ଅଣ୍ଡର୍‌-୧୯ ବିଶ୍ୱକପ୍‌: ଭାରତକୁ ୧୭୭ ରନରେ ରୋକିଲା ବାଂଲାଦେଶ

ପୋଚେଫଷ୍ଟ୍ରୁମ୍‌: ଚଳିତ ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପର ଫାଇନାଲ୍ ମ୍ୟାଚରେ ଭାରତ ଓ ବାଂଲାଦେଶ ମୁହାଁମୁହିଁ ହୋଇଛନ୍ତି । ଏହି ମ୍ୟାଚରେ ଯଶସ୍ୱୀ ଜୈଶ୍ୱାଲଙ୍କ ଲଢ଼ୁଆ ଇନିଂସ୍ ସତ୍ତ୍ୱେ ଭାରତ ବାଂଲାଦେଶ ବୋଲରଙ୍କୁ ସାମ୍ନା କରିନପାରି ୪୭.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୧୭୭ ରନ୍ କରିବାକୁ ସକ୍ଷମ ହୋଇଛି। ଭାରତ ପକ୍ଷରୁ ଯଶସ୍ୱୀ ପୁଣିଥରେ ଦମଦାର ବ୍ୟାଟିଂ କରି ୮୮ (୧୨୧ ବଲ୍‌, ୮ ଚୌକା, ୧ ଛକା) ରନର ଇନିଂସ୍ ଖେଳିଥିବା ବେଳେ ଅନ୍ୟ କୌଣସି […]

U19

U19

Ranjit Kumar Jena
  • Published: Sunday, 09 February 2020
  • Updated: 09 February 2020, 05:14 PM IST

ପୋଚେଫଷ୍ଟ୍ରୁମ୍‌: ଚଳିତ ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପର ଫାଇନାଲ୍ ମ୍ୟାଚରେ ଭାରତ ଓ ବାଂଲାଦେଶ ମୁହାଁମୁହିଁ ହୋଇଛନ୍ତି । ଏହି ମ୍ୟାଚରେ ଯଶସ୍ୱୀ ଜୈଶ୍ୱାଲଙ୍କ ଲଢ଼ୁଆ ଇନିଂସ୍ ସତ୍ତ୍ୱେ ଭାରତ ବାଂଲାଦେଶ ବୋଲରଙ୍କୁ ସାମ୍ନା କରିନପାରି ୪୭.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୧୭୭ ରନ୍ କରିବାକୁ ସକ୍ଷମ ହୋଇଛି। ଭାରତ ପକ୍ଷରୁ ଯଶସ୍ୱୀ ପୁଣିଥରେ ଦମଦାର ବ୍ୟାଟିଂ କରି ୮୮ (୧୨୧ ବଲ୍‌, ୮ ଚୌକା, ୧ ଛକା) ରନର ଇନିଂସ୍ ଖେଳିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିନାହାନ୍ତି। ବାଂଲାଦେଶର ପ୍ରାୟ ସବୁ ବୋଲର ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଚାପରେ ରଖିଥିଲେ ଏବଂ ଆଦୌ ବଡ଼ ଶଟ୍ ଖେଳିବାକୁ ଦେଇନଥିଲେ, ଯାହା ଫଳରେ ଡିଫେଣ୍ଡିଂ ଚାମ୍ପିୟନ୍ ଟିମ୍ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ଏବେ ଭାରତୀୟ ବୋଲରମାନେ ଏହି ଟାର୍ଗେଟକୁ ଡିଫେଣ୍ଡ୍ କରିପାରୁଛନ୍ତି କି ନାହିଁ, ତାହା ଦେଖିବାକୁ ବାକି ରହିଲା।

ମ୍ୟାଚରେ ବାଂଲାଦେଶ କ୍ୟାପଟେନ୍ ଆକବର୍ ଅଲୀ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆରମ୍ଭରୁ ବାଂଲା ପେସ୍ ଆଟାକ୍ ନିଜ ସୁଇଂ ବଳରେ ଭାରତର ଦୁଇ ଓପ୍ନର ଯଶସ୍ୱୀ ଓ ଦିବ୍ୟାଂଶ ସାକ୍ସେନାଙ୍କୁ ବାନ୍ଧି ରଖିଥିଲେ। ଫଳସ୍ୱରୂପ ଭାରତ ତା'ର ପ୍ରଥମ ଓଭରରେ ସପ୍ତମ ଓଭରରେ ହରାଇଥିଲେ। ଭଲ ଫର୍ମରେ ଥିବା ଦିବ୍ୟାଂଶ ମାତ୍ର ୨ ରନ୍ କରି ଅଭିଷେକ ଦାସଙ୍କ ଶିକାର ହୋଇଥିଲେ। ଏହା ପରେ ଯଶସ୍ୱୀ ଓ ତିଳକ ବର୍ମା ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ ଏବଂ ଦ୍ୱିତୀୟ ୱିକେଟ୍ ପାଇଁ ୯୪ ରନର ଭାଗୀଦାରୀ କରି ଭାରତକୁ ଭଲ ସ୍ଥିତିରେ ପହଞ୍ଚାଥିଲେ।

ତିଲକ ୩୮ (୬୫ ବଲ୍‌, ୩ ଚୌକା) ରନ୍ କରି ତାଞ୍ଜିମ ହାସନ୍ ସାକିବଙ୍କ ବଲରେ ଆଉଟ୍ ହୋଇଥିଲେ। କ୍ୟାପଟେନ୍ ପ୍ରିୟମ ଗର୍ଗ (୭) କିଛି ଖାସ୍ କରିପାରିନଥିଲେ। ଯଶସ୍ୱୀ ଓ ୱିକେଟକିପର ଧ୍ରୁବ ଜୁରେଲ୍ ପୁଣିଥରେ ସ୍ଥିତି ସମ୍ଭାଳିଥିଲେ। ଯଶସ୍ୱୀ ଧୀରେ ଧୀରେ ନିଜର ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ ଶୋରିଫୁଲ୍ ଇସଲାମ୍ ଆଉଟ୍ କରି ବାଂଲାଦେଶକୁ ବଡ଼ ସଫଳତା ଦେଇଥିଲେ।

ଏହା ପରେ ଭାରତର ୱିକେଟ୍ ପତନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ଭାରତ ତା'ର ଶେଷ ୭ ୱିକେଟ୍ ମାତ୍ର ୨୧ ରନରେ ହରାଇ ବଡ଼ ସ୍କୋରରୁ ବଞ୍ଚିତ ହୋଇଥିଲେ। ଭାରତ ଇନିଂସରେ ଦୁଇଟି ରନଆଉଟ୍ ମଧ୍ୟ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା । ଧ୍ରୁବ ୨୨ ରନ୍ କରିଥିବା ବେଳେ ସିଦ୍ଦେଶ ବୀର (୦), ଅର୍ଥବ ଅଙ୍କୋଲେକର୍ (୩), ରବି ବିଶ୍ନୋଇ (୨), ସୁଶାନ୍ତ ମିଶ୍ର (୩), କାର୍ତ୍ତିକ ତ୍ୟାଗି (୦) ଦୁଇଅଙ୍କ ଛୁଇଁପାରିନଥିଲେ। ବାଂଲାଦେଶ ପକ୍ଷରୁ ଅଭିଷେକ ଦାସ ୩ଟି, ଶୋରିଫୁଲ୍ ଇସଲାମ୍ ଓ ତାଞ୍ଜିମ୍ ହାସନ୍ ସାକିବ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story