୩୪ କୋଟିରେ ମୁମ୍ବାଇରେ ‍ଫ୍ଲାଟ୍‌ କିଣିଲେ କୋହଲି

ନୂଆଦିଲ୍ଲୀ:ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା ଭାରତର ଟପ୍‌ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ୩୪ କୋଟି ଟଙ୍କା ବିନିୟମରେ ଥିବା ୭,୦୦୦ ବର୍ଗଫୁଟର ଏକ ସମୁଦ୍ରମୁହାଁ ଫ୍ଲାଟ୍‌ କିଣିଛନ୍ତି। ଭାରତର ଟେଷ୍ଟ ଅଧିନାୟକ ବିରାଟ କୋହଲି ବିଶ୍ୱ କ୍ରୀଡ଼ା ଜଗତରେ ଏକ ପରିଚତ ନାଁ। ଇଏସ୍‌ପିଏନ୍‌ର ଶ୍ରେଷ୍ଠ ୧୦୦ ଆଥ୍‌ଲେଟ୍‌ ମଧ୍ୟରେ ବିରାଟ କୋହଲି ଓ ଦିନିକିଆ ଅଧିନାୟକ ଏମ୍‌ଏସ୍‌ ଧୋନୀ ରହିଛନ୍ତି। ଗତ ଟି-୨୦ ବିଶ୍ୱକପ୍‌ ଓ ଆଇପିଏଲ୍‌ରେ ବିରାଟଙ୍କ ଶ୍ରେଷ୍ଠ ପ୍ରଦର୍ଶନ […]

virat-kohli

virat-kohli

Rakesh Mallick
  • Published: Saturday, 18 June 2016
  • Updated: 18 June 2016, 06:27 PM IST

Sports

Latest News

ନୂଆଦିଲ୍ଲୀ:ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା ଭାରତର ଟପ୍‌ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ୩୪ କୋଟି ଟଙ୍କା ବିନିୟମରେ ଥିବା ୭,୦୦୦ ବର୍ଗଫୁଟର ଏକ ସମୁଦ୍ରମୁହାଁ ଫ୍ଲାଟ୍‌ କିଣିଛନ୍ତି।

ଭାରତର ଟେଷ୍ଟ ଅଧିନାୟକ ବିରାଟ କୋହଲି ବିଶ୍ୱ କ୍ରୀଡ଼ା ଜଗତରେ ଏକ ପରିଚତ ନାଁ। ଇଏସ୍‌ପିଏନ୍‌ର ଶ୍ରେଷ୍ଠ ୧୦୦ ଆଥ୍‌ଲେଟ୍‌ ମଧ୍ୟରେ ବିରାଟ କୋହଲି ଓ ଦିନିକିଆ ଅଧିନାୟକ ଏମ୍‌ଏସ୍‌ ଧୋନୀ ରହିଛନ୍ତି। ଗତ ଟି-୨୦ ବିଶ୍ୱକପ୍‌ ଓ ଆଇପିଏଲ୍‌ରେ ବିରାଟଙ୍କ ଶ୍ରେଷ୍ଠ ପ୍ରଦର୍ଶନ ତାଙ୍କୁ ବିଭିନ୍ନ ବ୍ୟବସାୟିକ ସଂସ୍ଥା ସହ ଅନୁବନ୍ଧିତ କରିବାରେ ସହାୟକ ହୋଇଛି।

୨୭ ବର୍ଷୀୟ କୋହଲି ଭାରତର ଶ୍ରେଷ୍ଠ ସେଲିବ୍ରେଟି ଭାବେ ଉଭା ହୋଇ ୧୩ଟି ବ୍ରାଣ୍ଡ ସହ ଚୁକ୍ତି କରି ୧୦୦କୋଟି କ୍ଲବରେ ପଦାର୍ପଣ କରିସାରିଛନ୍ତି। ଏହାମଧ୍ୟରେ ଆଡିଡାସ ସହ ବାର୍ଷିକ ୧୦ କୋଟି ଟଙ୍କାର ଡିଲ୍‌ ରହିଛି।

କୋହଲି ଏମ୍‌ଆର୍‌ଏଫ୍‌ ବ୍ୟାଟ୍‌ର ଡିଲ୍‌ ପାଇଁ ୮ କୋଟି ଟଙ୍କା ନେବାକୁ ଦାବି କରିଥିବା ବେଳେ ଧୋନି ୬ କୋଟି ଟଙ୍କା ଦାବି କରିଥିଲେ। ଅନ୍ୟପକ୍ଷରେ କୋହଲି ବ୍ରାଣ୍ଡର ସୁଟିଂ ପାଇଁ ଦିନକୁ ୧.୫ କୋଟି ଟଙ୍କା ପାଉଣା ନେଉଥିବା ବେଳେ ଧୋନି  ଦିନକୁ ୧ କୋଟି ଟଙ୍କା ପାଉଣା ନେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos