ଆଇସିସି ଟେଷ୍ଟ ରାଙ୍କିଙ୍ଗ୍‌: କୋହଲି ଶୀର୍ଷରେ ସ୍ଥିର

ଦୁବାଇ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ତେବେ ଭାରତର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଆଜିଙ୍କ୍ୟ ରାହାଣେଙ୍କୁ ଗୋଟିଏ ସ୍ଥାନର କ୍ଷତି ହୋଇଛି ଏବଂ ସେ ସପ୍ତମକୁ ଖସି ଆସିଛନ୍ତି। କୋହଲିଙ୍କର ୯୨୮ ପଏଣ୍ଟ ରହିଛି ଏବଂ ସେ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥଙ୍କଠାରୁ ୧୭ ପଏଣ୍ଟ ଆଗରେ ଅଛନ୍ତି। ନ୍ୟୁଜିଲ୍ୟାଣ୍ଡର କେନ୍ ୱିଲିୟମସନ୍ (୮୬୪) ତୃତୀୟ ସ୍ଥାନରେ ରହି ବର୍ଷ ଶେଷ କରିବେ। ଚେତେଶ୍ୱର […]

kohli

kohli

Ranjit Kumar Jena
  • Published: Tuesday, 24 December 2019
  • Updated: 24 December 2019, 08:10 PM IST

Sports

Latest News

ଦୁବାଇ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ତେବେ ଭାରତର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଆଜିଙ୍କ୍ୟ ରାହାଣେଙ୍କୁ ଗୋଟିଏ ସ୍ଥାନର କ୍ଷତି ହୋଇଛି ଏବଂ ସେ ସପ୍ତମକୁ ଖସି ଆସିଛନ୍ତି। କୋହଲିଙ୍କର ୯୨୮ ପଏଣ୍ଟ ରହିଛି ଏବଂ ସେ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥଙ୍କଠାରୁ ୧୭ ପଏଣ୍ଟ ଆଗରେ ଅଛନ୍ତି।

ନ୍ୟୁଜିଲ୍ୟାଣ୍ଡର କେନ୍ ୱିଲିୟମସନ୍ (୮୬୪) ତୃତୀୟ ସ୍ଥାନରେ ରହି ବର୍ଷ ଶେଷ କରିବେ। ଚେତେଶ୍ୱର ପୂଜାରା (୭୯୧) ନିଜର ଚତୁର୍ଥ ସ୍ଥାନ ବଜାୟ ରଖିଛନ୍ତି। ତେବେ ରାହାଣେଙ୍କ ସ୍ଥାନ ପାକିସ୍ତାନର ବାବର ଆଜମ କବଜା କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ କରାଚୀ ଟେଷ୍ଟରେ ଅପରାଜିତ ଶତକ ଏବଂ ୬୦ ରନର ଇନିଂସ୍ ଖେଳିଥିବା ବାବର ଷଷ୍ଠ ସ୍ଥାନକୁ ଉଠିଛନ୍ତି। ଏହା ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ରାଙ୍କିଙ୍ଗ୍।

ଭାରତ ପକ୍ଷରୁ ଶୀର୍ଷ-୨୦ରେ ସାମିଲ୍ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ମୟଙ୍କ ଅଗ୍ରୱାଲ୍ (ଦ୍ୱାଦଶ) ଓ ରୋହିତ୍ ଶର୍ମା (୧୫ଶ) ସାମିଲ୍ ଅଛନ୍ତି। ବୋଲିଂରେ ଯଶପ୍ରୀତ ବୁମ୍ରା ଷଷ୍ଠ ସ୍ଥାନ ବଜାୟ ରଖିଛନ୍ତି। ପେସର୍ ବୁମ୍ରା ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜଠାରୁ ବାହାରେ ଅଛନ୍ତି। ବୋଲିଂ ତାଲିକାରେ ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି।

ଟେଷ୍ଟ ଅଲରାଉଣ୍ଡର ସୂଚୀରେ ରବୀନ୍ଦ୍ର ଜାଡେଜା ଦ୍ୱିତୀୟ ସ୍ଥାନରେ ଥିବା ବେଳେ ୱେଷ୍ଟଇଣ୍ଡିଜର ଜେସନ୍ ହୋଲ୍ଡର ପ୍ରଥମ ସ୍ଥାନରେ ରହିଛନ୍ତି। ଆଇସିସି ଟେଷ୍ଟ ଚାମ୍ପିୟନଶିପରେ ଭାରତ ୩୬୦ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ୨୧୬ ପଏଣ୍ଟ ସହ ଦ୍ୱିତୀୟରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos