ଟି-୨୦ ବିଶ୍ୱକପକୁ ନିର୍ଦ୍ଧାରିତ ସମୟ କରାଇବା ପାଇଁ ଏହି ପ୍ରସ୍ତାବ ଦେଲେ ଅଷ୍ଟ୍ରେଲୀୟ ସ୍ପିନର୍‌

ମେଲବର୍ଣ୍ଣ: କରୋନାଭାଇରସ୍ ଯୋଗୁ ବିଶ୍ୱର ସବୁ କ୍ରୀଡ଼ା ଇଭେଣ୍ଟ ସ୍ଥଗିତ ରହିଛି। କୋଭିଡ୍‌-୧୯ର ପ୍ରଭାବ କ୍ରିକେଟ୍ ଜଗତ ଉପରେ ମଧ୍ୟ ପଡ଼ିଛି। ତେବେ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍ ଆୟୋଜିତ ହେବ କି ନାହିଁ, ତାକୁ ନେଇ ଆଶଙ୍କା ଦେଖା ଦେଇଛି। କିନ୍ତୁ ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ବ୍ରାଡ୍ ହଗ୍ ଟି-୨୦ ବିଶ୍ୱକପ୍ କିପରି ନିର୍ଦ୍ଧାରିତ ସମୟରେ ଆୟୋଜିତ ହୋଇପାରିବ, ଏହାକୁ ନେଇ ଏକ ପ୍ରସ୍ତାବ ଦେଇଛନ୍ତି। ହଗ୍ ଟି-୨୦ ବିଶ୍ୱକପ୍ କରିବା ପାଇଁ […]

hogg

hogg

Ranjit Kumar Jena
  • Published: Wednesday, 15 April 2020
  • Updated: 15 April 2020, 06:52 PM IST

Sports

Latest News

ମେଲବର୍ଣ୍ଣ: କରୋନାଭାଇରସ୍ ଯୋଗୁ ବିଶ୍ୱର ସବୁ କ୍ରୀଡ଼ା ଇଭେଣ୍ଟ ସ୍ଥଗିତ ରହିଛି। କୋଭିଡ୍‌-୧୯ର ପ୍ରଭାବ କ୍ରିକେଟ୍ ଜଗତ ଉପରେ ମଧ୍ୟ ପଡ଼ିଛି। ତେବେ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍ ଆୟୋଜିତ ହେବ କି ନାହିଁ, ତାକୁ ନେଇ ଆଶଙ୍କା ଦେଖା ଦେଇଛି। କିନ୍ତୁ ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ବ୍ରାଡ୍ ହଗ୍ ଟି-୨୦ ବିଶ୍ୱକପ୍ କିପରି ନିର୍ଦ୍ଧାରିତ ସମୟରେ ଆୟୋଜିତ ହୋଇପାରିବ, ଏହାକୁ ନେଇ ଏକ ପ୍ରସ୍ତାବ ଦେଇଛନ୍ତି। ହଗ୍ ଟି-୨୦ ବିଶ୍ୱକପ୍ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରିବାକୁ ଆୟୋଜକଙ୍କୁ କହିଛନ୍ତି। ଏହା ସହ ସେ ବିଶ୍ୱକପର ମାସକ ପୂର୍ବରୁ ସବୁ ଟିମକୁ ଚାର୍ଟାର୍ଡ ଫ୍ଲାଇଟ୍ ଯୋଗେ ଆଣିବାକୁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ସୂଚନାଯୋଗ୍ୟ, ଟି-୨୦ ବିଶ୍ୱକପ୍ ଅଷ୍ଟ୍ରେଲିଆରେ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ।

ହଗ୍ କହିଛନ୍ତି, ଟୁର୍ଣ୍ଣାମେଣ୍ଟ ସ୍ଥଗିତ କିମ୍ବା ବାତିଲ୍ କରିବା ସପକ୍ଷରେ ମୁଁ ନାହିଁ। ଟୁର୍ଣ୍ଣାମେଣ୍ଟକୁ ସୂଚାରୁରୂପେ ଆୟୋଜନ କରିବା ପାଇଁ ଆୟୋଜକଙ୍କୁ ସମୟ ପୂର୍ବରୁ ଆବଶ୍ୟକ ପଦକ୍ଷେପ ଉଠାଇବାକୁ ପଡିବ। ମୁଁ ଶୁଣିବାକୁ ପାଇଲି ଯେ ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ୱକପକୁ ବାତିଲ୍ କରିଦିଆଯିବ କିମ୍ବା ଏହାର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯିବ। ସତ କହିବାକୁ କହିଲେ ଟୁର୍ଣ୍ଣାମେଣ୍ଟକୁ ବାତିଲ୍ କିମ୍ବା ସ୍ଥଗିତ କରାଯିବା ମୋତେ ଆଦୌ ପସନ୍ଦ ନୁହେଁ। ମୁଁ ମାନୁଛି ଯେ କିଛି ସମସ୍ୟା ଅଛି, ଯାହାର ସମାଧାନର ବାଟ ବାହାରିବା ଦରକାର।

ହଗ୍ କହିଛନ୍ତି, ବର୍ତ୍ତମାନ ସବୁ ଖେଳାଳି ଲକଡାଉନରେ ନିଜ ନିଜ ଘରେ ଅଛନ୍ତି। ସେମାନେ ବାହାରକୁ ବାହାରି ପାରୁନାହାନ୍ତି ଏବଂ ଟି-୨୦ ବିଶ୍ୱକପ୍ ଭଳି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ଟ୍ରେନିଂ ଓ ପ୍ରସ୍ତୁତି ମଧ୍ୟ କରିପାରୁନାହାନ୍ତି। ଏଥିପାଇଁ ସେମାନଙ୍କୁ ମାସେ କିମ୍ବା ଦେଢ଼ମାସ ପୂର୍ବରୁ ଅଷ୍ଟ୍ରେଲିଆକୁ ଅଣାଯିବା ଦରକାର। ଯେହେତୁ ଅଷ୍ଟ୍ରେଲିଆରେ ୬ମାସ ପାଇଁ ବିଦେଶୀଙ୍କ ପ୍ରବେଶ ଉପରେ କଟକଣା ରହିଛି, ତେଣୁ ପ୍ରତି ଟିମର ଖେଳାଳିଙ୍କ ପାଇଁ ଏକ ସ୍ୱତନ୍ତ୍ର ଚାର୍ଟାର୍ଡ ଫ୍ଲାଇଟର ବନ୍ଦୋବସ୍ଥ କରାଯାଉ। ଏହା ସହ ଫ୍ଲାଇଟରେ ଚଢ଼ିବା ପୂର୍ବରୁ ସବୁ ଖେଳାଳିଙ୍କର କୋଭିଡ୍‌-୧୯ ପରୀକ୍ଷଣ ମଧ୍ୟ କରାଯିବା ଦରକାର।

ହଗ୍ ଆହୁରି କହିଛନ୍ତି, ବର୍ତ୍ତମାନ ବିଜନେସ୍ ଫ୍ଲାଇଟ୍ ଉପଲବ୍ଧ ନାହିଁ, ଏଥିପାଇଁ ଆମକୁ ଚାର୍ଟାର୍ଡ ଫ୍ଲାଇଟର ସହାୟତା ନେବା ଦରକାର। ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ସବୁ ଖେଳାଳିମାନଙ୍କୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଲକଡାଉନରେ ରହିବାକୁ ପଡ଼ିବ। ଦୁଇ ସପ୍ତାହ ଅଲଗା ରହିବାର ସମୟ ପୂରଣ ହେବା ପରେ ସେମାନଙ୍କର ପୁନର୍ବାର ପରୀକ୍ଷା କରାଯିବ। ଯଦି ପରୀକ୍ଷାରେ ସଫଳ ହୁଅନ୍ତି, ତାହେଲେ ସେମାନଙ୍କୁ ବାହାରକୁ ଯିବା, ପ୍ରସ୍ତୁତି ଅଥବା ଟ୍ରେନିଂ ପାଇଁ ଅନୁମତି ମିଳିବ। ଏହାଛଡ଼ା କ୍ରିକେଟରେ ସାମାଜିକ ଦୂରତା ବଜାୟ ରଖିବାରେ ମଧ୍ୟ କୌଣସି ସମସ୍ୟା ନାହିଁ। କାରଣ କ୍ରିକେଟ୍ ମଇଦାନରେ ଅଧିକାଂଶ ସମୟ ଖେଳାଳିମାନେ ପରସ୍ପରଠାରୁ ଗୋଟିଏ କିମ୍ବା ଦେଢ଼ ମିଟର ଦୂରରେ ରହିଥାନ୍ତି। ତେବେ ଏକମାତ୍ର ସମସ୍ୟା ହେଉଛି ସ୍ଲିପରେ ଛିଡ଼ା ହେବା, କିନ୍ତୁ ଏଥିପାଇଁ ମଧ୍ୟ ନିୟମ ପ୍ରସ୍ତୁତ କରାଯାଇପାରିବ। ସ୍ଲିପରେ ଛିଡ଼ା ହୋଇଥିବା ଦୁଇ ଖେଳାଳିଙ୍କ ମଧ୍ୟରେ ଅତିକମରେ ଦୁଇ ମିଟର୍ ଦୂରତା ରହିବା ଦରକାର ବୋଲି ହଗ୍ କହିଛନ୍ତି।

ତେବେ ହଗଙ୍କ ଏହି ପ୍ରସ୍ତାବ କେତେ ଦୂର କାର୍ଯ୍ୟକାରୀ ହେବ, ତାହା ଆଇସିସି ଏବଂ କ୍ରିକେଟ୍ ଅଷ୍ଟ୍ରେଲିଆ ହିଁ କହିପାରିବେ। ତା'ଛଡ଼ା ହଗ୍ ଯେଉଁ ପ୍ରସ୍ତାବ ଦେଇଛନ୍ତି, ତାହା ଶୁଣିବାକୁ ତ ଭଲ ଲାଗୁଛି କିନ୍ତୁ ଏହାକୁ କାର୍ଯ୍ୟରେ ଲଗାଇବା ନିଶ୍ଚୟ କଷ୍ଟକର। ବର୍ତ୍ତମାନ ସାରା ବିଶ୍ୱରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ସେଥିରୁ ସ୍ପଷ୍ଟ ଅନୁମାନ କରିହେଉଛି ଯେ ଚଳିତ ବର୍ଷର ଟି-୨୦ ବିଶ୍ୱକପ୍ ଆୟୋଜନର ସମ୍ଭାବନା କ୍ଷୀଣ। ଏହା ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ଆଲାନ୍ ବର୍ଡର କହିଥିଲେ ଯେ ଖାଲି ଷ୍ଟାଡିୟମରେ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ଆୟୋଜନ ଅକଳ୍ପୀୟ। ସେହିପରି ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ ମଧ୍ୟ ଦର୍ଶକଙ୍କ ବିନା ଟି-୨୦ ବିଶ୍ୱକପ୍ ସହଜ ନୁହେଁ ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story