ବାହା ହେଲେ କେକେଆର୍‌ର ରହସ୍ୟମୟ ସ୍ପିନର୍

ଚେନ୍ନାଇ: ଆଇପିଏଲର ୧୩ଶ ସଂସ୍କରଣରେ ନିଜର ଦମଦାର ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଥିବା ରହସ୍ୟମୟ ସ୍ପିନର ବରୁନ୍ ଚକ୍ରବର୍ତ୍ତୀ ନିଜର ଗାର୍ଲଫ୍ରେଣ୍ଡ ନେହା ଖେଡେକରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଆହତ କାରଣରୁ ଅଷ୍ଟ୍ରେଲିଆ ଟୁରରୁ ବାଦ୍ ପଡ଼ିଥିବା ବରୁନଙ୍କୁ କରୋନାଭାଇରସ୍ କାରଣରୁ ଏହି ସ୍ମରଣୀୟ ମୁହୂର୍ତ୍ତ ପାଇଁ ବହୁ ଅପେକ୍ଷା କରିବାକୁ ପଡ଼ିଥିଲା। କରୋନା ଯୋଗୁ ସାରା ଦେଶରେ ଲକଡାଉନ୍ ଜାରି କରାଯାଇଥିଲା, ଏହି କାରଣରୁ କୋଲକାତା ନାଇଟ୍ ରାଇଡର୍ସର ଏହି ସ୍ପିନର […]

varun

varun

Ranjit Kumar Jena
  • Published: Sunday, 13 December 2020
  • Updated: 13 December 2020, 03:28 PM IST

Sports

Latest News

ଚେନ୍ନାଇ: ଆଇପିଏଲର ୧୩ଶ ସଂସ୍କରଣରେ ନିଜର ଦମଦାର ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଥିବା ରହସ୍ୟମୟ ସ୍ପିନର ବରୁନ୍ ଚକ୍ରବର୍ତ୍ତୀ ନିଜର ଗାର୍ଲଫ୍ରେଣ୍ଡ ନେହା ଖେଡେକରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଆହତ କାରଣରୁ ଅଷ୍ଟ୍ରେଲିଆ ଟୁରରୁ ବାଦ୍ ପଡ଼ିଥିବା ବରୁନଙ୍କୁ କରୋନାଭାଇରସ୍ କାରଣରୁ ଏହି ସ୍ମରଣୀୟ ମୁହୂର୍ତ୍ତ ପାଇଁ ବହୁ ଅପେକ୍ଷା କରିବାକୁ ପଡ଼ିଥିଲା।

କରୋନା ଯୋଗୁ ସାରା ଦେଶରେ ଲକଡାଉନ୍ ଜାରି କରାଯାଇଥିଲା, ଏହି କାରଣରୁ କୋଲକାତା ନାଇଟ୍ ରାଇଡର୍ସର ଏହି ସ୍ପିନର ଜଣକ ଚେନ୍ନାଇରେ ଫସି ଯାଇଥିବା ବେଳେ ନେହା ମୁମ୍ବାଇରେ ଅଟକି ଯାଇଥିଲେ। ଯାହା ଫଳରେ ବିବାହକୁ ସ୍ଥଗିତ କରିବାକୁ ପଡ଼ିଥିଲା। ଦୁଇଥର ଆଇପିଏଲ୍ ଟ୍ରଫି ଜିତିଥିବା କେକେଆର୍ ବରୁନଙ୍କ ବଧେଇ ଜଣାଇ ଏକ ଭିଡିଓ ଶେଆର୍ କରିଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ ବରୁନ୍ ରିସେପସନ୍ ବେଳେ ନିଜ ପତ୍ନୀଙ୍କ ସହ କ୍ରିକେଟ୍‌ ଖେଳୁଛନ୍ତି। ଏହାସହ ବରୁନଙ୍କୁ ନିଜ ପତ୍ନୀଙ୍କୁ ବୋଲିଂ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି। ବରୁନଙ୍କୁ ଆଇପିଏଲର ୧୩ଶ ସଂସ୍କରଣରେ ଶାହରୁଖ୍ ଖାନଙ୍କ ଟିମ୍ କେକେଆର୍ ୮.୪ କୋଟି ଟଙ୍କାରେ କିଣିଥିଲା। ସେ ମଧ୍ୟ ନିଜ ଫ୍ରାଞ୍ଚାଇଜିକୁ ନିରାଶ ନକରି ଏହି ସିଜନରେ ୬.୮୪ ଇକୋନମୀରେ ମୋଟ ୧୭ ୱିକେଟ୍‌ ନେଇଥିଲେ।

varun marriage

ଆଇପିଏଲରେ ଦମଦାର ପ୍ରଦର୍ଶନ ବଳରେ ତାଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଟି-୨୦ ଦଳରେ ସାମିଲ୍‌ କରାଯାଇଥିଲା। କିନ୍ତୁ ଆହତ କାରଣରୁ ସେ ଟିମରେ ବାଦ୍ ପଡ଼ିଥିଲେ ଏବଂ ତାଙ୍କ ସ୍ଥାନରେ ଟି. ନଟରାଜନଙ୍କୁ ଟିମରେ ସ୍ଥାନ ମିଳିଥିଲା। ନଟରାଜ ମଧ୍ୟ ନିଜକୁ ମିଳିଥିବା ସୁଯୋଗର ଭରପୂର ଫାଇଦା ଉଠାଇଥିଲେ। ସେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଓ ଅନ୍ତିମ ଦିନିକିଆ ଖେଳି ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଏହା ପରେ ସେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିଥିଲେ। ସେ ମୋଟ ୪ଟି ମ୍ୟାଚ୍ ଖେଳି ୮ଟି ୱିକେଟ୍‌ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos