ଧୋନି ହେଲେ ଜାଫରଙ୍କ ସର୍ବକାଳୀନ ଶ୍ରେଷ୍ଠ ଆଇପିଏଲ୍ ଟିମର କ୍ୟାପଟେନ୍‌

ନୂଆଦିଲ୍ଲୀ: ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ୱାସିମ୍ ଜାଫର ନିଜର ସର୍ବକାଳୀନ ଆଇପିଏଲ୍ ଟିମ୍ ଘୋଷଣା କରିଛନ୍ତି। ଏହି ଟିମର କ୍ୟାପଟେନ୍ ଭାର ସେ ଭାରତର ମହାନ ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂ ଧୋନିଙ୍କୁ ଦେଇଛନ୍ତି। ଜାଫରଙ୍କ ଏହି ଟିମରେ ସାତଜଣ ଭାରତୀୟ ଏବଂ ଚାରିଜଣ ବିଦେଶୀ ଖେଳାଳି ସ୍ଥାନ ପାଇଛନ୍ତି। ଭାରତୀୟଙ୍କ ମଧ୍ୟରେ ରୋହିତ୍ ଶର୍ମା, ବିରାଟ୍ କୋହଲି, ସୁରେଶ ରାଇନା, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ସ୍ପିନର ଆର୍ ଅଶ୍ୱିନ୍‌, ପେସର ଯଶପ୍ରୀତ ବୁମ୍ରା ରହିଛନ୍ତି। ସେହିପରି […]

dhoni

dhoni

Ranjit Kumar Jena
  • Published: Sunday, 29 March 2020
  • Updated: 29 March 2020, 09:40 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ୱାସିମ୍ ଜାଫର ନିଜର ସର୍ବକାଳୀନ ଆଇପିଏଲ୍ ଟିମ୍ ଘୋଷଣା କରିଛନ୍ତି। ଏହି ଟିମର କ୍ୟାପଟେନ୍ ଭାର ସେ ଭାରତର ମହାନ ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂ ଧୋନିଙ୍କୁ ଦେଇଛନ୍ତି। ଜାଫରଙ୍କ ଏହି ଟିମରେ ସାତଜଣ ଭାରତୀୟ ଏବଂ ଚାରିଜଣ ବିଦେଶୀ ଖେଳାଳି ସ୍ଥାନ ପାଇଛନ୍ତି। ଭାରତୀୟଙ୍କ ମଧ୍ୟରେ ରୋହିତ୍ ଶର୍ମା, ବିରାଟ୍ କୋହଲି, ସୁରେଶ ରାଇନା, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ସ୍ପିନର ଆର୍ ଅଶ୍ୱିନ୍‌, ପେସର ଯଶପ୍ରୀତ ବୁମ୍ରା ରହିଛନ୍ତି।

ସେହିପରି ବିଦେଶୀଙ୍କ ମଧ୍ୟରେ ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲ୍‌, ଆନ୍ଦ୍ରେ ରସେଲ୍‌, ଆଫଗାନିସ୍ତାନର ରଶିଦ୍ ଖାନ୍ ଓ ଶ୍ରୀଲଙ୍କାର ଲସିଥ୍ ମାଲିଙ୍ଗା ସ୍ଥାନ ପାଇଛନ୍ତି। ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଦ୍ୱାଦଶ ଖେଳାଳି ଭାବେ ଏହି ଟିମରେ ସ୍ଥାନ ପାଇଛନ୍ତି। ଓପ୍ନର ଭାବେ ରୋହିତଙ୍କ ସହ ଗେଲ୍ ବ୍ୟାଟିଂ କରିବାକୁ ଆସିବେ। ସେହିପରି ତୃତୀୟ ସ୍ଥାନରେ ରାଇନା ଏବଂ ଚତୁର୍ଥ ସ୍ଥାନରେ ବିରାଟ୍ କୋହଲି ବ୍ୟାଟିଂ କରିବାକୁ ଆସିବେ।

ଧୋନି ଉଭୟ କ୍ୟାପଟେନ୍ ଓ ୱିକେଟକିପର ଭୂମିକା ତୁଲାଇବେ। ଦଳରେ ଦୁଇଜଣ ସ୍ପେଶାଲିଷ୍ଟ ଅଲରାଉଣ୍ଡର ଭାବେ ରସେଲ୍ ଷଷ୍ଠ ଏବଂ ହାର୍ଦ୍ଦିକ ସପ୍ତମ ସ୍ଥାନରେ ରହିଛନ୍ତି। ଜାଫରଙ୍କ ଏହି ଟିମରେ ଦୁଇଜଣ ସ୍ପିନର୍ ଅର୍ଥାତ୍ ରଶିଦ୍ ଖାନ୍ ଏବଂ ଅଶ୍ୱିନଙ୍କୁ ଯଥାକ୍ରମେ ଅଷ୍ଟମ ଏବଂ ନବମ ସ୍ଥାନରେ ରଖାଯାଇଛି। ଦୁଇ ପେସର ଭାବେ ବୁମ୍ରା ଏବଂ ମାଲିଙ୍ଗା ଦଶମ ଓ ଏକାଦଶ ସ୍ଥାନରେ ରହିଛନ୍ତି।

ସୂଚନାଯୋଗ୍ୟ, ଚଳିତମାସରେ ବିସିସିଆଇ ଆଇପିଏଲର ୧୩ଶ ସଂସ୍କରଣକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଥିଲା। କ୍ରୀଡ଼ା ମନ୍ତ୍ରଣାଳୟର ଗାଇଡଲାଇନକୁ ପାଳନ କରି ବିସିସିଆଇ ପକ୍ଷରୁ ଏହି ଘୋଷଣା କରାଯାଇଥିଲା। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଆଇପିଏଲ୍ ଚଳିତମାସ ୨୯ ତାରିଖରେ ହେବାର ଥିଲା।

ଜାଫରଙ୍କ ଆଇପିଏଲ୍ ଏକାଦଶ: କ୍ରିସ୍ ଗେଲ୍‌, ରୋହିତ୍ ଶର୍ମା, ସୁରେଶ ରାଇନା, ବିରାଟ୍ କୋହଲି, ମହେନ୍ଦ୍ର ସିଂ ଧୋନି, ଆନ୍ଦ୍ରେ ରସେଲ୍‌, ହାର୍ଦ୍ଦିକ ପାଣ୍ଡ୍ୟା, ରଶିଦ୍ ଖାନ୍‌, ଆର୍ ଅଶ୍ୱିନ୍‌, ଯଶପ୍ରୀତ ବୁମ୍ରା, ଲସିଥ୍ ମାଲିଙ୍ଗା, ରବୀନ୍ଦ୍ର ଜାଡେଜା (ଦ୍ୱାଦଶ ଖେଳାଳି)।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story