ରାଜକୋଟ: ଆଇପିଏଲ୍ରେ ଗତକାଲି କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷ ମ୍ୟାଚ୍ରେ ଅମ୍ପାୟରଙ୍କ ନିଷ୍ପତ୍ତି ଉପରେ ଅସନ୍ତୋଷ ପ୍ରକାଶ କରିବାରୁ ଗୁଜରାଟ ଲାୟନ୍ସର ଅଲ୍-ରାଉଣ୍ଡର ରବୀନ୍ଦ୍ର ଜାଡେଜା ଭର୍ତ୍ସିତ ହୋଇଛନ୍ତି। ଅମ୍ପାୟରଙ୍କ ପ୍ରତି ତାଙ୍କର ପ୍ରତିକ୍ରିୟାକୁ ତିରସ୍କାର କରିଛନ୍ତି ମ୍ୟାଚ୍ ରେଫରି।
ଆଇପିଏଲ୍ ଆୟୋଜକଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତିରେ କୁହାଯାଇଛି,“ଖେଳାଳି ଓ ଅଧିକାରୀମାନଙ୍କ ପାଇଁ ରହିଥିବା ଆଇପିଏଲ୍ର ଆଚରଣ ବିଧିର ଧାରା ୨.୧.୫ ଅନୁଯାୟୀ ଜାଡେଜାଙ୍କ ଅପରାଧକୁ ସ୍ତରର ୧ରେ ଅନ୍ତର୍ଭୁକ୍ତ କରାଯାଇଛି। ଆଉ ଏହି ସ୍ତରର ଅପରାଧ ପାଇଁ ମ୍ୟାଚ୍ ରେଫରିଙ୍କ ନିଷ୍ପତ୍ତି ଚୂଡ଼ାନ୍ତ।”
ଗତକାଲି ପଞ୍ଜାବ ୨୩ ରନ୍ରେ ଗୁଜରାଟ ଲାୟନ୍ସକୁ ପରାସ୍ତ କରି ସେମାନଙ୍କ ବିଜୟ ଧାରାକୁ ରୋକି ଥିଲା।
ଗୁଜରାଟ ୮ଟି ମ୍ୟାଚ୍ରୁ ୬ଟି ବିଜୟ ସହିତ ୧୨ ପଏଣ୍ଟ୍ ପାଇଁ ପଏଣ୍ଟ୍ ଟେବୁଲ୍ର ଶୀର୍ଷରେ ରହିଥିବା ବେଳେ କିଙ୍ଗ୍ସ ଏକାଦଶ ପଞ୍ଜାବ ୭ଟି ମ୍ୟାଚ୍ରୁ ମାତ୍ର ୨ଟିରେ ବିଜୟୀ ହୋଇଛି ଓ ୪ ପଏଣ୍ଟ ସହିତ ଟେବୁଲ୍ର ସବୁଠାରୁ ତଳେ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଝୁଲି ପଡ଼ିଲେ ଏୟାର ଇଣ୍ଡିଆ ପାଇଲଟ
୨ ବର୍ଷ ତଳେ ସୃଷ୍ଟି ଓ ଆଦିତ୍ୟ ପରସ୍ପରକୁ ପ୍ରଥମଥର ଦିଲ୍ଲୀରେ ଦେଖା ହୋଇଥିଲେ। ଏହି ସମୟରେ ଉଭୟ ବ୍ୟବସାୟିକ ବିମାନ ପାଇଲଟର ଲାଇସେନ୍ସ ପାଇଁ ଟ୍ରେନିଂ ନେଉଥିଲେ। ପ୍ରଥମେ ବନ୍ଧୁତା ଓ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା।
National
ପୁଣି ଡିଜିଟାଲ ଆରେଷ୍ଟ: ଏଥର ୫ ଲକ୍ଷ ହରାଇଲେ ପୂର୍ବତନ ସେନା ଅଧିକାରୀ
ଜଣେ ପୂର୍ବତନ ସେନା ଅଧିକାରୀ ସାଇବର ଠକଙ୍କ ଡିଜିଟାଲ ଆରେଷ୍ଟର ଶିକାର ହୋଇଛନ୍ତି। ଡିଜିଟାଲ ଆରେଷ୍ଟ କରି ସାଇବର ଠକମାନେ ତାଙ୍କ ଠାରୁ ୫ ଲକ୍ଷ ଟଙ୍କା ନେଇ ଯାଇଛନ୍ତି।
Accident
ଗୋରୁ ଚରାଉଥିବା ବେଳେ ୫ ମହିଳାଙ୍କୁ ଦଳିଦେଲା କାର୍
କାର୍ ଧକ୍କାରେ ପ୍ରାଣ ହରାଇଥିବା ସମସ୍ତ ମହିଳାଙ୍କ ବୟସ ୫୦ ବର୍ଷରୁ ଅଧିକ। ସେମାନେ ରାସ୍ତା କଡ଼ରେ ନିଜର ଗୋରୁଙ୍କୁ ଚରାଉଥିବା ବେଳେ ଏଭଳି ଘଟଣା ଘଟିଛି।
National
ଫାର୍ମା କମ୍ପାନୀର ଲ୍ୟାବରୁ ବିଷାକ୍ତ ଗ୍ୟାସ୍ ଲିକ: ଜଣେ ମୃତ, ୮ ହସ୍ପିଟାଲରେ ଭର୍ତ୍ତି
ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକମାନେ ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରୁଥିବା ଜଣାପଡ଼ିଛି।
National
ଦୁଇ ମଦୁଆ, ୨ ବିଚାରପତି ଓ ମଝି ଆକାଶରେ ହାଇଡ୍ରାମା
ରବିବାର ରାତିରେ ସେମାନେ ବିମାନରେ ବସିଥିବା ବେଳେ ସୋମବାର ସକାଳେ ସେମାନଙ୍କୁ ଏକାଧିକ ମାମଲାର ଶୁଣାଣି କରିବାର ଥିଲା।