ଲକ୍ଷ୍ମଣଙ୍କ ୨୮୧ ରନକୁ ସର୍ବଶ୍ରେଷ୍ଠ ଇନିଂସ୍ ଆଖ୍ୟା ଦେଲେ ଏହି ଅଷ୍ଟ୍ରେଲୀୟ କ୍ୟାପଟେନ୍

ମେଲବର୍ଣ୍ଣ: ଟେଷ୍ଟ କ୍ରିକେଟ୍ ଇତିହାସରେ ଅନେକ ଐତିହାସିକ ବ୍ୟାଟିଂ ଇନିଂସ୍ ରହିଛି। ଏଥିମଧ୍ୟରୁ କିଛି ଇନିଂସ୍ ସର୍ବକାଳୀନ ଶ୍ରେଷ୍ଠ ମଧ୍ୟ ରହିଥାଏ। ତେବେ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ଇଆନ୍ ଚାପେଲ ଭାରତର ଟେଷ୍ଟ ସ୍ପେଶାଲିଷ୍ଟ ଭିଭିଏସ୍ ଲକ୍ଷ୍ମଣ ୨୦୦୧ରେ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳିଥିବା ୨୮୧ ରନର ଐତିହାସିକ ଇନିଂସକୁ ସ୍ପିନରଙ୍କ ବିରୋଧରେ ଖେଳାଯାଇଥିବା ସର୍ବଶ୍ରେଷ୍ଠ ଆଖ୍ୟା ଦେଇଛନ୍ତି। ଲକ୍ଷ୍ମଣ ଓ ରାହୁଲ୍ ଡ୍ରାଭିଡ୍ (୧୮୦)ଙ୍କ ଦମରେ ଭାରତ ଫଲୋଅନ୍ ଖାଇବା ପରେ ଅଷ୍ଟ୍ରେଲିଆ ବିପକ୍ଷରେ କୋଲକାତା […]

VVS1

VVS1

Ranjit Kumar Jena
  • Published: Sunday, 29 March 2020
  • Updated: 29 March 2020, 10:06 PM IST

ମେଲବର୍ଣ୍ଣ: ଟେଷ୍ଟ କ୍ରିକେଟ୍ ଇତିହାସରେ ଅନେକ ଐତିହାସିକ ବ୍ୟାଟିଂ ଇନିଂସ୍ ରହିଛି। ଏଥିମଧ୍ୟରୁ କିଛି ଇନିଂସ୍ ସର୍ବକାଳୀନ ଶ୍ରେଷ୍ଠ ମଧ୍ୟ ରହିଥାଏ। ତେବେ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ଇଆନ୍ ଚାପେଲ ଭାରତର ଟେଷ୍ଟ ସ୍ପେଶାଲିଷ୍ଟ ଭିଭିଏସ୍ ଲକ୍ଷ୍ମଣ ୨୦୦୧ରେ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳିଥିବା ୨୮୧ ରନର ଐତିହାସିକ ଇନିଂସକୁ ସ୍ପିନରଙ୍କ ବିରୋଧରେ ଖେଳାଯାଇଥିବା ସର୍ବଶ୍ରେଷ୍ଠ ଆଖ୍ୟା ଦେଇଛନ୍ତି। ଲକ୍ଷ୍ମଣ ଓ ରାହୁଲ୍ ଡ୍ରାଭିଡ୍ (୧୮୦)ଙ୍କ ଦମରେ ଭାରତ ଫଲୋଅନ୍ ଖାଇବା ପରେ ଅଷ୍ଟ୍ରେଲିଆ ବିପକ୍ଷରେ କୋଲକାତା ଟେଷ୍ଟରେ ଜବରଦସ୍ତ ବିଜୟ ହାସଲ କରିଥିଲା। ଏହି ମ୍ୟାଚ୍ ଇତିହାସର ଅନ୍ୟତମ ଶ୍ରେଷ୍ଠ ମ୍ୟାଚ୍ କହିଲେ ଅତ୍ୟୁକ୍ତି ହେବ ନାହିଁ।

ଚାପେଲ୍ ଇଏସପିଏନକ୍ରିକଇନଫୋରେ ଲେଖିଥିବା ନିଜ ସ୍ତମ୍ଭରେ କହିଛନ୍ତି, କୋଭିଡ୍‌-୧୯ ମହାମାରୀ ଯୋଗୁ ବର୍ତ୍ତମାନ ସବୁ ପ୍ରକାରର କ୍ରିକେଟ୍ ବନ୍ଦ ରହିଛି। ଏହି ବ୍ରେକ୍ ସମୟରେ ମୁଁ ଟେଷ୍ଟ କ୍ରିକେଟରେ ସ୍ପିନରଙ୍କ ବିରୋଧରେ ଖେଳାଯାଇଥିବା କିଛି ଶ୍ରେଷ୍ଠ ଇନିଂସକୁ ସ୍ମରଣ କରିଛି। ଏଥିରେ ଦୁଇଟି ଇନିଂସ୍ ମୋତେ ଅଧିକ ପ୍ରଭାବିତ କରିଛି। ପ୍ରଥମେ ଭାରତର ଭିଭିଏସ୍ ଲକ୍ଷ୍ମଣ ଏବଂ ଦ୍ୱିତୀୟ ଅଷ୍ଟ୍ରେଲିଆର ଡାଗ୍ ୱାଲଟର୍ସଙ୍କ ଇନିଂସ୍ ମୋତେ ଅଧିକ ଆକୃଷ୍ଟି କରିଛି। ମୁଁ ଶୀର୍ଷସ୍ତରୀୟ ସ୍ପିନରଙ୍କ ବିରୋଧରେ ଯେଉଁସବୁ ଇନିଂସ୍ ଦେଖିଛି, ସେଥିରେ ୨୦୦୧ରେ ଲକ୍ଷ୍ମଣଙ୍କ ଦ୍ୱାରା କୋଲକାତାରେ ଖେଳାଯାଇଥିବା ୨୮୧ର ରନର ଇନିଂସ୍ ସର୍ବଶ୍ରେଷ୍ଠ ଥିଲା।

ସେହି ସିରିଜ୍ ଶେଷ ହେବା ପରେ ମୁଁ ଶେନ୍ ୱାର୍ଣ୍ଣଙ୍କୁ ପଚାରିଥିଲି ଯେ ସେ କିପରି ବୋଲିଂ କରିଥିଲେ। ଜବାବରେ ୱାର୍ଣ୍ଣ କହିଥିଲେ, ମୁଁ ଭାବୁଛି ମୁଁ ସେତେଟା ଖରାପ ବୋଲିଂ କରିନଥିଲି। ମୁଁ ମଧ୍ୟ ଠିକ୍ ସେୟା ତାଙ୍କୁ କହିଥିଲି ଯେ ତୁମେ ଭଲ ବୋଲିଂ କରିଥିଲ। ମୁଁ ୱାର୍ଣ୍ଣଙ୍କୁ କହିଥିଲି ଯେ ଯଦି ଲକ୍ଷ୍ମଣ କ୍ରିଜରୁ ତିନି ପାଦ ଆଗକୁ ଆସି ସ୍ପିନ୍ ବିରୋଧରେ ଜବରଦସ୍ତ ଅନଡ୍ରାଇଭ୍ ଶଟ୍ ଖେଳୁଛନ୍ତି ଏବଂ ଏହା ପରେ ଯଦି ତୁମେ (ୱାର୍ଣ୍ଣ) ପରବର୍ତ୍ତୀ ବଲକୁ ସାମାନ୍ୟ ଉଚ୍ଚ ଓ ଶର୍ଟ ପକାଇ ଆଉ ଏକ ଡ୍ରାଇଭ୍ ପାଇଁ ଆମନ୍ତ୍ରଣ ଦେଉଛ, ଯାହାକୁ ସେ (ଲକ୍ଷ୍ମଣ) ବ୍ୟାକଫୁଟକୁ ଯାଇ ପୁଲ୍ ଶଟ୍ ଖେଳୁଛନ୍ତି, ତାହେଲେ ଏହା ଆଦୌ ଖରାପ ବୋଲିଂ ନୁହେଁ। ସତ କହିବାକୁ ଗଲେ ଲକ୍ଷ୍ମଣଙ୍କ ଫୁଟୱାର୍କ ବହୁତ ଭଲ ରହିଥିଲା।

ଲକ୍ଷ୍ମଣଙ୍କୁ ପ୍ରଶଂସା କରି ଚାପେଲ ଆହୁରି କହିଛନ୍ତି, ଲକ୍ଷ୍ମଣ ନିଜର ୪୫୨ ବଲର ଇନିଂସରେ ନିୟମିତ ଭାବେ ଏଭଳି କରିଥିଲେ, ଯେଉଁଥିରେ ସେ ୪୪ ବାଉଣ୍ଡ୍ରୀ ମାରିଥିଲେ। ଲକ୍ଷ୍ମଣଙ୍କ ସଫଳତାର ରହସ୍ୟ ଏହି ଯେ ସେ ଲଗାତର ମଇଦାନର ଚାରିପାଶ୍ୱର୍ରେ ବଲକୁ ହିଟ୍ କରୁଥିଲେ। ସୂଚନାଯୋଗ୍ୟ, ଲକ୍ଷ୍ମଣ ଓ ଡ୍ରାଭିଡ୍ ମାରାଥନ୍ ୩୭୬ ରନର ପାର୍ଟନରଶିପ୍ କରି ଭାରତକୁ ଅବିଶ୍ୱସନୀୟ ବିଜୟ ଦେଇଥିଲେ। ଲକ୍ଷ୍ମଣ ଏହି ଇନିଂସରେ ୱାର୍ଣ୍ଣଙ୍କ ଭଳି ବିଶ୍ୱସ୍ତରୀୟ ସ୍ପିନରଙ୍କ ବିରୋଧରେ ଯେଉଁଭଳି ରନ୍ ସଂଗ୍ରହ କରୁଥିଲେ, ତାହା ନିଶ୍ଚିତ ପ୍ରଶଂସାଯୋଗ୍ୟ ଥିଲା।

ଚାପେଲ୍ ମଧ୍ୟ ଅଷ୍ଟ୍ରେଲିଆର ୱାଲଟର୍ସଙ୍କୁ ସ୍ପିନ ବିରୋଧରେ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଆଖ୍ୟା ଦେଇଛନ୍ତି। ଚାପେଲ୍ କହିଛନ୍ତି, ୱାଲଟର୍ସ ତିନିଥର ଗୋଟିଏ ସେସନରେ ଶତକ ମାରିଛନ୍ତି। ତେବେ ଏହି ଉପଲବ୍ଧି ଉପରେ କୌଣସି ପୂର୍ଣ୍ଣ ରେକର୍ଡ ନାହିଁ, କିନ୍ତୁ ମୋତେ ଲାଗୁଛି କେବଳ ସାର୍ ଡୋନାଲ୍ସ ବ୍ରାଡମ୍ୟାନ୍ ଏଭଳି କାରନାମା ଅନେକଥର କରିଛନ୍ତି। ମୁଁ ଅଫ୍ ସ୍ପିନ୍ ବୋଲରଙ୍କ ବିରୋଧରେ ଯେଉଁସବୁ ବ୍ୟାଟ୍ସମ୍ୟାନଙ୍କୁ ବ୍ୟାଟିଂ କରୁଥିବାର ଦେଖିଛି, ସେଥିମଧ୍ୟରେ ୱାଲଟର୍ସ ସର୍ବଶ୍ରେଷ୍ଠ ଥିଲେ। ସେ ସ୍ପିନରଙ୍କ ବିରୋଧରେ ଚମତ୍କାର ଢଙ୍ଗରେ ନିଜ ୱିକେଟ୍ ରକ୍ଷା କରୁଥିଲେ ଏବଂ ସେ କେବେବି ନିଜ ଉପରକୁ ଚାପ ନେଉନଥିଲେ। ସେ ୧୯୬୯ରେ ମାଡ୍ରାସର ମାଇନଫିଲ୍ଡରେ ଇରାପଲ୍ଲୀ ପ୍ରସନ୍ନାଙ୍କ ଭଳି କିମ୍ବଦନ୍ତୀ ସ୍ପିନରଙ୍କ ବିରୋଧରେ ଦମବଦାର ବ୍ୟାଟିଂ କରି ଶତକ ମାରିଥିଲେ, ଯେଉଁଥିରେ ୧୪ ଚୌକା ଓ ୨ ଛକା ସାମିଲ୍ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story