ଅଭ୍ୟାସ ମ୍ୟାଚ୍‌: ଓପନିଂ ଯୋଡ଼ି ଓ ସ୍ପିନ୍ ଉପରେ ଭାରତର ଫୋକସ୍‌

ହାମିଲଟନ୍‌: ଦିନିକିଆରେ ୦-୩ରେ ସିରିଜ୍ ମୂଳପୋଛ ହେବା ପରେ ଭାରତୀୟ ଟିମ୍ ଆସନ୍ତାକାଲିଠାରୁ ନ୍ୟୁଜିଲ୍ୟାଣ୍ଡ୍ ଏକାଦଶ ବିପକ୍ଷରେ ତିନିଦିନିଆ ଅଭ୍ୟାସ ମ୍ୟାଚ୍ ଖେଳିବାକୁ ଓହ୍ଲାଇବ। ଅଭ୍ୟାସ ମ୍ୟାଚରେ ଓପନିଂ ଯୋଡ଼ି ଓ ସ୍ପିନରଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଦିନିକିଆ ସିରିଜ୍ ହାରିବା ପରେ ବିରାଟ୍ କୋହଲିଙ୍କ ଟିମ୍ ପାଇଁ ଆସନ୍ତା ସପ୍ତାହରେ ଆରମ୍ଭ ହେବାକୁଥିବା ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ବହୁତ ଗୁରୁତ୍ୱପୂର୍ଣ୍ଣ। ତେବେ ଟେଷ୍ଟ ସିରିଜ୍ ପୂର୍ବରୁ ଅଭ୍ୟାସ ମ୍ୟାଚ୍ ଭାରତ ପାଇଁ ଅସଲ […]

kohli

kohli

Ranjit Kumar Jena
  • Published: Thursday, 13 February 2020
  • Updated: 13 February 2020, 05:05 PM IST

Sports

Latest News

ହାମିଲଟନ୍‌: ଦିନିକିଆରେ ୦-୩ରେ ସିରିଜ୍ ମୂଳପୋଛ ହେବା ପରେ ଭାରତୀୟ ଟିମ୍ ଆସନ୍ତାକାଲିଠାରୁ ନ୍ୟୁଜିଲ୍ୟାଣ୍ଡ୍ ଏକାଦଶ ବିପକ୍ଷରେ ତିନିଦିନିଆ ଅଭ୍ୟାସ ମ୍ୟାଚ୍ ଖେଳିବାକୁ ଓହ୍ଲାଇବ। ଅଭ୍ୟାସ ମ୍ୟାଚରେ ଓପନିଂ ଯୋଡ଼ି ଓ ସ୍ପିନରଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଦିନିକିଆ ସିରିଜ୍ ହାରିବା ପରେ ବିରାଟ୍ କୋହଲିଙ୍କ ଟିମ୍ ପାଇଁ ଆସନ୍ତା ସପ୍ତାହରେ ଆରମ୍ଭ ହେବାକୁଥିବା ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ବହୁତ ଗୁରୁତ୍ୱପୂର୍ଣ୍ଣ। ତେବେ ଟେଷ୍ଟ ସିରିଜ୍ ପୂର୍ବରୁ ଅଭ୍ୟାସ ମ୍ୟାଚ୍ ଭାରତ ପାଇଁ ଅସଲ ପରୀକ୍ଷା ହେବ।

ଅଭ୍ୟାସ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ଏକାଦଶ ଟିମରେ କିଛି ସିନିୟର ଏବଂ 'ଏ' ଟିମ୍ ଖେଳାଳିଙ୍କୁ ସ୍ଥାନ ମିଳିଛି, ଯେଉଁଥିରେ ଲେଗ୍ ସ୍ପିନର୍ ଇଶ ସୋଢୀ, ଅଲରାଉଣ୍ଡର ଜେମ୍ସ ନିଶାମ ଓ ୱିକେଟକିପର ଟିମ୍ ସିଫର୍ଟ ମଧ୍ୟ ସାମିଲ୍ ଅଛନ୍ତି। ନିକଟରେ ସୀମିତ ଓଭର ସିରିଜ୍ ଖେଳିଥିବା ସ୍କଟ୍ କୁଗେଲାଇନ୍ ଓ ବ୍ଲେୟାର୍ ଟିକନର୍ ମଧ୍ୟ ଟିମରେ ଅଛନ୍ତି, ଯଦ୍ଦ୍ୱାରା ଉଭୟ ପୃଥ୍ୱୀ ଶ' ଓ ଶୁବମାନ୍ ଗିଲଙ୍କୁ ଅଭ୍ୟାସ ପାଇଁ ଭଲ ସୁଯୋଗ ମିଳିବ। ଦୁହେଁ ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବାକୁଥିବା ପ୍ରଥମ ଟେଷ୍ଟର ଅନ୍ତିମ ଏକାଦଶରେ ସ୍ଥାନ ପାଇବା ପାଇଁ ପ୍ରୟାସ କରିବେ ଏବଂ ଅଭ୍ୟାସ ମ୍ୟାଚରେ ଭଲ ପ୍ରଦର୍ଶନ କରି କ୍ୟାପଟେନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁବେ।

ସେହିପରି ଭାରତର ଦୁଇ ଅଭିଜ୍ଞ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ରବୀନ୍ଦ୍ର ଜାଡେଜାଙ୍କ ପାଇଁ ମଧ୍ୟ ଏହି ଅଭ୍ୟାସ ମ୍ୟାଚ୍ କୌଣସି ପରୀକ୍ଷାଠାରୁ କମ୍ ନୁହେଁ। ଘରୋଇ ଦଳର ଡାରିଲ୍ ମିଚେଲ୍‌, ଟମ୍ ବ୍ରୁସ୍ ଓ ସିଫର୍ଟଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କ ବିପକ୍ଷରେ ଏହି ଦୁଇ ସ୍ପିନର୍ ଦମ୍ ଦେଖାଇବାକୁ ଚାହିଁବେ। ଅଭ୍ୟାସ ମ୍ୟାଚରେ ଭଲ ପ୍ରଦର୍ଶନ କରି ଅଶ୍ୱିନ୍ ପ୍ରଥମ ଟେଷ୍ଟର ଅନ୍ତିମ ଏକାଦଶରେ ସ୍ଥାନ ପାଇବା ଦୌଡ଼ରେ ଜାଡେଜାଙ୍କୁ ପଛରେ ପକାଇ ପାରନ୍ତି।

ଅଲରାଉଣ୍ଡର ଭାବେ ଜାଡେଜା ଦିନକୁ ଦିନ ଅଧିକ ପରିପକ୍ୱ ହେବାରେ ଲାଗିଛନ୍ତି ଏବଂ ସେ ମଧ୍ୟ ଟିମରେ ସ୍ଥାନ ପାଇବା ପାଇଁ ନିଜକୁ ଦୃଢ଼ ଦାବିବାର ଭାବେ ଉପସ୍ଥାପନା କରିଛନ୍ତି। କିନ୍ତୁ ନ୍ୟୁଜିଲ୍ୟାଣ୍ଡ୍ ଭଳି ଫାଷ୍ଟ୍ ପିଚରେ କୋହଲି ଦୁଇଜଣ ସ୍ପିନରଙ୍କୁ ଆଦୌ ସୁଯୋଗ ଦେବେନି। ତେଣୁ ଅଶ୍ୱିନ୍ ଓ ଜାଡେଜାଙ୍କ ମଧ୍ୟରୁ ଜଣେ ହିଁ ଅନ୍ତିମ ଏକାଦଶରେ ସ୍ଥାନ ପାଇବେ।

ନ୍ୟୁଜିଲ୍ୟାଣ୍ଡ୍ ଏକାଦଶରେ ଡେନ୍ କ୍ଲିଭର୍ ମଧ୍ୟ ସାମିଲ୍ ଅଛନ୍ତି, ଯିଏ ଭାରତ-ଏ ବିପକ୍ଷ ଦୁଇଟି ଅନଅଫିସିଆଲ୍ ଟେଷ୍ଟରେ ୧୯୬ ଓ ୬୩ ରନର ଇନିଂସ୍ ଖେଳିଛନ୍ତି। ତାଙ୍କ ପାଖରେ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିବାର ଆଉ ଏକ ସୁଯୋଗ ରହିଛି। ଏହି ମ୍ୟାଚକୁ ପ୍ରଥମଶ୍ରେଣୀ ମାନ୍ୟତା ମିଳିନି ଅର୍ଥାତ୍ ଟିମର ପ୍ରତିଟି ସଦସ୍ୟଙ୍କୁ ୫୦ରୁ ୧୦୦ ବଲ୍ ଖେଳିବାର ସୁଯୋଗ ମିଳିବ ଏବଂ ଏହା ସହ ବୋଲରଙ୍କୁ ଲୟ ହାସଲ କରିବାରେ ସହାୟତା କରାଯିବ।

ଭାରତ: ବିରାଟ୍ କୋହଲି (କ୍ୟାପଟେନ୍‌), ମୟଙ୍କ ଅଗ୍ରୱାଲ୍‌, ପୃଥ୍ୱୀ ଶ', ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ (ଭାଇସ୍ କ୍ୟାପଟେନ୍‌), ଋଦ୍ଧିମାନ ସାହା (ୱିକେଟକିପର), ହନୁମା ବିହାରୀ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ଉମେଶ ଯାଦବ, ରବିଚନ୍ଦ୍ରନ୍ ଅଶ୍ୱିନ୍‌, ଋଷଭ ପନ୍ତ, ନଭଦୀପ ସାଇନି, ଶୁବମାନ୍ ଗିଲ୍।

ନ୍ୟୁଜିଲ୍ୟାଣ୍ଡ୍ ଏକାଦଶ: ଡାରିଲ୍ ମିଚେଲ୍ (କ୍ୟାପଟେନ୍‌), ଫିନ୍ ଆଲେନ୍‌, ଟମ୍ ବ୍ରୁସ୍‌, ଡେନ୍ କ୍ଲିଭର୍‌, ହେନରୀ କୁପର୍‌, ସ୍କଟ୍ କୁଗେଲାଇନ୍‌, ଜେମ୍ସ ନିଶାମ୍‌, ରାଚିନ୍ ରବୀନ୍ଦ୍ର, ଟିମ୍ ସିଫର୍ଟ, ଇଶ ସୋଢୀ, ବ୍ଲେୟାର୍ ଟିକନର୍‌, ୱିଲ୍ ୟଙ୍ଗ୍‌, ଜେମ୍ ଗିବସନ୍‌, ସ୍କଟ୍ ଜନଷ୍ଟନ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story