ଧୂଳି ଚଟାଇଲା ଆଫଗାନିସ୍ତାନ

କିମ୍ବର୍ଲୀ: ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପର ୧୩ଶ ସଂସ୍କରଣ ଆଜିଠାରୁ ଆରମ୍ଭ ହୋଇଛି। ଶୁକ୍ରବାର ବିଶ୍ୱକପର ଉଦଘାଟନୀ ମ୍ୟାଚରେ ଆୟୋଜକ ଦକ୍ଷିଣ ଆଫ୍ରିକା ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦକ୍ଷିଣ ଆଫ୍ରିକା ତା’ର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ ନିକଟରୁ ୭ ୱିକେଟରେ ପରାସ୍ତ ହୋଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଭ୍ରମଣକାରୀ ସ୍ପିନର ଶାଫିକୁଲ୍ଲା ଗଫାରିଙ୍କ ବୋଲିଂକୁ ସାମ୍ନା କରିନପାରି ୨୯.୧ ଓଭରରେ ମାତ୍ର ୧୨୯ ରନ୍ କରି ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ […]

u-19

u-19

Ranjit Kumar Jena
  • Published: Friday, 17 January 2020
  • Updated: 17 January 2020, 06:50 PM IST

Sports

Latest News

କିମ୍ବର୍ଲୀ: ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପର ୧୩ଶ ସଂସ୍କରଣ ଆଜିଠାରୁ ଆରମ୍ଭ ହୋଇଛି। ଶୁକ୍ରବାର ବିଶ୍ୱକପର ଉଦଘାଟନୀ ମ୍ୟାଚରେ ଆୟୋଜକ ଦକ୍ଷିଣ ଆଫ୍ରିକା ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦକ୍ଷିଣ ଆଫ୍ରିକା ତା'ର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ ନିକଟରୁ ୭ ୱିକେଟରେ ପରାସ୍ତ ହୋଇଛି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଭ୍ରମଣକାରୀ ସ୍ପିନର ଶାଫିକୁଲ୍ଲା ଗଫାରିଙ୍କ ବୋଲିଂକୁ ସାମ୍ନା କରିନପାରି ୨୯.୧ ଓଭରରେ ମାତ୍ର ୧୨୯ ରନ୍ କରି ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ କ୍ୟାପଟେନ୍ ବ୍ରାଇସ୍ ପାର୍ସନ୍ସ ସର୍ବାଧିକ ୪୦, ଗେରାଲ୍ଡ କୋଏଜି ୩୮ ଓ ଲ୍ୟୁକ୍ ବ୍ୟୁଫର୍ଟ ୨୫ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁପାରିନଥିଲେ। ଆଫଗାନିସ୍ତାନ ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଶାଫିକୁଲ୍ଲା ମାତ୍ର ୧୫ ରନ୍ ଦେଇ ୬ଟି ୱିକେଟ୍ ନେଇଥିଲେ। ସେହିପରି ଫଜଲ୍ ହକ୍ ଓ ନୁର୍ ଅହମ୍ମଦ ୨ଟି ଲେଖାଏ ୱିକେଟ୍ ପାଇଥିଲେ।

୧୨୯ ରନର ସହଜ ଲକ୍ଷ୍ୟକୁ ଆଫଗାନିସ୍ତାନ ୨୫ ଓଭରରେ ୩ ୱିକେଟ୍ ହରାଇ ହାସଲ କରିନେଇଥିଲା। ଇମ୍ରାନ୍ ଦ୍ରୁତ ୫୭ (୪୮ ବଲ୍‌, ୧୦ ଚୌକା) ରନ୍ କରିଥିବା ବେଳେ ଇବ୍ରାହିମ୍ ଜର୍ଦ୍ଦାନ୍ ୫୨ ଓ କ୍ୟାପଟେନ୍ ଫରହାନ୍ ଜାଖିଲ୍ ୧୧ ରନ୍ କରିଥିଲେ। ରେହମାନୁଲ୍ଲା ୩ ଓ ଆବିଦ୍ ମହମ୍ମଦି ୨ ରନ୍ କରି ନଟଆଉଟ୍ ଥିଲେ। ଦକ୍ଷିଣ ଆଫ୍ରିକାର ଆଚିଲ୍ କ୍ଲୋଏଟ୍ ୨ଟି ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos