ପୁଣି ଚର୍ଚ୍ଚାରେ ବିରାଟ୍‌ଙ୍କ ସେଲିବ୍ରେସନ୍‌ ଷ୍ଟାଇଲ, ଦେଖନ୍ତୁ ଭିଡିଓ

ଏଡିଲେଡ୍‌: ‘କ୍ୟାପ୍ଟେନ୍‌ ଆଗ୍ରେସିଭ୍‌’ ଭାବେ ପରିଚିତ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ପୁଣି ଚର୍ଚ୍ଚାରେ। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ବିରାଟ୍‌ଙ୍କ ଆଗ୍ରେସିଭ୍‌ ସେଲିବ୍ରେସନ୍‌ର ଭିଡିଓ ଏବେ ଭାଇରାଲ୍‌ ହୋଇଛି। ଟିମ୍‌ ଇଣ୍ଡିଆ ପ୍ରଥମ ଇନିଂସ୍‌ରେ ୨୫୦ ରନ୍‌ କରିଥିବା ବେଳେ ଅଷ୍ଟ୍ରେଲିଆ ବିନା କୌଣସି ରନ୍‌ରେ ଓପନର୍‌ ଆରୋନ୍‌ ଫିଞ୍ଚଙ୍କୁ ହରାଇଥିଲା। ଇଶାନ୍ତ ଶର୍ମା ଫିଞ୍ଚଙ୍କୁ ବୋଲ୍ଡ କରିବା ପରେ ଫିଲ୍ଡ୍‌ରେ ଉପସ୍ଥିତ ବିରାଟ୍‌ କୋହଲି ନିଜ ଉପରୁ ନିୟନ୍ତ୍ରଣ ହରାଇ ଖୁସିରେ ଦୌଡ଼ିବାକୁ […]

v

v

Hemant Lenka
  • Published: Friday, 07 December 2018
  • Updated: 07 December 2018, 05:32 PM IST

Sports

Latest News

ଏଡିଲେଡ୍‌: 'କ୍ୟାପ୍ଟେନ୍‌ ଆଗ୍ରେସିଭ୍‌' ଭାବେ ପରିଚିତ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ପୁଣି ଚର୍ଚ୍ଚାରେ। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ବିରାଟ୍‌ଙ୍କ ଆଗ୍ରେସିଭ୍‌ ସେଲିବ୍ରେସନ୍‌ର ଭିଡିଓ ଏବେ ଭାଇରାଲ୍‌ ହୋଇଛି।

ଟିମ୍‌ ଇଣ୍ଡିଆ ପ୍ରଥମ ଇନିଂସ୍‌ରେ ୨୫୦ ରନ୍‌ କରିଥିବା ବେଳେ ଅଷ୍ଟ୍ରେଲିଆ ବିନା କୌଣସି ରନ୍‌ରେ ଓପନର୍‌ ଆରୋନ୍‌ ଫିଞ୍ଚଙ୍କୁ ହରାଇଥିଲା। ଇଶାନ୍ତ ଶର୍ମା ଫିଞ୍ଚଙ୍କୁ ବୋଲ୍ଡ କରିବା ପରେ ଫିଲ୍ଡ୍‌ରେ ଉପସ୍ଥିତ ବିରାଟ୍‌ କୋହଲି ନିଜ ଉପରୁ ନିୟନ୍ତ୍ରଣ ହରାଇ ଖୁସିରେ ଦୌଡ଼ିବାକୁ ଲାଗିଥିଲେ।

ଭଲ ଷ୍ଟାର୍ଟ ମିଳିଥିବାରୁ ବିରାଟ୍‌ ଅତ୍ୟନ୍ତ ଉତ୍ତେଜିତ ଢଙ୍ଗରେ ଚିତ୍କାର କରିଥିଲେ। ଇଶାନ୍ତଙ୍କ ଅପେକ୍ଷା ବିରାଟ୍‌ଙ୍କ ସେଲିବ୍ରେସନ୍‌ ଦେଖି ସମସ୍ତେ ଆଶ୍ଚର୍ଯ ହୋଇଯାଇଥିଲେ। ଏଥିସହ ସେ ଫିଞ୍ଚଙ୍କୁ ଇଙ୍ଗିତ କରି ମଧ୍ୟ କିଛି କହିଥିବା ଭିଡିଓରୁ ଦେଖିବାକୁ ମିଳୁଛି।

ଦେଖନ୍ତୁ ଭିଡିଓ
https://twitter.com/twitter/statuses/1070836805040250886

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos