ସାବାସ୍ ସୁନ୍ଦର ଓ ଶାର୍ଦ୍ଦୁଲ, କଙ୍ଗାରୁ ଟିମକୁ ମୁହଁତୋଡ଼ ଜବାବ

ବ୍ରିସବେନ୍: ଯେଉଁଠି ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ କ୍ରିଜରେ ଛିଡ଼ା ହେବାକୁ ଧୈର୍ଯ୍ୟ ଦେଖାଇନାହାନ୍ତି, ସେହିଠାରେ ଡେବ୍ୟୁଟାଣ୍ଟ ୱାଶିଂଟନ୍ ସୁନ୍ଦର ଓ ନିଜର ୨ୟ ଟେଷ୍ଟ ଖେଳୁଥିବା ଶାର୍ଦ୍ଦୁଲ ଠାକୁର ଅବିଶ୍ୱସନୀୟ ବ୍ୟାଟିଂ ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ମୁହଁତୋଡ଼ ଜବାବ ଦେଇଛନ୍ତି। ଦୁହିଁଙ୍କ ଦମଦାର ବ୍ୟାଟିଂ ବଳରେ ବ୍ରିସବେସ୍ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ମ୍ୟାଚର ତୃତୀୟ ଦିବସରେ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଅସ୍ଥିର ପ୍ରଦର୍ଶନ ପରେ ସୁନ୍ଦର ଓ ଠାକୁରଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଦମରେ ଭାରତ ପ୍ରଥମ ଇନିଂସରେ […]

sundar-and-thakur

sundar-and-thakur

Ranjit Kumar Jena
  • Published: Sunday, 17 January 2021
  • Updated: 17 January 2021, 01:46 PM IST

Sports

Latest News

ବ୍ରିସବେନ୍: ଯେଉଁଠି ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ କ୍ରିଜରେ ଛିଡ଼ା ହେବାକୁ ଧୈର୍ଯ୍ୟ ଦେଖାଇନାହାନ୍ତି, ସେହିଠାରେ ଡେବ୍ୟୁଟାଣ୍ଟ ୱାଶିଂଟନ୍ ସୁନ୍ଦର ଓ ନିଜର ୨ୟ ଟେଷ୍ଟ ଖେଳୁଥିବା ଶାର୍ଦ୍ଦୁଲ ଠାକୁର ଅବିଶ୍ୱସନୀୟ ବ୍ୟାଟିଂ ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ମୁହଁତୋଡ଼ ଜବାବ ଦେଇଛନ୍ତି। ଦୁହିଁଙ୍କ ଦମଦାର ବ୍ୟାଟିଂ ବଳରେ ବ୍ରିସବେସ୍ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ମ୍ୟାଚର ତୃତୀୟ ଦିବସରେ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଅସ୍ଥିର ପ୍ରଦର୍ଶନ ପରେ ସୁନ୍ଦର ଓ ଠାକୁରଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଦମରେ ଭାରତ ପ୍ରଥମ ଇନିଂସରେ ୩୩୬ ରନ୍ କରି ଅଷ୍ଟ୍ରେଲିଆକୁ କଡ଼ା ଜବାବ ଦେଇଛି।

Image

ଏକ ସମୟରେ ଭାରତ ୧୮୬ ରନ୍ ଭିତରେ ୬ ୱିକେଟ୍ ହରାଇ ସଂକଟରେ ପଡ଼ିଥିଲା, କିନ୍ତୁ ଶାର୍ଦ୍ଦୁଲ ଓ ସୁନ୍ଦର ୧୨୩ ରନର ଶତକୀୟ ଭାଗିଦାରୀ କରି ଭାରତକୁ ପ୍ରତ୍ୟାବର୍ତ୍ତନ କରାଇଛନ୍ତି। ଶାର୍ଦ୍ଦୁଲ ୬୭ ଓ ସୁନ୍ଦର ୬୨ ରନର ଇନିଂସ୍‌ ଖେଳିଛନ୍ତି। ଜବାବରେ ପ୍ରଥମ ଇନିଂସରେ ୩୩ ରନରେ ଆଗୁଆ ଥିବା ଅଷ୍ଟ୍ରେଲିଆ ଦିବସର ଖେଳ ସୁଦ୍ଧା ୬ ଓଭରରେ ବିନା ୱିକେଟ୍ ହରାଇ ୨୧ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଡେଭିଡ୍ ୱାର୍ଣ୍ଣର୍ ୨୦ ଓ ମାର୍କସ୍ ହାରିସ୍ ୧ ରନରେ ବ୍ୟାଟିଂ କରୁଥିଲେ। ଅଷ୍ଟ୍ରେଲିଆ ମୋଟ ୫୪ ରନରେ ଆଗୁଆ ରହିଥିବା ବେଳେ ହାତରେ ପୂରା ୧୦ ୱିକେଟ୍ ବାକି ରହିଛି।

ଅଷ୍ଟ୍ରେଲିଆର ପ୍ରଥମ ଇନିଂସ୍ ସ୍କୋର ୩୬୯ ରନ୍ ଜବାବରେ ଭାରତ ବର୍ଷା ବାଧାପ୍ରାପ୍ତ ୨ୟ ଦିବସ ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ୬୨ ରନ୍ କରିଥିଲା। ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା ଓ କ୍ୟାପଟେନ୍ ଆଜିଙ୍କ୍ୟ ରାହାଣେ ଏହିଠାରୁ ଖେଳ ଆରମ୍ଭ କରିଥିଲେ। ଦୁହେଁ ଧୈର୍ଯ୍ୟର ସହ ବ୍ୟାଟିଂ କରି ଭାରତର ସ୍କୋରକୁ ୧୦୦ ରନରେ ପହଞ୍ଚାଇଥିଲେ। କିନ୍ତୁ ସିଡନୀ ଟେଷ୍ଟର ଉଭୟ ଇନିଂସରେ ଅର୍ଦ୍ଧଶତକ ମାରିଥିବା ପୂଜାରା ମାତ୍ର ୨୫ ରନ୍ କରି ଜୋଶ୍ ହେଜଲଉଡଙ୍କ ବଲରେ ୱିକେଟକିପର ଟିମ୍ ପେନଙ୍କୁ କ୍ୟାଚ୍ ଦେଇ ବସିଥିଲେ।

ରାହାଣେ ଓ ମୟଙ୍କ ଅଗ୍ରୱାଲ୍ ପୁଣିଥରେ ପାର୍ଟନରଶିପ୍ ଗଢ଼ିଥିଲେ। ହେଲେ ମିଚେଲ୍ ଷ୍ଟାର୍କଙ୍କ ବଲରେ ଭୁଲ୍ ଶଟ୍ ଖେଳି ରାହାଣେ ନିଜ ୱିକେଟ୍ ଦେଇ ବସିଥିଲେ। ରାହାଣେ ୯୩ ବଲରେ ୩ ଚୌକା ସହ ୩୭ ରନର ଇନିଂସ୍ ଖେଳିଥିଲେ। ମଧ୍ୟ ମଧ୍ୟ ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ। ମୟଙ୍କ ବ୍ୟକ୍ତିଗତ ୩୮ (୩ ଚୌକା, ୧ ଛକା) ରନ୍ ପ୍ୟାଭିଲିୟନ୍ ଫେରିଥିଲେ। ପୂର୍ବ ମ୍ୟାଚରେ ହିରୋ ସାଜିଥିବା ୱିକେଟକିପର ଋଷଭ ପନ୍ତ ୨୩ ରନର ଯୋଗଦାନ କରିଥିଲେ।

୧୮୬ ରନ୍ ଭିତରେ ଶୀର୍ଷ ୬ ବ୍ୟାଟ୍ସମ୍ୟାନଙ୍କୁ ହରାଇବା ପରେ ଭାରତର କମବ୍ୟାକ୍ ଆଶା କ୍ଷୀଣ ହୋଇଥିଲେ। କିନ୍ତୁ ଏହିଠାରୁ ଆରମ୍ଭ ହୋଇଥିଲା ଅସଲ୍ ଖେଳ। ଦୁଇ ଅନଭିଜ୍ଞ ଯୁବ ବୋଲର ସୁନ୍ଦର ଓ ଠାକୁର ଦୁନିଆର ଅନ୍ୟତମ ଶକ୍ତିଶାଳୀ ବୋଲିଂ ଆଟାକକୁ ଦୃଢ଼ତାର ସହ ସାମ୍ନା କରିଥିଲେ। ଦୁହେଁ ସମ୍ପୂର୍ଣ୍ଣ ରୂପେ ଅଭିଜ୍ଞ ବ୍ୟାଟ୍ସମ୍ୟାନଙ୍କ ଭଳି ବ୍ୟାଟିଂ କରିଥିଲେ। ବିଶେଷ କରି ନିଜର ପ୍ରଥମ ମ୍ୟାଚ୍ ଖେଳୁଥିବା ସୁନ୍ଦର ପୂର୍ଣ୍ଣ ଆତ୍ମବିଶ୍ୱାସ ସହ ବ୍ୟାଟିଂ କରିଥିଲେ। ଶାର୍ଦ୍ଦୁଲ ମଧ୍ୟ ତାଙ୍କୁ ଭରପୂର ସାଥ୍ ଦେଇଥିଲେ। ଶାର୍ଦ୍ଦୁଲ ୯୦ ବଲରେ ଓ ସୁନ୍ଦର ୧୦୮ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ତେବେ ଦୁହିଁଙ୍କ ଯୋଡ଼ିକୁ ପ୍ୟାଟ୍ କମିନ୍ସ ଭାଙ୍ଗିଥିଲେ।

ଭାରତର ସ୍କୋର ୩୦୯ ଥିବା ବେଳେ ଶାର୍ଦ୍ଦୁଲଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ କମିନ୍ସ। ଶାର୍ଦ୍ଦୁଲ ୧୧୫ ବଲରେ ୯ ଚୌକା ଓ ୨ ଛକା ସହ ୬୭ ରନ୍ କରିଥିଲେ। ତାଙ୍କ ସ୍ଥାନରେ ଆସିଥିବା ନବଦୀପ ସାଇନି ୫ ରନ୍ କରି ହେଜଲଉଡଙ୍କ ଶିକାର ହୋଇଥିଲେ। ଏହା ପରେ ସୁନ୍ଦରଙ୍କ ଜବରଦସ୍ତ ଇନିଂସରେ ବ୍ରେକ୍ ଲଗାଇଥିଲେ ଷ୍ଟାର୍କ। ସୁନ୍ଦର ୧୪୪ ବଲର ସାମ୍ନା କରି ୬୨ ରନର ଇନିଂସ୍ ଖେଳିଥିଲେ। ମହମ୍ମଦ ସିରାଜ (୧୩)ଙ୍କୁ ଆଉଟ୍ କରି ହେଜଲଉଡ୍ ଭାରତ ଇନିଂସର ପରିସମାପ୍ତି ଘଟାଇଥିଲେ। ଟି. ନଟରାଜନ ୧ ରନ୍ କରି ଅପରାଜିତ ଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ହେଜଲଉଡ୍ ସର୍ବାଧିକ ୫ଟି, ଷ୍ଟାର୍କ ଓ କମିନ୍ସ ୨ଟି ଲେଖାଏ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story