ମୁମ୍ବାଇ: ଅମ୍ପାୟାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରି ଦଣ୍ଡିତ ହୋଇଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଧୋନି। ମଙ୍ଗଳବାର ଆଇପିଏଲରେ ଖେଳାଯାଇଥିବା ପ୍ଲେ ଅଫ ମ୍ୟାଚରେ ଚେନ୍ନାଇର ଅଧିନାୟକ ଧୋନିଙ୍କ ୧୦ ପ୍ରତିଶତ ମ୍ୟାଚ ଫି କଟାଯାଇଛି। ମ୍ୟାଚ ପରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଧୋନି ମୁମ୍ବାଇର ଓପନର ଡାରେନ ସ୍ମିଥଙ୍କ ଆଉଟ ନେଇ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଥିଲେ। ଧୋନି କହିଥିଲେ, ତାହା ଏକ ’ହରିବଲ୍ ଡିସିସନ’ ଥିଲା। ଏହାକୁ ନେଇ ଧୋନିଙ୍କର ମ୍ୟାଚ ଫି’ କଟାଯାଇଛି। ଧୋନି ଆଇପିଏଲ କୋଡ ଅଫ କଣ୍ଡକ୍ଟ ଫର ପ୍ଲେୟାର ଆଣ୍ଡ ଟିମ ହସ୍ପିଟାଲିଟି ଲେଭଲ-୧କୁ ଅବମାନନା କରିଥିବାରୁ ତାଙ୍କୁ ଏହଂ ଦଣ୍ଡରେ ଦଣ୍ଡିତ କରାଯାଇଥିଲା।ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯାଇଥିବା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଚେନ୍ନାଇ ମୁମ୍ବାଇଠାରୁ ୨୫ ରନରେ ପରାଜିତ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କାହିଁକି ତରବରିଆ ଭାବେ ଆଉ ଜଣେ ଜାଟଙ୍କୁ ମନ୍ତ୍ରୀ କଲା ଆପ୍?
ଦିଲ୍ଲୀ ଭୋଟରେ ଜାଟ୍ ସଂପ୍ରଦାୟର ଗୁରୁତ୍ୱ ରହିଛି। ବିଶେଷ କରି ଆଉ ପ୍ରାୟ ୩ ମାସ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଶୋକୀନଙ୍କୁ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ କ୍ୟାବିନେଟରେ ସାମିଲ କରାଯାଇଛି।
National
ଚାପରେ ପଡ଼ି ବିଜେପିରେ ମିଶିଛନ୍ତି କି କୈଳାସ ଗେହଲଟ? ତାଙ୍କ ଉତ୍ତର, ନା
ଫେବୃଆରୀ ମାସରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ଗେହଲଟ ବିଜେପିରେ ସାମିଲ ହେବା ଗୋଟିଏ ଟର୍ଣ୍ଣିଂ ପଏଣ୍ଟ ଭାବେ ଉଭା ହେବ ବୋଲି ଖଟ୍ଟର ଆଶା ପ୍ରକାଶ କରିଛନ୍ତି।
Guest Column
ତାମିଲନାଡୁ ଶିକ୍ଷା ବ୍ୟବସ୍ଥାରେ ପ୍ରଶ୍ନବାଚୀ
ତାମିଲନାଡ଼ୁରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଏବେ ବଡ଼ ଅସ୍ଥିରତା ଦେଖାଦେଇଛି। ରାଜ୍ୟରେ ବିଶ୍ୱବିଦ୍ୟାଳୟ ପାଣ୍ଠି ଏବଂ ଶିକ୍ଷା ନୀତିର କାର୍ଯ୍ୟକାରିତାକୁ ନେଇ ଏକ ବିବାଦ ଦେଖାଦେଇଛି। ଏହି ବିବାଦର ମୂଳ କାରଣ ହେଉଛି ତାମିଲନାଡୁ ରାଜ୍ୟ ଶିକ୍ଷା ବିଭାଗର ଜାତୀୟ ଶିକ୍ଷା ନୀତି ପ୍ରତି ବିରୋଧାଭାସ। ଏହି ବିରୋଧାଭାସ କାରଣରୁ ସମଗ୍ର ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକ ଗୁରୁତର ଭାବେ ପ୍ରଭାବିତ ହୋଇଛି ଏବଂ ତାମିଲନାଡୁରେ ଉଚ୍ଚଶିକ୍ଷାର ଭବିଷ୍ୟତକୁ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି।
National
ଗୌତମ ଗମ୍ଭୀରଙ୍କୁ ହାଇକୋର୍ଟ ଆଶ୍ୱସ୍ତି
ତାଙ୍କ ବିରୋଧରେ ତଦନ୍ତ ଜାରି ରଖିବାକୁ ତଳ କୋର୍ଟ ରାୟ ଦେଇଥିଲେ। କିନ୍ତୁ ଆଜି ହାଇକୋର୍ଟ ଗମ୍ଭୀରଙ୍କ ବିରୋଧରେ ଜାରି ହୋଇଥିବା ରାୟ ଉପରେ ଅସ୍ଥାୟୀ ରୋକ ଲଗାଇଛନ୍ତି।
National
ବାହାଘର ବେଳେ ବାଣ ଫୁଟାଇବାରୁ ହେଲା ଯୁକ୍ତିତର୍କ, ୯ ଜଣଙ୍କ ଉପରେ ଗାଡ଼ି ମଡ଼ାଇ ଦେଲେ
ଅଭିଯୁକ୍ତ ଜଣଙ୍କ ବର ଘର ପକ୍ଷରୁ କାର ଧରି ଆସିଥିଲେ। ବାହାଘର ହେଉଥିବା ମଣ୍ଡପ ବାହାରେ ସେ ବାଣ ଫୁଟାଇବା ସହ ନାଚିଥିଲେ।