ଅମୀରଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କଲେ ବୀଜେନ୍ଦ୍ର

ମଞ୍ଚେଷ୍ଟର: ଭାରତରେ ତାଙ୍କ ସହିତ ଲଢ଼ିବା ପାଇଁ ବ୍ରିଟିଶ୍ ପ୍ରୋଫେସନାଲ୍ ବକ୍ସର ଅମୀର ଖାନ୍ ଦେଇଥିବା ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି ଭାରତୀୟ ବକ୍ସିଂ ଷ୍ଟାର ବୀଜେନ୍ଦ୍ର ସିଂହ। ସେ କହିଛନ୍ତି,“ଅମୀରଙ୍କ ଚ୍ୟାଲେଞ୍ଜକୁ ମୁଁ ଗ୍ରହଣ କରୁଛି। ଏହି ଲଢ଼େଇ ଭାରତୀୟ ବକ୍ସିଂକୁ ଆଗେଇ ନେବାରେ ସହଯୋଗ କରିବ ବୋଲି ମୁଁ ନିଶ୍ଚିତ।” ବୀଜେନ୍ଦ୍ର କହିଛନ୍ତି,“ଆମେ ଦୁହେଁ ଭିନ୍ନ ଭିନ୍ନ ଓଜନ ବର୍ଗରେ ଲଢ଼େଇ କରୁଛୁ। ତେଣୁ ଅମୀରଙ୍କୁ ଓଜନ ବଢ଼ାଇବାକୁ ହେବ ନ ହେଲେ ମୋତେ ଓଜନ […]

amir-vijendra

amir-vijendra

Rakesh Mallick
  • Published: Tuesday, 26 April 2016
  • Updated: 26 April 2016, 04:05 PM IST

Sports

Latest News

[caption id="attachment_80825" align="alignleft" width="300"]amir-vijendra ଅମୀର ଓ ବୀଜେନ୍ଦ୍ର[/caption]

ମଞ୍ଚେଷ୍ଟର: ଭାରତରେ ତାଙ୍କ ସହିତ ଲଢ଼ିବା ପାଇଁ ବ୍ରିଟିଶ୍ ପ୍ରୋଫେସନାଲ୍ ବକ୍ସର ଅମୀର ଖାନ୍ ଦେଇଥିବା ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି ଭାରତୀୟ ବକ୍ସିଂ ଷ୍ଟାର ବୀଜେନ୍ଦ୍ର ସିଂହ।

ସେ କହିଛନ୍ତି,“ଅମୀରଙ୍କ ଚ୍ୟାଲେଞ୍ଜକୁ ମୁଁ ଗ୍ରହଣ କରୁଛି। ଏହି ଲଢ଼େଇ ଭାରତୀୟ ବକ୍ସିଂକୁ ଆଗେଇ ନେବାରେ ସହଯୋଗ କରିବ ବୋଲି ମୁଁ ନିଶ୍ଚିତ।”

ବୀଜେନ୍ଦ୍ର କହିଛନ୍ତି,“ଆମେ ଦୁହେଁ ଭିନ୍ନ ଭିନ୍ନ ଓଜନ ବର୍ଗରେ ଲଢ଼େଇ କରୁଛୁ। ତେଣୁ ଅମୀରଙ୍କୁ ଓଜନ ବଢ଼ାଇବାକୁ ହେବ ନ ହେଲେ ମୋତେ ଓଜନ କମାଇବାକୁ ହେବ। ଅମୀରଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ ପ୍ରସ୍ତୁତ ହେବାକୁ ମୋତେ ଆଉ ବର୍ଷେ ସମୟ ଲାଗିବ। ମୁଁ ଗତବର୍ଷ ପ୍ରଫେସନାଲ୍ ବକ୍ସିଂ କ୍ୟାରିୟର ଆରମ୍ଭ କରିଛି। ଏଯାବତ୍ ମାତ୍ର ୪ଟି ଲଢ଼େଇର ସମ୍ମୁଖୀନ ହୋଇଛି। ତେବେ ଅମୀର ଓ ମୋ ଲଢ଼େଇ ଅନ୍ତର୍ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିବ ବୋଲି ମୁଁ ନିଶ୍ଚିତ।”

ବୀଜେନ୍ଦ୍ର ୭୬ କେଜି ବର୍ଗରେ ଖେଳୁ ଥିବା ବେଳେ ଅମୀର ୭୨.୫ କେଜି ବର୍ଗରେ ଖେଳୁଛନ୍ତି। ପ୍ରୋଫେସନାଲ୍‌ ବକ୍ସର ଭାବେ ବୀଜେନ୍ଦ୍ର ମାତ୍ର ୪ଟି ଲଢ଼େଇରେ ଖେଳିଥିବା ବେଳେ ଅମୀର ୩୪ଟି ଲଢ଼େଇର ସମ୍ମୁଖୀନ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos